Advertisment

ଡାକ୍ତରଙ୍କ ଆନ୍ଦୋଳନରେ ସାମିଲ ହେଲେ ଟିଏମ୍‌ସି ସାଂସଦ, କହିଲେ...

ଆଜିଠୁ ଡାକ୍ତରଙ୍କ ଆନ୍ଦୋଳନରେ ସାମିଲ ହେବେ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ।

author-image
Niharika Rout
protest, tmc mp

protest, tmc mp

କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ବିରୋଧରେ ଜାରି ରହିଥିବା ଆନ୍ଦୋଳନ ଦିନନୁ ଦିନ ଅଧିକ ତେଜିବାରେ ଲାଗିଛି। ଇତି ମଧ୍ୟରେ ଏହି ଆନ୍ଦୋଳନରେ ସାମିଲ ହେବାକୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ। ସୁଖେନ୍ଦୁ ଆଜିଠୁ ଆନ୍ଦୋଳନରତ ଡାକ୍ତରଙ୍କ ସହ ସାମିଲ ହେବେ ବୋଲି କହିଛନ୍ତି।

Advertisment

ଏହାର କାରଣ ସମ୍ପର୍କରେ ସେ କହିଛନ୍ତି, ସମସ୍ତଙ୍କ ପରି ମୋର ବି ଝିଅ ଓ ନାତୁଣୀ ଅଛନ୍ତି। ତେଣୁ ମହିଳାଙ୍କ ବିରୋଧରେ ଏପରି କ୍ରୂରତାକୁ ସମସ୍ତେ ଦୃଢ ଭାବେ ବିରୋଧ କରିବା ଦରକାର। ପରିସ୍ଥିତି ଯାହା ବି ହେଉନା କାହିଁକି ଆମେ ସମସ୍ତେ ମିଳିତ ଭାବେ ଏହାର ଦୃଢ ପ୍ରତିବାଦ କରିବା ବୋଲି ସେ ଆହ୍ୱାନ ଦେଇଛନ୍ତି। 

ଯିଏ ବି ଏହି ଘଟଣାର ଅଭିଯୁକ୍ତ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ଦରକାର। ଏହି ପୂରା ଘଟଣାର ସତ ଦୁନିଆ ସାମନାକୁ ଆସିବା ଦରକାର। ଏହି ଘଟଣାର ତଦନ୍ତ ଭାର ଏବେ ସିବିଆଇ ହାତକୁ ଯାଇଛି। ମାତ୍ର ମୋତେ ସିବିଆଇ ଉପରେ ଭରସା ନାହିଁ। ସିବିଆଇ ମୁର୍ଖ ବୋଲି କହିଛନ୍ତି ଟିଏମସି ସାଂସଦ।

Advertisment

ଗତ ଗୁରୁବାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ କରାଯିବ ସହ ହତ୍ୟା କରାଯାଇଥିଲା। ୩୧ ବର୍ଷୀୟା ପୀଡ଼ିତା କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଭାବେ କାମ କରୁଥିଲେ। ଉକ୍ତ ମେଡିକାଲର କ୍ୟାମ୍ପସ୍‌ରେ ଥିବା ସେମିନାର ହଲ୍‌ରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ପୁଲିସ୍‌ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ସଞ୍ଜୟଙ୍କୁ ଗିରଫ କରି ସାରିଛି।

ଏହି ଘଟଣା ବିରୋଧରେ FAIMA ସଂଘ ପକ୍ଷରୁ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଡାକ୍ତରଙ୍କ ସୁରକ୍ଷା ନିମନ୍ତେ ସେଣ୍ଟ୍ରାଲ ପ୍ରୋଟେକ୍ସନ ଆଇନ୍‌ ଲାଗୁ ନ ହେବା ପର୍ଯ୍ୟନ୍ତ ସେମାନେ ଏହି ଆନ୍ଦୋଳନ ଜାରି ରଖିବେ ବୋଲି ଧମକ ଦେଇଛନ୍ତି। ଏହି ଆନ୍ଦୋଳନରେ ସମଗ୍ର ଦେଶରେ ହଜାର ହଜାର ଡାକ୍ତର ସାମିଲ ହୋଇଥିବାରୁ OPD ସେବା ସମେତ ରୋଗୀ ସେବା ଘୋର ପ୍ରଭାବିତ ହେଉଛି।

ମାତ୍ର ଏହି ଘଟଣାର ସିବିଆଇ ତଦନ୍ତ ନିମନ୍ତେ କୋଲକତା ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଆନ୍ଦୋଳନକୁ ଓହ୍ଲାଇଥିବା FORDA ଆସୋସିଏଶନ ନିଜ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛି।

West Bengal Doctor TMC Rape And Murder