Advertisment

ଶୀତରୁ ବଞ୍ଚିବା ପାଇଁ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଜାଳିଲେ ନିଆଁ, ୨ ଗିରଫ

ଯାଞ୍ଚ ବେଳେ ଦୁଇ ଅଭିଯୁକ୍ତଙ୍କ ବ୍ୟାଗ୍‌ରୁ ଗୋବର ଘସି ମିଳିଛି।

author-image
Madhupriya Mistry
bonfire-on-train

bonfire-on-train

ଶୀତରୁ ବଞ୍ଚିବା ପାଇଁ ଚଳନ୍ତା ଟ୍ରେନ୍‌ରେ ଜାଳିଲେ ନିଆଁ। ବନ୍ଧା ହେଲେ ଦୁଇ ଯୁବକ। ଆସାମରୁ ଦିଲ୍ଲୀ ଯାଉଥିବା ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସରେ ଘଟିଛି ଏଭଳି କିଛି ଘଟଣା। ଏହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି।

Advertisment

ଆସାମରୁ ଦିଲ୍ଲରୁ ଯାଇଥିବା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନ୍‌ରେ ସବୁକିଛି ଠିକ୍‌ ଥିଲା। କିନ୍ତୁ ହଠାତ୍‌ ଟ୍ରେନ୍‌ର ଜେନେରାଲ କୋଚ୍‌ ବଗିରୁ ଧୂଆଁ ବାହାରୁଥିବା ନେଇ ଡ୍ୟୁଟିରେ ଥିବା ଆର୍‌ଫିଏଫ୍ ଯବାନଙ୍କୁ ସୂଚନା ମିଳିଥିଲା। ଏହାପରେ ଯବାନ ଜଣକ ଯାଇ ଦେଖିବାକୁ ବେଳକୁ କିଛି ଯାତ୍ରୀ ଏକାଠି ହୋଇ ଶୀତରୁ ବଞ୍ଚିବା ପାଇଁ ଟ୍ରେନ୍‌ ଭିତରେ ଗୋବର ଘସି ଜାଳି ନିଆଁ ସେକି ହେଉଥିଲେ। ଏହାଦେଖି ଆର୍‌ପିଏଫ୍ ଯବାନ ଚକିତ ହୋଇପଡିଥିଲେ। ତୁରନ୍ତି କିଛି ଅଘଟଣ ଘଟିବା ପୂର୍ବରୁ ନିଆଁକୁ ଲିଭାଇ ଦେଇଥିଲେ।

ନିଆଁ ଜାଳିବା ଖବର ଅଲିଗଡର ଆର୍‌ପିଏଫ୍‌ ବେସ୍‌କୁ ସୂଚନା ଦେବା ପରେ ଷ୍ଟପେଜ ନଥିବା ସତ୍ତ୍ୱେ ଟ୍ରେନ୍‌କୁ ଅଧ ରାସ୍ତାରେ ଅଟକାଇବାକୁ ପଡିଥିଲା। ପରେ ଏହି ଘଟଣାରେ ଚନ୍ଦନ ଓ ଦେବେନ୍ଦ୍ର ନାମକ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣଙ୍କ ବୟସ ୨୦ ବର୍ଷ। ଏମାନେ ଫରିଦାବାଦ ବାସିନ୍ଦା।

Advertisment

ଏମାନଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯିବା ସହ ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ବେଳେ ଦୁଇ ଅଭିଯୁକ୍ତଙ୍କ ବ୍ୟାଗ୍‌ରୁ ଗୋବର ଘସି ମିଳିଥିଲା। ଏହା ଦେଖି ସମସ୍ତେ ଚକିତ ହୋଇପଡିଥିଲେ। ଚଳନ୍ତା ଟ୍ରେନ୍‌ରେ ଅଧିକ ଶୀତ ଲାଗିବାରୁ ବାଧ୍ୟ ହୋଇ ନିଆଁ ଜାଳିଥିଲେ ବୋଲି ଅଭିଯୁକ୍ତମାନେ କହିଛନ୍ତି। ଘଟଣା ସମୟରେ ଉକ୍ତ ଅଞ୍ଚଳର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ଥିଲା।

ଆରପିଏଫ ଆଲିଗଡ ପୋଷ୍ଟ କମାଣ୍ଡର ରାଜୀବ ଶର୍ମା କହିଛନ୍ତି ଯେ ରେଲୱେ ଆକ୍ଟ ଏବଂ ଆଇପିସି ଧାରା ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଛି। ଏହି ମାମଲାରେ ଅନ୍ୟ ୧୪ ଜଣ ଯାତ୍ରୀଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଥିଲା କିନ୍ତୁ ଚେତାବନୀ ଦିଆଯିବା ପରେ ସେମାନଙ୍କୁ ଛାଡି ଦିଆଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Express Train Bonfire In Train Cow Dung Cake