Advertisment

କମିବ ଟମାଟୋ ଦର ! ୩ ରାଜ୍ୟରୁ ଆମଦାନୀ କରି ଖୁଚୁରାରେ ବିକ୍ରି କରିବାକୁ ନିର୍ଦ୍ଦେଶ

କମିପାରେ ଟମାଟୋ ଦର। ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ଚାଷୀଙ୍କ ଠାରୁ ଟମାଟୋ କିଣିବା ପାଇଁ ବୁଧବାର ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ(ନେଫେଡ୍) ଓ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀ ସଂଘ(ଏନ୍‌ସିସିଏଫ୍)କୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର।

author-image
Niranjan Mishra
ଅଦ୍ୟତନ ହୋଇଛି
Tomato

Tomato

କମିପାରେ ଟମାଟୋ ଦର। ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ଚାଷୀଙ୍କ ଠାରୁ ଟମାଟୋ କିଣିବା ପାଇଁ ବୁଧବାର ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ(ନେଫେଡ୍) ଓ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀ ସଂଘ(ଏନ୍‌ସିସିଏଫ୍)କୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର। 

Advertisment

କେନ୍ଦ୍ର ପକ୍ଷରୁ କୁହାଯାଇଛି, ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଗତ ପ୍ରାୟ ମାସେ ଧରି ଟମାଟୋ ଦର ବଢ଼ି ଚାଲିଥିବାରୁ ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଟମାଟୋ ଫସଲ କ୍ଷତି ହେବାରୁ ଲୋକଙ୍କ ଆବଶ୍ୟକତା ମୁତାବକ ଟମାଟୋ ଅମଳ ହେଉନି। ଫଳରେ ଖୁଚୁରା ଦୋକାନରେ ଟମାଟୋ ଦର ବୃଦ୍ଧି ପାଇଛି। ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ(ନେଫେଡ୍) ଏବଂ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀ ସଂଘ(ଏନ୍‌ସିସିଏଫ୍) ଏବେ ଚାଷୀଙ୍କ ଠାରୁ ଟମାଟୋ କିଣିବ।

ବିଶେଷ ଭାବେ ଜୁଲାଇ-ଅଗଷ୍ଟ ଏବଂ ଅକ୍ଟୋବର-ନଭେମ୍ୱରରେ ଟମାଟୋ ଉତ୍ପାଦନ କମ୍ ହୋଇଥାଏ। ଏହାଛଡ଼ା ଏହି ସମୟରେ ମୌସୁମୀ ଜନିତ ବର୍ଷା ଯୋଗୁ ଯାତାୟତ ବାଧାପ୍ରାପ୍ତ ହେବା ମଧ୍ୟ ଦରବୃଦ୍ଧିର କାରଣ ହୋଇଥାଏ। ଦିଲ୍ଲୀ ନିକଟସ୍ଥ ରାଜ୍ୟ ଦେଖିଲେ ହିମାଚଳରେ ବିଶେଷ ଭାବେ ଟମାଟୋ ଉତ୍ପାଦନ ହୋଇଥାଏ। ଏହାଛଡ଼ା ଦକ୍ଷିଣ ଭାରତ ଟମାଟୋ ଉତ୍ପାଦନରେ ଅଗ୍ରଣୀ। ଖୁବ୍‌ଶୀଘ୍ର ନାସିକ୍ ଜିଲ୍ଲାରୁ ନୂଆ ଫସଲ ଅମଳ ହେବାର ସୂଚନା ମିଳିଛି। ତେଣୁ ନିକଟ ଭବିଷ୍ୟତରେ ଟମାଟୋ ଦର କମିବ।

Advertisment

ଆସନ୍ତା ୧୪ ତାରିଖରୁ ଦିଲ୍ଲୀ ଏସିଆର ଅଞ୍ଚଳର ଉପଭୋକ୍ତାଙ୍କୁ ଖୁଚୁରା ଦୋକାନ ମାଧ୍ୟମରେ ସୁଲଭ ଦରରେ ଟମାଟୋ ବିକ୍ରି କରାଯିବ।

ସେହିପରି ଗତ ମାସେ ଧରି ଯେଉଁ ସ୍ଥାନମାନଙ୍କରେ ଟମାଟୋର ଖୁଚୁରା ଦର ବୃଦ୍ଧି ହୋଇଛି, ସେଠାରେ ମଧ୍ୟ ଖୁଚୁରା ଦୋକାନ ମାଧ୍ୟମରେ ସୁଲଭ ଦରରେ ଟମାଟୋ ବିକ୍ରି କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ପ୍ରତି ସପ୍ତାହରେ ଟମୋଟ ଦରରେ ୧୦୦ ଟଙ୍କାରୁ ଅଧିକ ବୃଦ୍ଧି ହେବା ଏବେ ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଛି। ଏହାଛଡ଼ା ପରିବା ଦର ମଧ୍ୟ ବୃଦ୍ଧି ହେବା ଅସନ୍ତୋଷକୁ ବଢ଼ାଇଛି। ବିରୋଧୀ ଦଳମାନେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଛନ୍ତି। ଦର ନିୟନ୍ତ୍ରଣ ଓ ଖାଦ୍ୟ ସାମଗ୍ରୀ ବିପଣନ ଉପରେ କେନ୍ଦ୍ର ଲଗାଇ ପାରୁ ନଥିବା ଅଭିଯୋଗ ହେଉଛି।