Advertisment

କଲେଜ ଛାତ୍ରୀଙ୍କ ହତ୍ୟା ପଛରେ ଲଭ- ଜିହାଦ ଅଭିଯୋଗ; ଆଜି ବିଜେପିର କର୍ଣ୍ଣାଟକା ବନ୍ଦ ଡାକରା

ହୁବଲି ଧାରୱାଡର କଂଗ୍ରେସ କର୍ପୋରେଟର ନିରଞ୍ଜନ ହେରମାଥଙ୍କ ଝିଅ ନେହାଙ୍କୁ ଗତ ୧୮ ତାରିଖରେ କଲେଜ କ୍ୟାମ୍ପସରେ ଲଗାତର ଛୁରୀ ଭୁଷି ହତ୍ୟା କରିଥିଲା ପୂର୍ବତନ ପ୍ରେମିକ ଫୟାଜ ।

ଅଦ୍ୟତନ ହୋଇଛି
Strike

Strike

Advertisment

କର୍ଣ୍ଣାଟକ ହୁବଲିରେ କଲେଜ ଛାତ୍ରୀଙ୍କୁ ଛୁରୀ ଭୁଷି ହତ୍ୟା ମାମଲାରେ ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି। ଏହି ହତ୍ୟାକାଣ୍ଡ ପଛରେ ଲଭ୍-ଜିହାଦ ଥିବା ବିଜେପି ଅଭିଯୋଗ ଆଣିବା ସହ ଆଜି ବନ୍ଦ ଡାକରା ଦେଇଛି। ଆଜି କୌଣସି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ନକରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ନିଷ୍ପତ୍ତି ନେଇଛି ଦଳ।

Advertisment

ହୁବଲି ଧାରୱାଡର କଂଗ୍ରେସ କର୍ପୋରେଟର ନିରଞ୍ଜନ ହେରମାଥଙ୍କ ଝିଅ ନେହାଙ୍କୁ ଗତ ୧୮ ତାରିଖରେ କଲେଜ କ୍ୟାମ୍ପସରେ ଲଗାତର ଛୁରୀ ଭୁଷି ହତ୍ୟା କରିଥିଲା ପୂର୍ବତନ ପ୍ରେମିକ ଫୟାଜ । ହତ୍ୟାକାଣ୍ଡ ପରେ ପରେ ଫୟାଜକୁ ଗିରଫ କରିଛି ପୁଲିସ । ତେବେ ଏହାକୁ ନେଇ କର୍ଣ୍ଣାଟକ କଂଗ୍ରେସ ସରକାର ବିରୋଧରେ ବିଜେପି ଗର୍ଜିଥିବା ବେଳେ, ଆଜି ବନ୍ଦ ଡାକରା ଦିଆଯାଇଛି ।

ସେପଟେ ହତ୍ୟାକାଣ୍ଡର ନିନ୍ଦା ଓ ମୃତକଙ୍କୁ ସମବେଦନା ଜଣାଇ ମୁସଲିମ୍ ସଂଗଠନ ବି ଦେଇଛି କର୍ଣ୍ଣାଟକ ବନ୍ଦ ଡାକରା। ଧାରୱାଡ଼ ଅଞ୍ଜୁମନ-ଇ-ଇସଲାମିଆ ପକ୍ଷରୁ ଦିନ ୧୦ଟାରୁ ଅପରାହ୍ନ ୩ଟା ଯାଏଁ ସମସ୍ତ ଦୋକାନ, ଗ୍ୟାରେଜ, ଦେକାନବଜାର, ଶିକ୍ଷାନୁଷ୍ଠାନ ଓ ବ୍ୟାଙ୍ଗ ଆଦି ବନ୍ଦ ରଖିବାକୁ ନିବେଦନ କରାଯାଇଛି।

Advertisment

ଗତକାଲି ନେହାଙ୍କ ବାପା ତଥା କଂଗ୍ରେସ କର୍ପୋରେଟର ନିରଞ୍ଜନ ଏବଂ ଅନ୍ୟ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ତଥା ଧରାୱାଡ଼ ବିଜେପି ପ୍ରାର୍ଥୀ ପ୍ରହ୍ଲାଦ ଯୋଶୀ ।

Karnataka Love Jihad Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe