Advertisment

OPS joins DMK: ଇପିଏସ୍‌ଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଡିଏମ୍‌କେରେ ମିଶିଲେ କି ଓପିଏସ୍‌

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍‌କେ (AIADMK)ରୁ ବହିଷ୍କୃତ ହୋଇଥିବା ଓ. ପନ୍ନିରସେଲଭମ ଓରଫ ଓପିଏସ୍‌ ଶୁକ୍ରବାର ଡିଏମ୍‌କେରେ ମିଶିଛନ୍ତି। ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ଉପସ୍ଥିତିରେ ସେ ଡିଏମ୍‌କେରେ ଯୋଗ ଦେଇଛନ୍ତି।

dmk
Advertisment

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍‌କେ (AIADMK)ରୁ ବହିଷ୍କୃତ ହୋଇଥିବା ଓ. ପନ୍ନିରସେଲଭମ ଓରଫ ଓପିଏସ୍‌ ଶୁକ୍ରବାର ଡିଏମ୍‌କେରେ ମିଶିଛନ୍ତି। ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ଉପସ୍ଥିତିରେ ସେ ଡିଏମ୍‌କେରେ ଯୋଗ ଦେଇଛନ୍ତି। 

Advertisment

ଏକଦା ଜୟଲଲିତାଙ୍କ ବିଶ୍ୱସ୍ତ ସହଯୋଗୀ ଥିବା ତଥା ତାଙ୍କ ମୃତ୍ୟୁ ପରେ ତିନି ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ପନ୍ନିରସେଲଭମ (OPS)ଙ୍କୁ ୨୦୨୨ରେ ଏଆଇଏଡିଏମ୍‌କେରୁ ବହିଷ୍କାର କରାଯାଇଥିଲା। ଏଆଇଏଡିଏମ୍‌କେର ନେତୃତ୍ୱ ନେଉଥିବା ଏଡାପ୍ପାଡୀ କେ. ପଲାନିସ୍ୱାମୀ ଓରଫ ଇପିଏସ୍‌ଙ୍କ ବିରୋଧରେ ପ୍ରଚାର କରିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଦଳୀୟ ନେତୃତ୍ୱକୁ ନେଇ ଉଭୟଙ୍କ ଲଢ଼େଇ ଚାଲିଥିଲା। 

ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ପନ୍ନିରସେଲଭମ ଡିଏମ୍‌କେରେ ମିଶି ଥିବା ବେଳେ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ତାଙ୍କୁ ସ୍ୱାଗତ କରିଛନ୍ତି। ଏଡାପ୍ପାଡୀ କେ. ପଲାନିସ୍ୱାମୀ ଓରଫ ଇପିଏସ୍‌ଙ୍କ ଉପରେ ପ୍ରତିଶୋଧ ନେବାକୁ ପନ୍ନିରସେଲଭମ ଡିଏମ୍‌କେରେ ମିଶିଥିବା ଚର୍ଚ୍ଚା ହେଉଥିବା ବେଳେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏହା ପ୍ରତିଶୋଧ ପାଇଁ ଏସବୁ ଘଟିନି। ଲୋକମାନେ ଚାହୁଁଛନ୍ତି ଏମ୍‌କେ ଷ୍ଟାଲିନ ବିଜୟୀ ହୁଅନ୍ତୁ। ମୁଁ ଚାହୁଁଛି ଡିଏମ୍‌କେ ବିଜୟୀ ହେଉ। ଯଦି ଡିଏମ୍‌କେ ଜିତିବ, ତା’ହେଲେ ଇପିଏସ୍ ହାରିବେ।  

Advertisment

ଏକଦା ଜୟଲଳିତାଙ୍କ ବିଶ୍ୱସ୍ତ ସହଯୋଗୀ ଥିବା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ (ଓପିଏସ୍‌) ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇଏଡିଏମ୍‌କେକୁ ଫେରିବାକୁ ଚାହୁଁଥିଲେ। ଏନେଇ ସେ ତାଙ୍କ ଇଚ୍ଛା ଜାହିର କରିଥିଲେ। ସେ ଏଆଇଏଡିଏମ୍‌କେରେ ଯୋଗ ଦେବାକୁ ପ୍ରସ୍ତୁତ ଥିବା ଏକ କାର୍ଯ୍ୟକ୍ରମରେ କହିଥିଲେ। କିନ୍ତୁ ଏବେ ଏଆଇଏଡିଏମ୍‌କେର ନେତୃତ୍ୱ ନେଉଥିବା ଏଡାପ୍ପାଡୀ କେ. ପଲାନିସ୍ୱାମୀ ଓରଫ ଇପିଏସ୍‌ ତାଙ୍କୁ ନିରାଶ କରିଥିଲେ। ଦଳକୁ ଫେରିବାକୁ ଓପିଏସ୍‌ଙ୍କ ପାଇଁ କୌଣସି ସୁଯୋଗ ନାହିଁ ବୋଲି ସ୍ପଷ୍ଟ ଭାବେ କହିଥିଲେ ଇପିଏସ୍‌।

ସୂଚନା ଅନୁଯାୟୀ, ବିଜେପି ମୁକ୍କୁଲାଥୋର (ଥେଭର) ସଂପ୍ରଦାୟ ଭୋଟ୍ ଉପରେ ଆଖି ପକାଇଥିଲା। କିନ୍ତୁ ପନ୍ନିରସେଲଭମ ଓରଫ ଓପିଏସ୍‌ଙ୍କୁ ଦଳକୁ ଫେରାଇ ନେବାକୁ ପଲାନିସ୍ୱାମୀ ଓରଫ ଇପିଏସ୍‌ଙ୍କ ଉପରେ ଚାପ ପକାଇବାକୁ ବିଜେପି ଚାହୁଁ ନଥିଲା। କାରଣ ଦଳ ଜାଣିଥିଲା ସେ ଏହାକୁ ଗ୍ରହଣ କରିବେ ନାହିଁ।  ସେଥିପାଇଁ ଦଳ ଏକ ବିକଳ୍ପ ଚିନ୍ତା କରିଥିଲା। ଦଳ ପନ୍ନିରସେଲଭମ ଓରଫ ଓପିଏସ୍‌ଙ୍କୁ ଏନ୍‌ଡିଏରେ ସାମିଲ କରିବାକୁ ଚାହୁଁଥିଲା। କାରଣ ଓପିଏସ୍ ତାମିଲନାଡୁର ମୁକ୍କୁଲାଥୋର (ଥେଭର) ସଂପ୍ରଦାୟର ଜଣେ ବଡ଼ ନେତା। ତାମିଲନାଡୁର ମୋଟ ଜନସଂଖ୍ୟାର ୧୨% ହେଉଛନ୍ତି ମୁକ୍କୁଲାଥୋର ସଂପ୍ରଦାୟର। ତେବେ ଓପିଏସ୍‌ ଶେଷରେ ଡିଏମ୍‌କେରେ ମିଶିଛନ୍ତି।  

ଏଆଇଏଡିଏମ୍‌କେରେ ଓପିଏସ୍‌ ଓ ଇପିଏସ୍‌ଙ୍କର ଭଲ ଦବ୍‌ଦବା ଥିଲା। ୨୦୧୬ରେ ଜୟଲଳିତାଙ୍କ ପରଲୋକ ପରେ ଉଭୟଙ୍କ ମଧ୍ୟରେ ସଂପର୍କ ଖରାପ ହୋଇଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe