Advertisment

'ମନ୍ କି ବାତ୍'କୁ ୧୦ ବର୍ଷ; ମୟୂରଭଞ୍ଜର ଯୁବକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

୧୧୪ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଆଜିର ଅଧ୍ୟାୟ ଭାବପ୍ରବଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

author-image
Debibandita Barick
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍' ଆଜି  ୧୦ ବର୍ଷ ପୂରଣ କରିଛି। ଏହି ପୂର୍ତ୍ତି ଅବସର ସହ 'ମନ୍ କି ବାତ୍'ର ୧୧୪ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଆଜିର ଅଧ୍ୟାୟ ଭାବପ୍ରବଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। 

Advertisment

ଶ୍ରୋତା ହିଁ ଏହି କାର୍ଯ୍ୟକ୍ରମର ପ୍ରକୃତ ସୂତ୍ରଧର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, "ସକରାତ୍ମକ ସୂଚନା ପାଇଁ ଦେଶବାସୀଙ୍କ ମନରେ କେତେ କ୍ଷୁଧା ଅଛି 'ମନ୍ କି ବାତ୍' କାର୍ଯ୍ୟକ୍ରମ ତାହା ପ୍ରମାଣ କରିପାରିଛି।" 

ପ୍ରଧାନମନ୍ତ୍ରୀଙ୍କ ଏହି ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ୨୨ଟି ଭାରତୀୟ ଭାଷା ବ୍ୟତୀତ ୧୧ଟି ବିଦେଶୀ ଭାଷାରେ ମଧ୍ୟ ପ୍ରସାରିତ ହୋଇଛି। ୨୦୧୪ ମସିହା ୩ ଅକ୍ଟୋବର ବିଜୟା ଦଶମୀ ଅବସରରେ 'ମନ୍ କି ବାତ୍' କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

Advertisment

ତେବେ ଆଜିର ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ସାନ୍ତାଳି ଭାଷାର ପ୍ରଚାର ପ୍ରସାର ପାଇଁ ମୟୂରଭଞ୍ଜର ଯୁବକ ରାମ ଜିତ ଟୁଡୁଙ୍କୁ ପ୍ରସଂଶା କରିଛନ୍ତି। ନିଜ ମାତୃଭାଷା ସାନ୍ତାଳି ଭାଷାକୁ ଅନ୍-ଲାଇନରେ ପରିଚୟ ଦେଇ ରାମ ଜିତ ଗୌରବ ଆଣିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ନିଜର ଅଭିଯାନ ମାଧ୍ୟମରେ ସାନ୍ତାଳି ଭାଷାକୁ ଡିଜିଟାଲାଇଜେସନ୍ କରି ସାନ୍ତାଳି ସାହିତ୍ୟକୁ ବିଶ୍ୱ ଦରବାରରେ ରାମ ଜିତ ନୂଆ ପରିଚୟ ଦେଇଛନ୍ତି। ସାନ୍ତାଳି ଭାଷାର ଲିପି 'ଅଲଚିକି'କୁ ଟାଇପ କରିବାରେ ଟେକନିକ ବିକଶିତ କରି ପାରିଛନ୍ତି। ସାନ୍ତାଳି ଭାଷାକୁ ସଂରକ୍ଷିତ ରଖିବାର ତାଙ୍କ ଉଦ୍ୟମ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳି ଭାଷାକୁ ପହଞ୍ଚାଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

PM Modi Man Ki Baat Modi Praises Odia Youth