Advertisment

ଆଜି ଆର୍ଥ ଆୱାର; ଘଣ୍ଟାଏ ପାଇଁ ବନ୍ଦ ହେବ ବିଦ୍ୟୁତ୍‌ ଆଲୋକ

ବିଦ୍ୟୁତ ଶକ୍ତି ସଂରକ୍ଷଣର ବାର୍ତ୍ତା ନେଇ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ନିଜ ନିଜ ଘରେ, ପ୍ରତିଷ୍ଠାନରେ, ଅଫିସ ଆଦିରେ ବିଜୁଳି ବନ୍ଦ କରି ଏହି ଦିବସ ପାଳିବେ ସମସ୍ତେ।

ଅଦ୍ୟତନ ହୋଇଛି
Earth Hour

Earth Hour

Advertisment

ଆଜି ସାରା ବିଶ୍ୱ ପାଳିବ ଆର୍ଥ ଆୱାର। ଅର୍ଥାତ ପ୍ରତିବର୍ଷ ଭଳି ଆଜି ବି ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ବବାସୀ। ବିଦ୍ୟୁତ ଶକ୍ତି ସଂରକ୍ଷଣର ବାର୍ତ୍ତା ନେଇ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ନିଜ ନିଜ ଘରେ, ପ୍ରତିଷ୍ଠାନରେ, ଅଫିସ ଆଦିରେ ବିଜୁଳି ବନ୍ଦ କରି ଏହି ଦିବସ ପାଳିବେ ସମସ୍ତେ।

Advertisment

ସାଧାରଣତଃ ମାର୍ଚ୍ଚ ମାସ ଶେଷ ଶନିବାର ଏହି ଦିବସ ପାଳନ କରାଯାଏ। କିନ୍ତୁ ଯେଉଁ ବର୍ଷ ମାର୍ଚ୍ଚ ଶେଷ ଶନିବାର ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ‘ପବିତ୍ର ଶନିବାର’ ପାଳନ ହୁଏ, ସେହି ବର୍ଷ ଗୋଟିଏ ସପ୍ତାହ ପୂର୍ବରୁ ପାଳନ କରାଯାଏ ଆର୍ଥ ଆୱାର। ଚଳିତ ବର୍ଷ ଠିକ୍ ତାହା ହିଁ ଘଟିଛି।

୨୦୦୭ ମସିହା ମାର୍ଚ୍ଚ ଶେଷ ଶନିବାର ଥିଲା ୩୧ ତାରିଖ। ରାତି ସାଢ଼େ ୭ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରଥମେ ଅଷ୍ଟ୍ରେଲିଆର ସିଡନରେ ପାଳନ କରାଯାଇଥିଲା ଏହି ଦିବସ। ତା’ପରେ ୨୦୦୮ ମାର୍ଚ୍ଚ ୨୯ ତାରିଖ ରାତି ୮ଟାରୁ ୯ଟା ପର୍ଯ୍ୟନ୍ତ ୩୫ଟି ଦେଶର ୩୭୦ରୁ ଅଧିକ ସହର ଘଣ୍ଟାଏ ଅନ୍ଧାରରେ ରହିବା ଘଟଣା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଏହାପରେ ୨୦୦୯ ମସିହାରୁ ଭାରତ ସମେତ ୮୮ଟି ଦେଶ ଏହି ଦିବସକୁ ପାଳନ କରିଆସୁଛନ୍ତି।

Advertisment

ସେବେଠୁ ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ଦିନରେ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ସାରା ବିଶ୍ୱ ପାଳନ କରୁଛି ଆର୍ଥ ଆୱାର। ଗତବର୍ଷ ଏହି ଦିବସ ପାଳନ କରାଯାଇ ୪ ଲକ୍ଷ ୧୦ ହଜାର ଘଣ୍ଟାର ବିଦ୍ୟୁତ୍‌ ସଞ୍ଚୟ କରାଯାଇଥିଲା।

Earth Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe