Advertisment

ବୋରୱେଲରେ ଖସି ପଡ଼ିଥିଲା ଶିଶୁ କନ୍ୟା, ୧୭ ଘଣ୍ଟା ପରେ ମିଳିଲା ମୃତଦେହ

୧୭ ଘଣ୍ଟା ପରେ ଶିଶୁକନ୍ୟାକୁ ବୋରୱେଲ ଭିତରୁ ଅଣା ଗଲା। କିନ୍ତୁ ସେତେବେଳେକୁ ଶିଶୁ କନ୍ୟାର ମୃତ୍ୟୁ ହୋଇସାରିଥିଲା।

author-image
Hemant Lenka
rescue

rescue

ଫେଲ ମାରିଲା ସବୁ ପ୍ରକାରର ପ୍ରୟାସ। ପାଣି ପଡ଼ିଲା ୧୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ। ବୋରୱେଲରେ ଖସି ପଡ଼ିଥିବା ଦେଢ଼ ବର୍ଷର ଶିଶୁ କନ୍ୟାକୁ ସୁରକ୍ଷିତ ଉଦ୍ଧାର କରିବା ସବୁ ପ୍ରକାରର ଚେଷ୍ଟା କରାଯାଇଥିଲା।

Advertisment

୧୭ ଘଣ୍ଟା ପରେ ଶିଶୁକନ୍ୟାକୁ ବୋରୱେଲ ଭିତରୁ ଅଣା ଗଲା। କିନ୍ତୁ ସେତେବେଳେକୁ ଶିଶୁ କନ୍ୟାର ମୃତ୍ୟୁ ହୋଇସାରିଥିଲା। ଗୁଜରାଟର ଆମରେଲି ଜିଲ୍ଲାରୁ ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ଶୁକ୍ରବାର ଦେଢ଼ ବର୍ଷର ଶିଶୁକନ୍ୟା ‌ଆରୋହି ସୁରଗାପୁରା ଗାଁରେ ଥିବା ଗୋଟିଏ ଚାଷ ଜମିରେ ଖେଳୁଥିଲା। ହେଲେ ଅସାବଧାନ ବଶତଃ ସେ ବିପଦସଙ୍କୁଳ ଅବସ୍ଥାରେ ଖୋଲା ରହିଥିବା ୪୦ରୁ ୫୦ ଫୁଟ ଗଭୀର ବୋରୱେଲ ମଧ୍ୟରେ ଖସି ପଡ଼ିଥିଲା।

Advertisment

ଏ ସମ୍ପର୍କରେ ଆରୋହୀଙ୍କ ପରିବାର ଲୋକ ଜାଣିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ସେମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ।

ଏନଡିଆରଏଫ ଓ ଆମରେଲି ଅଗ୍ନିଶମ ବାହିନୀର ଗୋଟିଏ ଟିମ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଇଥିଲା। ପିଲାଟି ପାଇଁ ପ୍ରଥମେ ଗୋଟିଏ ପାଇପ ଯୋଗେ ଅମ୍ଳଜାନ ପଠା ଯାଇଥିଲା। ଏଥିସହ ସମାନ୍ତରଳ ଭାବେ ଗୋଟିଏ ଗାତ ଖୋଳି ଉଦ୍ଧାରକାରୀ ଦଳ ପିଲାଟି ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ।

ଦୀର୍ଘ ୧୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଆରୋହୀଙ୍କୁ ବୋରୱେଲ ମଧ୍ୟରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ସ୍ୱାସ୍ଥ୍ୟ ବିଭାଗର ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

ଏବେ ପୁଲିସ୍‌ ବୋରୱେଲଟି କାହିଁକି ସେଠାରେ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା, ତା’ର ତଦନ୍ତ ଆରମ୍ଭ କରିଛି।

Gujarat Borewell