Advertisment

ମା' କୋଳରେ ଶୋଇଥିଲା ୩ ବର୍ଷର ଛୁଆ, ଟାଣିନେଲା ଗଧିଆ

ପାଖାପାଖି ୩୫ଟି ଗାଁରେ ଗଧିଆର ଆତଙ୍କ ଜାରି ରହିଥିବା ଯୋଗୁ ହାଇଆଲର୍ଟ ଜାରି କରାଯାଇଛି। ଏପର୍ଯ୍ୟନ୍ତ ୪ ଟି ଗଧିଆ ଧରା ପଡିଛନ୍ତି।

ଅଦ୍ୟତନ ହୋଇଛି
Wolf Attack

Wolf Attack

Advertisment

ଜାରି ରହିଛି ମଣିଷ ଖିଆ ଗଧିଆର ଆତଙ୍କ। ଯାହାକୁ ପାରୁଛି ତାକୁ କରୁଛି ଟାର୍ଗେଟ। ବିଶେଷ କରି ଛୋଟ ଛୁଆଙ୍କୁ କରୁଛି ଆକ୍ରମଣ। ଗୋଟିଏ ପଟେ ଉତ୍ତରପ୍ରଦେଶର ବାହରାଇଚ୍ ଜିଲ୍ଲାରେ ଜଙ୍ଗଲ ବିଭାଗ ମଣିଷଖିଆ ଗଧିଆକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଅନ୍ୟପଟେ ଧିଆର ତା'ର ଆକ୍ରମଣ ଜାରି ରଖିଛି। ଗତକାଲି ରାତିରେ ମା' କୋଳରେ ଶୋଇଥିବା ଏକ ତିନି ବର୍ଷର ଛୁଆକୁ ଟାଣି ନେଇଛି ଗଧିଆ। ଫଳରେ ନୀରିହ ଶିଶୁଟି ପ୍ରାଣ ହରାଇଛି।

Advertisment

ରବିବାର ରାତିରେ ଜିଲ୍ଲାର ମହସି ଅଞ୍ଚଳର ବନ ଗାରେଥୀ ଗାଁରେ ଏକ ତିନି ବର୍ଷର ଝିଅ ତା' ମା' କୋଳରେ ଶୋଇଥିଲା। ଏତିକି ବେଳେ ମା' କୋଳରୁ ଛୁଆଟିକୁ ଟାଣି ନେଇଥିଲା ଗଧିଆ। ଝିଅଟିର ଚିତ୍କାର ଶୁଣି ପରିବାର ସଦସ୍ୟ ତା' ପଛେ ପଛେ ଦୌଡ଼ି ଥିଲେ। କିନ୍ତୁ କୌଣସି ପତ୍ତା ମିଳିନଥିଲା।

ଗ୍ରାମବାସୀଙ୍କ ବହୁ ଖୋଜାଖୋଜି ପରେ ଗାଁଠାରୁ କିଛି ଦୂରରେ ଛୁଆଟିର କ୍ଷତ ବିକ୍ଷତ ମୃତଦେହ ମିଳିଛି। ସେହିପରି ଗଧିଆ ଆକ୍ରମଣରେ ଜଣେ ବୃଦ୍ଧ ମହିଳା ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଉତ୍ତରପ୍ରଦେଶର ବାହରାଇଚରେ ଏହି ମଣିଷଖିଆ ଗଧିଆକୁ ଧରିବା ପାଇଁ ରେସକ୍ୟୁ ଅପରେସନ୍‌ ଚାଲିଛି। ପାଖାପାଖି ୩୫ଟି ଗାଁରେ ଗଧିଆର ଆତଙ୍କ ଜାରି ରହିଥିବା ଯୋଗୁ ହାଇଆଲର୍ଟ ଜାରି କରାଯାଇଛି। ଏପର୍ଯ୍ୟନ୍ତ ୪ ଟି ଗଧିଆ ଧରା ପଡିଛନ୍ତି। ଆଉ ୨ଟି ଗଧିଆ ବାକି ଅଛି।

ବାହରାଇଚ୍ ଜିଲ୍ଲା ଜଜ୍‌ ଜଷ୍ଟିସ୍‌ ମୋନିକା ରାଣି କହିଛନ୍ତି ଯେ ବିଶେଷ ସମସ୍ୟା ହେଉଛି ଏହି ଘଟଣା ଗୋଟି ଏ ଗାଁରେ ନୁହେଁ ବରଂ ବିଭିନ୍ନ ଗ୍ରାମରେ ଘଟୁଛି। ଏହାକୁ ମିଶାଇ ପୂରା ଅଞ୍ଚଳରେ ଏହିଭଳି ୮ଟି ଘଟଣା ଘଟିଲାଣି। ଗତ ଦେଢ଼ ମାସ ମଧ୍ୟରେ ଗଧିଆ ଆକ୍ରମଣରେ ୭ ଜଣ ଛୁଆ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଜଙ୍ଗଲ ବିଭାଗ ଏବଂ ପୁଲିସ ଟିମ୍ ଲଗାତାର ଲୋକଙ୍କୁ ସଚେତନ କରାଉଛନ୍ତି। ଘର ଭିତରେ କବାଟ ବନ୍ଦ କରି ରହିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।

UP Wolf Attack Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe