Advertisment

ନାଶିକରେ ବଢ଼ିଲା ଟମାଟୋ ଆମଦାନି, କମିଲା ଦର

ଟମାଟୋର ଅହେତୁକ ଦରବୃଦ୍ଧି ସମୟରେ କମିଲା ଦର। ଏତିକି ମୂଲ୍ୟରେ ହେଉଛି ବିକ୍ରି....

ଅଦ୍ୟତନ ହୋଇଛି
Tomato

Tomato

Advertisment

ଟମାଟୋର ଅହେତୁକ ଦରବୃଦ୍ଧି ସମୟରେ ଖୁସି ଖବର। ନାଶିକ୍ ଜିଲ୍ଲାରେ ଗୋଟିଏ ଦିନରେ କ୍ରେଟ ପିଛା ୬୫୦ ଟଙ୍କା ହ୍ରାସ ପାଇଛି ଟମାଟୋ ମୂଲ୍ୟ। ତିନୋଟି ମଣ୍ଡିରେ ହୋଲସେଲ ଟମାଟୋ ମୂଲ୍ୟ ହ୍ରାସ ପାଇଥିବା ଜଣାପଡିଛି। କ୍ରେଟରେ ଥିବା ୨୦ କିଲୋଗ୍ରାମ ଟମାଟୋ ମୂଲ୍ୟ ଗୁରୁବାର ୧୭୫୦ ଟଙ୍କାରୁ ୧୧୦୦ ଟଙ୍କାକୁ ହ୍ରାସ ପାଇଛି। ମୁମ୍ବାଇର ଖୁଚୁରା ବଜାରରେ ଟମାଟୋ ହାର କିଲୋ ପିଛା ୧୬୦-୨୦୦ ଟଙ୍କା ରହିଛି।

Advertisment

ପ୍ରାୟ ଗୋଟିଏ ସପ୍ତାହ ତିନୋଟି APMC(କୃଷି ଉତ୍ପାଦନ ଏବଂ ପଶୁପାଳନ ବଜାର କମିଟି) ପିମ୍ପଲଗାଁ, ନାଶିକ୍ ଏବଂ ଲାସାଲଗାଁରେ ଟମାଟୋ ଯୋଗାଣ ବୃଦ୍ଧି ପାଇଛି। ଏସବୁ ମଣ୍ଡିକୁ ପୂର୍ବରୁ ୬,୮୦୦ କ୍ରେଟ୍ ଟମାଟୋ ଆସୁଥିବାବେଳେ ଏହା ବୃଦ୍ଧି ପାଇ ଗୁରୁବାର ୨୫,୦୦୦ କ୍ରେଟରେ ପହଞ୍ଚିଛି। ରାଜ୍ୟର ସବୁଠାରୁ ବଡ଼ ଟମାଟୋ ମଣ୍ଡି ପିମ୍ପଲଗାଁରେ ୧୫,୦୦୦ କ୍ରେଟ ଟମାଟୋ ପହଞ୍ଚିଥିବାବେଳେ ନାଶିକରେ ଯୋଗାଣ ପରିମାଣ ୫୦୦୦ କ୍ରେଟରୁ ୧୦,୦୦୦ କ୍ରେଟକୁ ବୃଦ୍ଧି ପାଇଛି। ଲାସାଲଗାଁରେ, ଗୋଟିଏ ସପ୍ତାହ ପୂର୍ବରୁ ଦୈନିକ ୩୫୦ କ୍ରେଟ୍‌ ପହଞ୍ଚୁଥିବାବେଳେ ଏବେ ତାହା ବୃଦ୍ଧି ପାଇ ୧୫୦୦ କ୍ରେଟ୍‌ରେ ପହଞ୍ଚିଛି। ବର୍ତ୍ତମାନ ଦର କମିବା ପରେ ଟମାଟୋ ମୂଲ୍ୟ ପୂର୍ବାବସ୍ଥାକୁ ଫେରିବା ନେଇ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ମୁମ୍ୱାଇବାସୀ।

ଯଦି ଆମେ ତିନି ମାସର ରିପୋର୍ଟ ଦେଖିବା ତେବେ, ମେ' ରେ ଟମାଟୋ କିଲୋ ଏଠାରେ ୩୦ ଟଙ୍କା ଥିଲା। ହଠାତ୍ ଜୁନ୍ ୧୩ରେ ମୂଲ୍ୟ ଦୁଇଗୁଣା ବୃଦ୍ଧି ପାଇ ୫୦-୬୦ ମଧ୍ୟରେ ବିକ୍ରି ହେଲା। ଜୁଲାଇ ୩ରେ ସିଧା ସେଞ୍ଚୁରୀ ପାର୍ କରି ୧୬୦ ଟଙ୍କାରେ ପହଞ୍ଚି ଥିବାବେଳେ ଜୁଲାଇ ୨୪ରେ ୨୦୦ ଟଙ୍କାରୁ ଊର୍ଦ୍ଧ୍ୱରେ ବିକ୍ରି ହେଲା। APMC ନିର୍ଦ୍ଦେଶକ ଶଙ୍କର ପିଙ୍ଗଲେ କହିଛନ୍ତି ଯେ, ଗତ ଦୁଇ ଦିନରେ ଭାସିରେ ଟମାଟୋର ହୋଲସେଲ ମୂଲ୍ୟ ୧୫-୨୦ ଟଙ୍କା ହ୍ରାସ ପାଇ ଆଜି ୭୦-୮୦ ଟଙ୍କା ହୋଇଛି। ଏହାର କାରଣ ହେଉଛି ଟମାଟୋ ଆମଦାନୀ ବୃଦ୍ଧି ପାଇଛି। କିନ୍ତୁ ବର୍ଷା କାରଣରୁ ଉତ୍ତର ଭାରତକୁ ଯୋଗାଣ ହୋଇପାରୁ ନାହିଁ। ଫଳରେ ମୂଲ୍ୟ ହ୍ରାସ ପାଇଛି। କିନ୍ତୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ହାର ହ୍ରାସ ପାଇନପାରେ ବୋଲି ଅନୁମାନ କରୁଛି ବୋଲି ଭାସି ନିର୍ଦ୍ଦେଶକ କହିଛନ୍ତି।

Advertisment

ସେପଟେ କିଛି ସ୍ଥାନରେ ଛୋଟ ଛୋଟ ଟମାଟୋ ୧୨୦ ଟଙ୍କାରେ ବିକ୍ରି ହେଉ ଥିବାବେଳେ ଅନ୍ୟ କିଛି ସ୍ଥାନରେ ବଡ଼ ବଡ଼ ଟମାଟୋ କିଲୋ ପିଛା ୧୬୦ ଟଙ୍କାରେ ବିକ୍ରି ହେଉଥିବା କହିଛନ୍ତି ବ୍ୟବସାୟୀ। 

Tomato Tomato Rates Dip In Nashik Tomato Price Vegetables Rates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe