Advertisment

ଟମାଟୋ କେଜି ୨୫୦ ଟଙ୍କା, କେଉଁଠି?

ପନିପରିବା ଦର ଏବେ ଆକାଶ ଛୁଆଁ ହୋଇଛି। ଅନେକ ପରିବାର ଦାମ କିଲୋ ପିଛା ୧୦୦ ଟଙ୍କା ବା ତା’ ପାଖାପାଖି ରହିଛି।

Tomato

Tomato

Advertisment

ପନିପରିବା ଦର ଏବେ ଆକାଶ ଛୁଆଁ ହୋଇଛି। ଅନେକ ପରିବାର ଦାମ କିଲୋ ପିଛା ୧୦୦ ଟଙ୍କା ବା ତା’ ପାଖାପାଖି ରହିଛି। କିଛି ପରିବାର ଦାମ ୧୦୦ ଟଙ୍କାରୁ ଅଧିକ ରହିଛି। କଞ୍ଚାଲଙ୍କା କେଜି କେଉଁଠି ୩୦୦ ଟଙ୍କା ତ କେଉଁଠି ୪୦୦ ଟଙ୍କା ରହିଛି। ସେମିତି ଟମାଟୋ ଦର ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଏହାର ଦର ଦେଶର ବିଭିନ୍ନ ସ୍ଥାନରେ ୧୦୦ରୁ ୧୫୦ ଟଙ୍କା ମଧ୍ୟରେ ରହିଛି। ତେବେ ଉତ୍ତରାଖଣ୍ଡରେ ଟମାଟୋ କେଜି ପ୍ରତି ୨୫୦ ଟଙ୍କାରେ ବିକ୍ରି ହେଉଛି।

Advertisment

ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଧାମରେ ଟମାଟୋ କେଜି ପ୍ରତି ୨୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ରାଜ୍ୟର ଉତ୍ତରକାଶୀ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଟମାଟୋ କେଜି ୧୮୦ ଟଙ୍କାରୁ ୨୦୦ ଟଙ୍କା ରହିଛି।

ଚେନ୍ନାଇରେ ଟମାଟୋ କେଜି ପ୍ରତି ୧୦୦ରୁ ୧୩୦ ଟଙ୍କା ରହିଛି। ଟମାଟୋର ଏଭଳି ଦର ଦେଖି ତାମିଲନାଡୁ ସରକାର ରିହାତି ବ୍ୟବସ୍ଥା କରିଛନ୍ତି। ଲୋକଙ୍କ ବୋଝକୁ ହାଲୁକା କରିବା ପାଇଁ ଚେନ୍ନାଇର ବିଭିନ୍ନ ରାସନ ଦୋକାନରେ କେଜି ପ୍ରତି ୬୦ ଟଙ୍କାରେ ଟମାଟୋ ବିକ୍ରି କରାଯାଉଛି।

Advertisment

କର୍ଣ୍ଣାଟକାରେ ମଧ୍ୟ ଟମାଟୋ ଦର ଚଢ଼ା ରହିଛି। ବେଙ୍ଗାଲୁରୁରେ ଟମାଟୋ କେଜି ୧୦୧ରୁ ୧୨୧ ଟଙ୍କା ରହିଛି। ଓଡ଼ିଶାରେ ଟମାଟୋ ଦର ଭିନ୍ନ ଭିନ୍ନ ରହିଛି। ଏଠାରେ ଟମାଟୋ କେଜି ପ୍ରତି ୧୦୦ରୁ ୧୫୦ ଟଙ୍କା ମଧ୍ୟରେ ରହିଛି।

Price Hike Tomato Mission Tomato
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe