Advertisment

କାଲି ମୁମ୍ବାଇରେ ବାଜିବନି ହର୍ଣ୍ଣ

ଶବ୍ଦ ପ୍ରଦୂଷଣକୁ ରୋକିବା ଓ ତଥା ପରିବେଶରେ ସନ୍ତୁଳତା ଆଣିବା ପାଇଁ ମୁମ୍ବାଇ ପୁଲିସ ଏପରି ପଦକ୍ଷେପ ନେଇଛି।

author-image
Hemant Lenka
Mumbai

Mumbai

ଜୁନ ୧୪କୁ ମୁମ୍ବାଇ ଟ୍ରାଫିକ ଫୁଲିସ୍‌ ‘ନୋ ହଙ୍କିଙ୍ଗ ଡେ’ ବା ନୋ ହର୍ଣ୍ଣ ଦିବସ ଭାବେ ପାଳନ କରିବ। ଏଥିସହ ଅଯଥାରେ ହର୍ଣ୍ଣ ବଜାଇ ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଶବ୍ଦ ପ୍ରଦୂଷଣକୁ ରୋକିବା ଓ ତଥା ପରିବେଶରେ ସନ୍ତୁଳତା ଆଣିବା ପାଇଁ ମୁମ୍ବାଇ ପୁଲିସ ଏପରି ପଦକ୍ଷେପ ନେଇଛି।

Advertisment

ଯୁଗ୍ମ କମିଶନର(ଟ୍ରାଫିକ) ପ୍ରବୀଣ ପଡୱାଲ କହିଛନ୍ତି, “ରାସ୍ତାରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏହି ଅଭିଯାନକୁ ସବୁ ଗାଡ଼ି ଚାଳକ ସକାରାତ୍ମକ ଭାବେ ଗ୍ରହଣ କରନ୍ତୁ।

ଆସନ୍ତାକାଲି ଆମ୍ବୁଲାନ୍ସ ଓ ଅଗ୍ନିଶମ ଭଳି ଜରୁରୀ ସେବାରେ ନିୟୋଜିତ ଗାଡ଼ିକୁ ଛାଡ଼ି ଦେଲେ, ଆଉ କେହି ବି ହର୍ଣ୍ଣ ବଜାଇ ପାରିବେ ନାହିଁ। ଯଦି କେହି ନିୟମ ଉଲ୍ଲଙ୍ଘନ କରିବେ, ତା’ହେଲେ ମୋଟର ଭେଇକିଲ ଆକ୍ଟ ଓ ପରିବେଶ ସୁରକ୍ଷା ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Advertisment
Mumbai Mumbai Police