ବାୟୁସେନା ମୁଖ୍ୟ
ଚଳିତ ବର୍ଷ ମେ’ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଭୟଙ୍କର ସାମରିକ ବିବାଦକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଏହି ସାମରିକ ବିବାଦ ସମୟରେ ପାକିସ୍ତାନର ୮ରୁ ୧୦ଟି ଯୁଦ୍ଧ ବିମାନକୁ ଧ୍ୱଂସ କରିଦେଇଥିଲା ଭାରତ। ଏହା ମଧ୍ୟରେ ଆମେରିକା ନିର୍ମିତ ଏଫ ୧୬ ଓ ଚାଇନା ନିର୍ମିତ ଜେଏଫ ୧୭ ଯୁଦ୍ଧ ବିମାନ ରହିଛି। ଭାରତର ସାମାରିକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ମାଟି କାମୁଡ଼ିଥିବା ଆଜି ପ୍ରଥମଥର ପାଇଁ ଖୁଲାସା କରିଛନ୍ତି ଭାରତୀୟ ବାୟୁସେନାର ମୁଖ୍ୟ(IAF Chief) ଏପି ସିଂହ।
୯୩ତମ ବାୟୁସେନା ଦିବସ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏପରି ତଥ୍ୟ ରଖିଛନ୍ତି ଏୟାର ଚିଫ ମାର୍ଶନ ଏପି ସିଂହ। ସାମରିକ ବିବାଦ ବେଳେ ଭାରତର ଏକାଧିକ ଯୁଦ୍ଧ ବିମାନକୁ ପାକିସ୍ତାନ ଖସାଇ ଦେଇଥିବା ନେଇ ଯେଉଁ ଦାବି କରି ଚାଲିଛି, ତା’କୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ପାକିସ୍ତାନର ବୟାନବାଜୀ ସେ ମନଗଡ଼ା କାହାଣୀ ବୋଲି କହିଛନ୍ତି।
ଅପରେସନ ସିନ୍ଦୁର(Operation Sindoor) ଓ ସାମରିକ ବିବାଦ ବେଳେ ପାକିସ୍ତାନ ସହିଥିବା କ୍ଷତି ସମ୍ପର୍କରେ ପ୍ରଥମଥର ପାଇଁ ଗୋଟିଏ ସ୍ପଷ୍ଟ ସୂଚନା ଦେଇ ବାୟୁସେନା ମୁଖ୍ୟ କହିଛନ୍ତି ଯେ ଭାରତ ଏଫ ୧୬ ଓ ଜେଏଫ ୧୭ ଶ୍ରେଣୀର ୪ରୁ ୫ଟି ଲେଖାଏ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲା। ଏହାବାଦ ଗୋଟିଏ ସର୍ଭେଲାନ୍ସ ଏୟାରକ୍ରାଫ୍ଟକୁ ମଧ୍ୟ ଆକାଶ ପଥରେ ଧ୍ୱଂସ କରାଯାଇଥିଲା।
ଗୋଟିଏ ଦୂରଗାମୀ ଷ୍ଟ୍ରାଇକ ପ୍ରମାଣ ଆମ ପାଖରେ ରହିଛି। ପ୍ରାୟ ୩୦୦ରୁ ଅଧିକ କିମି ଦୂରରେ ଥିବା ଟାର୍ଗେଟକୁ ହିଟ କରାଯାଇଥିଲା। ଏଥିରେ ସମ୍ଭବତଃ ଏୟାର ୱାର୍ଣ୍ଣିଂ ସିଷ୍ଟମ କିମ୍ବା ସିଜିଣ୍ଟ ଏୟାରକ୍ରାଫ୍ଟ ଧ୍ୱଂସ ହୋଇଥିଲା। ଏହା ସହ ଏଫ-୧୬ ଓ ଏଫ-୧୭ ଶ୍ରେଣୀର ୫ଟି ହାଇଟେକ ଯୁଦ୍ଧ ବିମାନକୁ ମଧ୍ୟ ହିଟ କରାଯାଇଥିଲା।
ତାଙ୍କ କହିବା କଥା ଯେ ପାକିସ୍ତାନୀ ଅଞ୍ଚଳର ୩୦୦ ମିଟର ଦୂରରେ ଥିବା ଟାର୍ଗେଟକୁ ଆମେ ହିଟ କରିପାରିଥିଲୁ। ଏହା ସବୁଠାରୁ ଲମ୍ବା ଟାର୍ଗେଟ ଥିଲା।
ଏପି ସିଂହ ଆହୁରି କହିଛନ୍ତି ଯେ ଭାରତ ନିର୍ଦ୍ଦିଷ୍ଟ ଭାବେ ରାଡାର ସିଷ୍ଟମ, କମାଣ୍ଡ, କଣ୍ଟ୍ରୋଲ ସିଷ୍ଟ, ରନୱେ ଓ ହାଙ୍ଗର୍ସକୁ ହିଟ କରିଥିଲା। ଏହି ସମୟରେ ସ୍ଥଳ ପଥରେ ରହିଥିବା ଆଉ ୪ରୁ ୫ଟି ଏଫ-୧୬ ଯୁଦ୍ଧ ବିମାନ ଧ୍ୱଂସ ହୋଇଥିଲା। ଯୁଦ୍ଧ ବିମାନ ବ୍ୟତୀତ ୪ଟି ସ୍ଥାନରେ ଥିବା ରାଡାର, ୨ଟି ଠିକଣାରେ ଥିବା କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର, ୨ଟି ରନୱେ, ୩ଟି ହାଙ୍ଗର୍ସ ଓ ଗୋଟିଏ ସ୍ଥଳ ଭାଗରୁ ଆକାଶ ପଥକୁ ମାଡ଼ କରାଯାଇ ପାରୁଥିବା ମିସାଇଲ ସିଷ୍ଟମକୁ ମଧ୍ୟ ଭାରତୀୟ ସେନା ନଷ୍ଟ କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି।
ମେ’ ୧୦ ତାରିଖରେ ଭାରତୀୟ ସେନା ପାକିସ୍ତାନର ୧୧ଟି ସାମରିକ ଏୟାରବେସ୍କୁ ଟାର୍ଗେଟ କରିଥିଲା। ସମ୍ଭବତଃ ଏହି ସମୟରେ ପାକିସ୍ତାନ ଏତେ ସବୁ କ୍ଷତି ସହିଛି। ଭାରତର କାଉଣ୍ଟର ଆଟାକରେ ଘାଇଲା ହେବା ପରେ ପାକିସ୍ତାନ ଯୁଦ୍ଧ ବିରତି ଲାଗୁ କରିବାକୁ ଦୌଡ଼ି ଆସିଥିଲା।
ବାୟୁସେନା ମୁଖ୍ୟ କହିଛନ୍ତି, “ଷ୍ଟ୍ରାଇକ ପରେ କରାଯାଇଥିବା ଆକଳନ ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ଆମେ ପାକିସ୍ତାନ(Pakistan)କୁ ଏମିତି ସ୍ଥିତିରେ ଆଣି ଛିଡ଼ା କରିଦେଇଥିଲୁ ଯେ ସେମାନେ ବାଧ୍ୟ ହୋଇ ଯୁଦ୍ଧ ବିରତି ଲାଗୁ କରିବାକୁ ଅନୁରୋଧ କରିଥିଲେ।”
ପାକିସ୍ତାନ ପ୍ରଧାନମନ୍ତ୍ରୀ କରିଥିବା ଦାବିକୁ କଟାକ୍ଷ
କିଛି ଦିନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମିଳିତ ଜାତିସଂଘର ସାଧାରଣ ମହାସଭାକୁ ସମ୍ବୋଧନ କରିବା ବେଳେ ଭାରତର ୭ ଯୁଦ୍ଧ ବିମାନକୁ ସାମରିକ ବିବାଦ ବେଳେ ଖସାଇ ଦିଆଯାଇଥିବା ଦାବି କରିଥିଲେ। ପାକିସ୍ତାନ ମିଡିଆ ଓ ଏହାର ସମର୍ଥକ ମଧ୍ୟ ଭାରତ ବିରୋଧରେ ଅପ୍ରଚାର କରି ଚାଲିଛନ୍ତି। ସେମାନେ କରୁଥିବା ଦାବିର ପ୍ରମାଣ ଦେଇ ପାରୁ ନାହାନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସମର୍ଥକ କରୁଥିବା ବାହାସ୍ଫୋଟକୁ କଟାକ୍ଷ କରିଛନ୍ତି ବାୟୁସେନା ମୁଖ୍ୟ। ସେ କହିଛନ୍ତି, “ଯଦି ସେମାନେ ଭାବୁଛନ୍ତି ଯେ ଆମର ୧୫ଟି ଯୁଦ୍ଧ ବିମାନ ଖସାଇ ଦେଇଛନ୍ତି, ତା’ହେଲେ ମୋର ଆଶା ସେମାନେ ଏହି ଦାବିରେ ଆଶ୍ୱସ୍ତ ହେବେ ଓ ଭବିଷ୍ୟତରେ ଲଢ଼ିବାକୁ ଆସିବା ବେଳେ ଆମ ପାଖରେ ୧୫ଟି ଯୁଦ୍ଧ ବିମାନ କମ ଥିବା ଭାବି ସାମ୍ନା କରିବେ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/03/iaf2-2025-10-03-16-00-35.jpg)