Darshan
ରେଣୁକାସ୍ୱାମୀ ନାମକ ନିଜର ଜଣେ ଫ୍ୟାନଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇ ଜାମିନରେ ଖଲାସ ହୋଇଥିବା କନ୍ନଡ ଅଭିନେତା ଦର୍ଶନଙ୍କୁ ଲାଗିଛି ସୁପ୍ରିମ ଝଟକା। ଆଜି ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଏଥିସହ ତୁରନ୍ତ ତାଙ୍କୁ ହେପାଜତକୁ ନେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ଜେବି ପାର୍ଡିୱାଲ ଓ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ ପୂର୍ବରୁ କର୍ଣ୍ଣାଟକା ହାଇକୋର୍ଟ ଅଭିନେତା ଦର୍ଶନଙ୍କୁ ଦେଇଥିବା ଜାମିନ ନିର୍ଦ୍ଦେଶକୁ ରଦ୍ଦ କରି ତୁରନ୍ତ ଗିରଫଦାରୀ ପାଇଁ କହିଛନ୍ତି। ରାୟ ଦେବା ବେଳେ ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ଦ୍ୱାରା ପୂର୍ବ ପରୀକ୍ଷଣ(ପ୍ରି-ଟ୍ରାଏଲ) ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି।
ଜଷ୍ଟିସ ମହାଦେବନ କହିଛନ୍ତି, “ଆମେ ଜାମିନ ପ୍ରଦାନ ଓ ରଦ୍ଦ ଉପରେ ବିଚାର କରିଛୁ। ହାଇକୋର୍ଟ ଅତ୍ୟଧିକ କ୍ଷମତା ପ୍ରୟୋଗ କରି ଜାମିନ ଦେଇଥିବା ସ୍ପଷ୍ଟ ହୋଇଛି। ଜାମିନ ପ୍ରଦାନ ଦ୍ୱାରା ଶୁଣାଣି ଓ ସାକ୍ଷୀମାନେ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି।”
ସାଥୀ ଜଷ୍ଟିସ ମହାଦେବନଙ୍କ ରାୟକୁ ପ୍ରଶଂସା କରି ଜଷ୍ଟିସ ପାର୍ଡିୱାଲା କହିଛନ୍ତି ଯେ “ଜଷ୍ଟିସ ମହାଦେବନ ଅତ୍ୟନ୍ତ ବିଦ୍ୱାନପୂର୍ଣ୍ଣ ରାୟ ଦେଇଛନ୍ତି। ଏହାକୁ ଶବ୍ଦରେ ବୟାନ କରାଯାଇ ପାରିବ ନାହିଁ। ଅଭିଯୁକ୍ତ ଯେତେ ବଡ଼ ହୋଇଥିଲେ ହେଁ ଆଇନ ଠାରୁ ଉପରେ ନୁହନ୍ତି ବୋଲି ଏହି ରାୟ ସ୍ପଷ୍ଟ ବାର୍ତ୍ତା ଦେଇଛି।”
ଜାମିନ ଆବେଦନ ଖାରଜ କରିବା ପରେ ଦର୍ଶନଙ୍କୁ ଜେଲରେ ଭିଆଇପି ସୁବିଧା ପ୍ରଦାନ ସମ୍ପର୍କରେ କୋର୍ଟ ସତର୍କ କରାଇଛନ୍ତି। ବେଙ୍ଗାଲୁରୁ ଜେଲରେ ଦର୍ଶନ ବନ୍ଦୀ ଥିବା ବେଳେ ତାଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଥିବାର ଫଟୋ ସାମ୍ନାକୁ ଆସିଥିଲା। ସେ ଜେଲର ବଗିଚାରରେ ହାତରେ ଚା କପ ଓ ସିଗାରେଟ ଧରି ବସିଥିବାର ଫଟୋ ବେଶ ଭାଇରାଲ ହୋଇଥିଲା।
ଜଷ୍ଟିସ ପାର୍ଡିୱାଲା କହିଛନ୍ତି, “ଯେଉଁ ଦିନ ଅଭିଯୁକ୍ତଙ୍କୁ ପଞ୍ଚ ତାରକା ସୁବିଧା ମିଳୁଥିବା ଆମେ ଜାଣିବାକୁ ପାଇବୁ, ସେଦିନ ସର୍ବପ୍ରଥମେ ଜେଲ ଅଧିକ୍ଷକଙ୍କ ସମେତ ସବୁ ଅନ୍ୟ ଅଧିକାରୀଙ୍କୁ ନିଲମ୍ବିତ କରିବୁ।”
ଦର୍ଶନଙ୍କ ଜାମିନ ରଦ୍ଦ ହେବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ରେଣୁକାସ୍ୱାମୀଙ୍କ ବାପା। ସେ କହିଛନ୍ତି, “ଯେଉଁ ଦିନ ସେ(ଦର୍ଶନ) ହାଇକୋର୍ଟରୁ ଜାମିନ ପାଇଥିଲେ ସେଦିନ ଆମ ଚିନ୍ତା ବଢ଼ି ଯାଇଥିଲା। କିନ୍ତୁ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ତାଙ୍କ ଜାମିନ ରଦ୍ଦ ହୋଇଛି। ଆଇନର ଜାଲରୁ କୌଣସି ଅପରାଧୀ ଖସି ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି କଡ଼ା ବାର୍ତ୍ତା ଦେଇଛନ୍ତି।”
୩୩ ବର୍ଷୀୟ ରେଣୁକାସ୍ୱାମୀଙ୍କୁ ଭୟଙ୍କର ଢଙ୍ଗରେ କରାଯାଇଥିଲା। ଦର୍ଶନଙ୍କର ଜଣେ ବଡ଼ ଫ୍ୟାନ୍ ଥିଲେ ରେଣୁକାସ୍ୱାମୀ। ତେବେ ସେ ଅଭିନେତ୍ରୀ ପବିତ୍ରା ଗୌଡ଼ଙ୍କ ନିକଟକୁ ସୋଶାଲ ମିଡିଆ ଯୋଗେ ଅଶ୍ଳୀଳ ମେସେଜ ପଠାଉଥିବା ଅଭିଯୋଗ ହୋଇଥିଲା। ପବିତ୍ରା ଗୌଡ଼ା ହେଉଛନ୍ତି ଦର୍ଶନଙ୍କ ପାର୍ଟନର। ଉଭୟ ରିଲେସନଶିପ୍ରେ ଥିଲେ ବୋଲି କୁହାଯାଏ।
ପବିତ୍ରାଙ୍କୁ ରେଣୁକାସ୍ୱାମୀ ଅଶ୍ଲୀଳ ମେସେଜ ପଠାଇ ହଇରାଣ କରିବା କଥାକୁ ନେଇ ଦର୍ଶନ ଖୁବ୍ ରାଗି ଯାଇଥିଲେ। ଦର୍ଶନଙ୍କ ନିର୍ଦ୍ଦେଶରେ ଗୋଟିଏ ଗ୍ୟାଙ୍ଗର ସଦସ୍ୟମାନେ ପ୍ରଥମେ ଅଟୋ ଚାଳକ ରେଣୁକାସ୍ୱାମୀଙ୍କୁ ଅପହରଣ କରିଥିଲେ। ପରେ ତାଙ୍କୁ ହତ୍ୟା ଅତ୍ୟନ୍ତ ନିର୍ମମ ଭାବେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା।
ଏହି ମାମଲାରେ ଦର୍ଶନଙ୍କୁ ୨୦୨୪ ଜୁନ ୧୧ରେ ଗିରଫ କରାଯାଇଥିଲା। ଏହି ମାମଲାରେ ଦର୍ଶନ ଓ ତାଙ୍କ ବାନ୍ଧବୀଙ୍କ ସମେତ ମୋଟ ୧୯ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଡିସେମ୍ବର ମାସରେ ଦର୍ଶନ ଓ ପିବତ୍ରାଙ୍କୁ ଜାମିନ ମିଳିଥିଲା। ଏବେ ଦର୍ଶନଙ୍କ ଜାମିନ ରଦ୍ଦ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Darshan_1755164012.jpg)