Advertisment

ବୁଲା କୁକୁର ମୁକ୍ତ ହେବ ରାଜଧାନୀ! ତୁରନ୍ତ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କୁକୁର କାମୁଡ଼ା ଯୋଗୁ ଜଳାନ୍ତକ ରୋଗ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ତତ୍କାଳ ପଦକ୍ଷେପ ନେବା ଛଡ଼ା ଆଉ କୌଣସି ଉପାୟ ନାହିଁ ବୋଲି କୋର୍ଟ ମତ ରଖିଛନ୍ତି।

Dog

Dog

Advertisment

ବୁଲା କୁକୁର ମୁକ୍ତ ହେବ ଦେଶ ରାଜଧାନୀ ଦିଲ୍ଲୀ। ବୁଲା କୁକୁରଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାରୁ ସାଧାରଣ ଲୋକ ନିୟମିତ ସେମାନଙ୍କ ଉତ୍ପାତର ଶିକାର ହେଉଛନ୍ତି। ବୁଲା କୁକୁରଙ୍କ ଯୋଗୁ ସାଧାରଣ ଲୋକ ବିଭିନ୍ନ ପ୍ରକାରର ସମସ୍ୟାରେ ପଡ଼ୁଛନ୍ତି। ଏଥିପାଇଁ ବୁଲା କୁକୁରଙ୍କୁ ତୁରନ୍ତ ଧରି ସେମାନଙ୍କ ବନ୍ଧ୍ୟାକରଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସେହିପରି ବୁଲା କୁକୁରମାନଙ୍କୁ ଧରି ସ୍ଥାୟୀ ଭାବେ ଆଶ୍ରୟସ୍ଥଳରେ ରଖିବାକୁ ଆଜି ଦିଲ୍ଲୀ ଓ ଏନସିଆରର ପୌରପାଳିକା ଅଧିକାରୀମାନଙ୍କୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। କଡ଼ା ଆଭିମୁଖ୍ୟ ପୋଷଣ କରି ନିର୍ଦ୍ଦେଶରେ କୌଣସି ବୁଝାମଣା ନ କରି ତୁରନ୍ତ ଲାଗୁ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତିବିଶେଷ କିମ୍ବା ସଂଗଠନ ବୁଲା କୁକୁରଙ୍କୁ ଧରିବା ପାଇଁ ହେଉଥିବା ପ୍ରୟାସକୁ ବିରୋଧ କରିବେ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୁକୁର କାମୁଡ଼ା ଯୋଗୁ ଜଳାନ୍ତକ ରୋଗ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ତତ୍କାଳ ପଦକ୍ଷେପ ନେବା ଛଡ଼ା ଆଉ କୌଣସି ଉପାୟ ନାହିଁ ବୋଲି କୋର୍ଟ ମତ ରଖିଛନ୍ତି।

Advertisment

ଜଷ୍ଟିସ ଜେବି ପାର୍ଡିୱାଲା ଓ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, “ଏନସିଟି ଦିଲ୍ଲୀ, ଏମସିଡି ଓ ଏନଏମଡିସି ସମସ୍ତ ସ୍ଥାନରୁ ସବୁ ବୁଲା କୁକୁରଙ୍କୁ ତତ୍କାଳ ଭାବେ ଧରିବେ। କେମିତି ସେମାନେ ଏପରି କରିବେ, ତା’ର ନିଷ୍ପତ୍ତି ଅଧିକାରୀମାନେ ନେବେ। ଯଦି ସେମାନେ ଗୋଟିଏ ଫୋର୍ସ ଗଠନ କରିବାକୁ ଚାହୁଁଛନ୍ତି, ତା’ହେଲେ ତୁରନ୍ତ କରନ୍ତୁ। କିନ୍ତୁ ସେମାନେ ସବୁ ସ୍ଥାନକୁ ବୁଲା କୁକୁର ମୁକ୍ତ କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରନ୍ତୁ। ଏହା ଜଟିଳ ସ୍ଥିତି।

ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ବେଳେ କୌଣସି ବୁଝାମଣା ହେବ ନାହିଁ। ଯଦି ଏହାକୁ କେହି ବିରୋଧ କରନ୍ତି କିମ୍ବା କୁକୁର ଧରା କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରନ୍ତି, ତା’ହେଲେ ଆମେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏପରି ନିର୍ଦ୍ଦେଶ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୁହେଁ, ବରଂ ଲୋକଙ୍କ ସାମୂହିକ ସ୍ୱାର୍ଥକୁ ଦୃଷ୍ଟି ଦିଆଯାଉଛି। ଛୋଟ ପିଲା ଓ ଯୁବ ଗୋଷ୍ଠୀଙ୍କୁ କୌଣସି ବି ପରିସ୍ଥିତିରେ ଜଳାନ୍ତକର ଯନ୍ତ୍ରଣାରେ ପଡ଼ିବାକୁ ଦେଇ ପାରିବୁ ନାହିଁ। ପଦକ୍ଷେପ ଏମିତି ଭାବେ ନିଆଯିବା ଦରକାର ଯେମିତି ସମସ୍ତେ ବୁଲା କୁକୁରଙ୍କ ଭୟକୁ ଛାଡ଼ି ମୁକ୍ତ ଭାବେ ବୁଲି ପାରିବେ।”

କ’ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ?

୧- ଦିଲ୍ଲୀର ଅଧିକାରୀମାନେ ତୁରନ୍ତ ଗୋଟିଏ କୁକୁର ଆଶ୍ରୟ ସ୍ଥଳ ତିଆରି କରିବେ। ଆସନ୍ତା ୮ ସପ୍ତାହ ମଧ୍ୟରେ ଏହାକୁ ତିଆରି କରି ଏଠାରେ ଆବଶ୍ୟକ କର୍ମଚାରୀ ଓ ସିସିଟିଭି ଫୁଟେଜ ଲଗାଇବେ। ଧରା ଯାଇଥିବା କୁକୁରମାନଙ୍କୁ ବନ୍ଧ୍ୟାକରଣ ପରେ ମଧ୍ୟ ଛଡ଼ା ଯିବ ନାହିଁ।

୨- ଆସନ୍ତା ୬ ସପ୍ତାହ ମଧ୍ୟରେ ଅଧିକାରୀମାନେ ୫ ହଜାର ବୁଲା କୁକୁରଙ୍କୁ ଧରିବେ ଓ ଏହାକୁ ବିରୋଧ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

୩- ଦିନକୁ କେତେ କୁକୁର ଧରା ଯାଉଛି ତା’ର ତଥ୍ୟ ଦିଲ୍ଲୀ, ନୋଏଡା ଓ ଗୁରୁଗ୍ରାମର ଅଧିକାରୀମାନେ ରଖିବେ। ସେମାନଙ୍କୁ ଧରିବା ପରେ ଆଦୌ ଛାଡ଼ିବେ ନାହିଁ। ଯଦି ନିୟମ କିଏ ଭାଙ୍ଗିବେ, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

୪- କୁକୁର କାମୁଡ଼ା ଓ ଜଳାନ୍ତକ ଅଭିଯୋଗକୁ ଶୁଣିବା ପାଇଁ ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ହେଲ ଲାଇନ ନମ୍ବର ଜାରି କରାଯିବ। ଖବର ପାଇବାର ୪ ଘଣ୍ଟା ମଧ୍ୟରେ ଅଧିକାରୀମାନେ ବୁଲା କୁକୁରଙ୍କୁ ଧରିବେ।

୫- ଜଳାନ୍ତକ ଟିକାର ଷ୍ଟକ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜୁଲାଇ ମାସ ଶେଷ ଭାଗରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ବର୍ଦ୍ଧିତ ଜଳାନ୍ତକ ମାମଲା ଓ ମୃତ୍ୟୁ ରିପୋର୍ଟକୁ ବେଶ ଗୁରୁତ୍ୱର ସହ ନେଇଥିଲେ। ବିଶେଷ କରି ଛୋଟ ପିଲା ଓ ବୟସଙ୍କମାନେ ବୁଲା କୁକୁର କାମୁଡ଼ାର ଶିକାର ହୋଇ ହଇରାଣ ହେବାରୁ ଏହାକୁ ନେଇ ସର୍ବୋଚ୍ଚ ଅଦାଲତ ଚିନ୍ତା ପ୍ରକଟ କରିଥିଲେ। ଏପରି ଘଟଣା ଅତ୍ୟନ୍ତ ବିଚଳିତ କରିବା ଭଳି ସୁପ୍ରିମକୋର୍ଟ ମତ ରଖି ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

Stray Dogs Delhi NCR Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe