SC
ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଥିବା ରାୟକୁ ଆଜି ସୁପ୍ରିମକୋର୍ଟ ଫେରାଇ ନେଇଛନ୍ତି। ଏପ୍ରିଲ ୨୨ରେ ସର୍ବୋଚ୍ଚ ଅଦାଲତ ୧୪ ବର୍ଷୀୟ ନାବାଳିକାଙ୍କୁ ତାଙ୍କର ୩୦ ସପ୍ତାହର ଭୃଣକୁ ଗର୍ଭପାତ କରିବାକୁ ଅନୁମତି ଦେଇଥିଲେ। ଏବେ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନିଜ ରାୟରେ ପରିବର୍ତ୍ତନ କରିଛନ୍ତି। ଏଥିସହ ପୂର୍ବରୁ ବମ୍ବେ ହାଇକୋର୍ଟ ଗର୍ଭପାତ ବିରୋଧରେ ଦେଇଥିବା ରାୟକୁ କାଏମ ରଖିଛନ୍ତି।
ପୀଡ଼ିତାଙ୍କ ବାପା ମା’ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ସେମାନେ ଜନ୍ମ ହେବାକୁ ଥିବା ସନ୍ତାନର ଦାୟିତ୍ୱ ନେବେ। ଯଦି ଗର୍ଭପାତ ପ୍ରକ୍ରିୟା ଆରମ୍ଭ କରାଯାଏ, ତା’ହେଲେ ଏହା ସେମାନଙ୍କ ଝିଅର ସ୍ୱାସ୍ଥ୍ୟାବସ୍ଥା ପ୍ରତି ବିପଦ ସୃଷ୍ଟି କରିପାରେ।
ତେଣୁ ସେମାନେ ଗର୍ଭପାତ ସପକ୍ଷରେ ନାହାନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ ପୀଡ଼ିତାଙ୍କ ବାପା ମା’ଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେବା ପରେ ଶିଶୁର ସ୍ୱାର୍ଥ ସର୍ବୋପରି ବୋଲି କହିଛନ୍ତି।
ଏହା ଏକ ଦୁଷ୍କର୍ମ ମାମଲା। ଏଥିସହ ପୀଡିତାଙ୍କ ବୟସ ମାତ୍ର ୧୪ ବର୍ଷ। ଏଭଳି ଅସାଧାରଣ ମାମଲାକୁ ଦେଖି ତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦିଆଯାଉଛି ବୋଲି ପ୍ରଧାନ ବିଚାରପ୍ରତି ଡି ଓ୍ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏପ୍ରିଲ ୨୨ରେ କହିଥିଲେ। ସିଜେଆଇଙ୍କ ନେତୃତ୍ୱାଧୀନ ବେଞ୍ଚ ମେଡିକାଲ ରିପୋର୍ଟ ଦେଖିବା ପରେ ଏହି ନିଷ୍ପତ୍ତି ନେଇଥିଲେ।
ମୁମ୍ବାଇ ହସ୍ପିଟାଲର ରିପୋର୍ଟରେ କୁହାଯାଇଥିଲା ଯେ ନାବାଳିକାଙ୍କ ଗର୍ଭପାତ କରାଇବା ଉଚିତ୍। ତେବେ ପୀଡିତାଙ୍କ ଗର୍ଭପାତ କରାଇବାରେ ଯେତିକି ବିପଦ ରହିଛି, ପ୍ରସବ ବେଳେ ମଧ୍ୟ ଜୀବନ ପ୍ରତି ସେତିକି ବିପଦ ଥିବା ମେଡିକାଲ ବୋର୍ଡ ମତ ଦେଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/SC_1714399150.jpg)