Advertisment

ନିର୍ବାଚନୀ ବଣ୍ଡ: ଏସ୍‌ଆଇଟି ତଦନ୍ତକୁ ସୁପ୍ରିମକୋର୍ଟଙ୍କ ନା

ଫେବୃଆରୀ ୧୫ରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିବା ସହ ତୁରନ୍ତ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

SC

SC

Advertisment

ପ୍ରତ୍ୟାହୃତ ହୋଇ ସାରିଥିବା ନିର୍ବାଚନୀ ବଣ୍ଡ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖରାଜ କରି ଦେଇଛନ୍ତି। ନିର୍ବାଚନୀ ବଣ୍ଡ ଜରିଆରେ ବିଭିନ୍ନ ରାଜନୀତିକ ଦଳ ପାଇଥିବା ଚାନ୍ଦାର ଅପବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ଏସ୍‌ଆଇଟି ଦ୍ୱାରା କରିବାକୁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। କିନ୍ତୁ ଏହାକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରି ଦେଇଛନ୍ତି।

Advertisment

ବିଭିନ୍ନ ରାଜନୀତିକ ଦଳ ଓ କର୍ପୋରେଟ ଡୋନର ବା ଚାନ୍ଦା ଦାତାଙ୍କ ମଧ୍ୟରେ ନିର୍ବାଚନୀ ବଣ୍ଡ ଜରିଆରେ ଅନୈତିକ ଡିଲ୍‌ ହୋଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ରାଜନୀତିକ ଦଳ ବିଶେଷ କରି କ୍ଷମତାରେ ଥିବା ଦଳଗୁଡ଼ିକ ବଡ଼ବଡ଼ ବ୍ୟବସାୟୀ ଓ ସଂସ୍ଥାମାନଙ୍କ ଠାରୁ ଚାନ୍ଦା ଦେଇ ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। 

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏବେ ଠାରୁ ତଦନ୍ତ ନିର୍ଦ୍ଦେଶ ଦେବା ଅପରିପକ୍ୱ ଓ ଅନୁଚିତ ହେବ। ଆବେଦନକାରୀ ସାଧାରଣ ଆଇନ ବ୍ୟବସ୍ଥା ଅନୁଯାୟୀ ନିଜର ଅଭିଯୋଗ ଦାଖଲ କରିପାରିବେ।

Advertisment

ଯଦି ସେମାନଙ୍କ ଅଭିଯୋଗର ତଦନ୍ତ ନ ହେବ କିମ୍ବା ରିପୋର୍ଟ ଦାଖଲ କରା ନ ଯିବ, ତା’ହେଲେ ଆବେଦନକାରୀ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଆସିପାରୀବେ। ନ୍ୟାୟିକ ସମୀକ୍ଷାର ଆବଶ୍ୟକ ଥିବାରୁ କୋର୍ଟ ନିର୍ବାଚନୀ ବଣ୍ଡର ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ। କିନ୍ତୁ ଏହା ସହ ଜଡ଼ିତ ଅପରାଧିକ ଦିଗର ତଦନ୍ତ ଆଇନ ଅନୁସାରେ କରାଯାଇ ପାରିବ। ଅଭିଯୋଗର ତଦନ୍ତ ଯଦି ନ ହେବ, ତା’ହେଲେ କୋର୍ଟ ଏଥିରେ ହସ୍ତକ୍ଷେପ କରିପାରିବେ।

କେନ୍ଦ୍ର ସରକାର ୨୦୧୭ରେ ନିର୍ବାଚନ ବଣ୍ଡ ସ୍କିମ୍ ଘୋଷଣା କରିଥିଲେ। ଏହି ସ୍କିମ୍ ୨୯ ଜାନୁୟାରୀ ୨୦୧୮ରେ ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇଥିଲେ। ଯଦି ଆମେ ସରଳ ଭାଷାରେ କହିବା, ତେବେ ରାଜନୀତିକ ଦଳମାନଙ୍କୁ ଅର୍ଥ ଦାନ କରିବାର ଏକ ମାଧ୍ୟମ ହେଉଛି ନିର୍ବାଚନୀ ବଣ୍ଡ।

ଏହି ବଣ୍ଡକୁ ଭାରତର ଯେକୌଣସି ନାଗରିକ କିମ୍ବା କମ୍ପାନୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିଲେକ୍ଟ ଶାଖାରୁ କିଣି ପାରିବେ ଏବଂ ନିଜ ପସନ୍ଦର କୌଣସି ରାଜନୈତିକ ଦଳକୁ ଦାନ କରିପାରିବେ। କିନ୍ତୁ ଏଥିରେ କୌଣସି ବ୍ୟକ୍ତି କିମ୍ବା କମ୍ପାନୀର ନାମ ପ୍ରକାଶ କରାଯିବ ନାହିଁ, ଅର୍ଥାତ୍ ଏହା ଗୋପନ ରହିବ। ତେବେ ଏହାକୁ ଫେବୃଆରୀ ୧୫ରେ ସୁପ୍ରିମକୋର୍ଟ ଅସାମ୍ବିଧାନିକ କହିବା ସହ ତୁରନ୍ତ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Electoral Bonds Scheme Electoral Bonds Case Electoral Bonds Ban Electoral Bonds
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe