Advertisment

ହିଣ୍ଡେନବର୍ଗ କେସରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ଆଦାନି ଗ୍ରୁପ ବିରୋଧରେ କ’ଣ ପ୍ରମାଣ ରହିଛି?

ହିଣ୍ଡେନବର୍ଗ ରିପୋର୍ଟ ଆଧାରରେ ଆଦାନି ଗ୍ରୁପ ବିରୋଧରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି।

Adani

Adani

Advertisment

ଆଦାନି ଗ୍ରୁପର ହେରଫେର ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଥିବା ହିଣ୍ଡେନବର୍ଗ ମାମଲାରେ ଆଜି ବଡ଼ ବଡ଼ ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ। ହିଣ୍ଡେନବର୍ଗ ରିପୋର୍ଟ ଆଧାରରେ ଆଦାନି ଗ୍ରୁପ ବିରୋଧରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଆଜି ଏ ସଂକ୍ରାନ୍ତ ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଆବେଦକାରୀଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି।

Advertisment

ଆବେଦକାରୀ ପ୍ରଶାନ୍ତ ଭୂଷଣଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ପ୍ରଶ୍ନ କରିଛନ୍ତି ଯେ “ଆମେ କାହିଁକି ବିଦେଶୀ ରିପୋର୍ଟକୁ ସତ ବୋଲି ମାନିବୁ? ଆମେ ରିପୋର୍ଟକୁ ରିଜେକ୍ଟ କରୁନାହୁଁ। କିନ୍ତୁ ଆମେ ପ୍ରମାଣ ଚାହୁଁ। ଆଦାନି ଗ୍ରୁପ ବିରୋଧରେ ଆପଣଙ୍କ ପାଖରେ କି ପ୍ରକାରର ପ୍ରମାଣ ରହିଛି? ଗୋଟିଏ ପବ୍ଲିକେସନକୁ କେବେ ହେଲେ ସତ୍ୟ ଭାବେ ବିବେଚନା କରାଯାଇ ପାରିବ ନାହିଁ।”

ହିଣ୍ଡେନବର୍ଗ ପକ୍ଷରୁ ବିସ୍ତୃତ ଯାଞ୍ଚ କରାଯାଇ ଆଦାନି ଗ୍ରୁପ କେମିତି ନିଜ ଶେୟାରର ମୂଲ୍ୟ ବୃଦ୍ଧି କରିଥିଲା ଓ ବିଭିନ୍ନ ଅନିୟମିତତା କରିଥିଲା ବୋଲି ରିପୋର୍ଟ ପ୍ରକାଶ କରିଥିଲା। ଏହାକୁ ନେଇ ରାଜନୀତିକ ହଟଚମଟ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଆଦାନି ଗ୍ରୁପ ଏହାକୁ ଅଗ୍ରାହ୍ୟ କରିଥିଲା। ସେବି ମଧ୍ୟ ହିଣ୍ଡେନବର୍ଗ ରିପୋର୍ଟକୁ ଗ୍ରହଣ କରିନାହିଁ।

Advertisment

ସେବି ପାଇଁ ଯୁକ୍ତି ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, “ଆମେ ଯଦି ଏପରି ରିପୋର୍ଟ ଉପରେ ପଦକ୍ଷେପ ନେବୁ, ତା’ହେଲେ ଆମ ଏଜେନ୍ସିଗୁଡ଼ିକ କ’ଣ କରିବେ? ବିଦେଶୀ ରିପୋର୍ଟରେ ଭାରତୀୟ ନୀତି ଉପରେ ପ୍ରଭାବ ପକାଇବା ପାଇଁ ଏବେ ଗୋଟିଏ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ତଦନ୍ତ ବେଳେ ସେବି ଓସିସିଆରପି ସହ ଯୋଗାଯୋଗ କରିଥିଲା। ତେବେ ଅଧିକ ତଥ୍ୟ ପାଇଁ ସେମାନେ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା ପରିଚାଳିତ ଏନଜିଓ ସହ ଯୋଗାଯୋଗ କରିବାକୁ କହିଛନ୍ତି।

ଏହି ତଥାକଥିତ ଜନସ୍ୱାର୍ଥ ମାମଲା ପାଇଁ ଆପଣ(ପ୍ରଶାନ୍ତ ଭୂଷଣ) ହାଜର ହୋଇଛନ୍ତି। କିଛି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଓ ଏହାକୁ ଆଧାର କରି ପ୍ରଶ୍ନ କରୁଛନ୍ତି। କିନ୍ତୁ ଏହାର ସୂତ୍ର କ’ଣ? ମୁଁ ଆପଣଙ୍କୁ ଅସମ୍ମାନ କରୁନାହିଁ। କିନ୍ତୁ ଏହା ଦ୍ୱୈତସ୍ୱାର୍ଥ ମଧ୍ୟରେ ଆସୁଛି।”

ହିଣ୍ଡେନବର୍ଗ ରିପୋର୍ଟର ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ଗୋଟିଏ କମିଟି ଗଠନ କରିଥିଲେ। ଏହା ଉପରେ ପ୍ରଶାନ୍ତ ଭୂଷଣ ପ୍ରଶ୍ନ ଉଠାଇବାରୁ ସର୍ବୋଚ୍ଚ ଅଦାଲତ ବିରକ୍ତ ପ୍ରକାଶ କରିଛନ୍ତି।

ପ୍ରଶାନ୍ତ ଭୂଷଣ ଯୁକ୍ତି କରିଥିଲେ ଯେ ବିଶେଷଜ୍ଞ କମିଟିର କିଛି ସଦସ୍ୟ ଆଦାଦି ଗ୍ରୁପ ପାଇଁ କାମ କରୁଛନ୍ତି। ଏହା ଶୁଣି ସୁପ୍ରିମକୋର୍ଟ କହିଥିଲେ କୋର୍ଟ ପ୍ୟାନେଲ ଗଠନ କରିଥିଲେ, ଆଦାନି ଗ୍ରୁପ ନୁହେଁ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, “ଯଦି ଜଣେ ଆଇନଜୀବୀ ୨୦୦୬ରେ ଆଦାନି ଗ୍ରୁପ ପାଇଁ ଲଢ଼ିଥିଲେ, ତେବେ ଆମେ ୨୦୨୩ରେ ତାଙ୍କ ଉପରେ ପ୍ରଶ୍ନ କରିପାରିବା ନାହିଁ।

କମିଟି ଉପରେ ପ୍ରଶ୍ନ କରିବା ଠିକ ନୁହେଁ। କ’ଣ ଜଣେ ଅଭିଯୁକ୍ତଙ୍କ ଓକିଲ କେବେ ହେଲେ ବିଚାରପତି ହୋଇପାରିବେ ନାହିଁ? ଆପଣ ଅଭିଯୋଗ ଲଗାଇବା ପୂର୍ବରୁ ଟିକିଏ ସତର୍କ ରୁହନ୍ତୁ। ଅନ୍ୟକୁ ଅଙ୍ଗୁଳି ଦେଖାଇବା ବେଶ ସହଜ।”

କମିଟି ଦେଇଥିବା ରିପୋର୍ଟରେ କହିଥିଲା ଯେ ସେବି ପକ୍ଷରୁ କୌଣସି ନିୟମର ଉଲ୍ଲଙ୍ଘନ ଆଦାନି ଗ୍ରୁପ ପାଇଁ କରାଯାଇନାହିଁ। ଆଦାନି ଗ୍ରୁପ ପକ୍ଷରୁ ଶେୟାରର ଦରରରେ ମଧ୍ୟ ହେରଫେର ହୋଇନି।

Gautam Adani Supreme Court Adani Enterprises
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe