/odisha-reporter/media/post_attachments/uploadimage/library/16_9/16_9_0/SC_1755082971.jpg)
SC
ବିହାରରେ ଚାଲିଥିବା ଭୋଟର ଲିଷ୍ଟ ସଂଶୋଧନ କାର୍ଯ୍ୟକ୍ରମ ବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ(ଏସଆଇଆର)କୁ ନେଇ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ଭେ ବେଳେ ନର୍ବାଚନ କମିଶନ ଲୋକଙ୍କ ପରିଚୟ ଜାଣିବା ପାଇଁ ବିଭିନ୍ନ ଦସ୍ତାବିଜ ଯାଞ୍ଚ କରୁଛନ୍ତି। ଏହାକୁ ଭୋଟର ବିରୋଧୀ କୁହାଯାଉଥିଲେ ହେଁ ଏଥିରେ ଏକମତ ହୋଇ ନାହାନ୍ତି ସୁପ୍ରିମକୋର୍ଟ। ଏସ୍ଆଇଆରକୁ ଭୋଟର ଅନୁକୂଳ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।
ଏସଆଇଆର ବିରୋଧୀ ଆବେଦନର ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମଳୟ ବାଗଚିଙ୍କ ଖଣ୍ଡପୀଠଙ୍କ ଆଗରେ ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ସମୟରେ ଖଣ୍ଡପୀଠ କହିଥିଲେ ଯେ ଭୋଟର ତାଲିକାର ବିଷୟବସ୍ତୁ ରିଭିଜନ ବେଳେ ଯୋଗ୍ୟ ବିବେଚିତ ହେଉଥିବା ଦସ୍ତାବିଜ ସଂଖ୍ୟା ୭ ରହିଥିଲା। କିନ୍ତୁ ଏସଆଇଆର ଏହାକୁ ୧୧କୁ ବୃଦ୍ଧି କରାଯାଇଥିଲା।
ଜଷ୍ଟିସ ବାଗଚି କହିଛନ୍ତି, “ଆଧାର କାର୍ଡ ପ୍ରସଙ୍ଗରେ ଆପଣ ରଖିଥିବା ଯୁକ୍ତିକୁ ବୁଝି ପାରିଛୁ। କିନ୍ତୁ ଦସ୍ତାବିଜର ସଂଖ୍ୟା ସମ୍ପର୍କରେ ପ୍ରସଙ୍ଗ ବାସ୍ତବରେ ଭୋଟର ଅନୁକୂଳ। ଏହା ଭୋଟର ବିରୋଧୀ ନୁହେଁ। ଆପଣ ଦସ୍ତାବିଜର ସଂଖ୍ୟା ଉପରେ ଧ୍ୟାନ ଦିଅନ୍ତୁ। ଏଥିରୁ ଆପଣ ନାଗରିକତାର ପ୍ରମାଣ ମଧ୍ୟ ପାଇପାରିବେ।”
ଜଷ୍ଟିସ ବାଗଚିଙ୍କ ସହ ଏକମତ ହୋଇ ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି, “ଯଦି ସେମାନେ ସମସ୍ତ ୧୧ ଦସ୍ତାବିଜ ମାଗିବେ, ତା’ହେଲେ ଏହା ଭୋଟ ବିରୋଧୀ। ଯଦି ସେମାନେ ଯେକୌଣସି ଗୋଟିଏ ଦସ୍ତାବିଜ ମାଗିବେ, ତା’ହେଲେ....”
ଆଇନଜୀବୀ ସିଙ୍ଘଭୀ କହିଥିଲେ ଯେ “ଦସ୍ତାବିଜର ଆବଶ୍ୟକ ନାଁ ହଟାଇବାର ମାଧ୍ୟମ। ମୁଁ ଏହା କେମିତି ଦେଖାଇବି। ଏଠାରେ ଗୋଟିଏ ବହିଷ୍କରଣ ବା ନାଁ ହଟାଇବା ପରୀକ୍ଷା ଚାଲିଛି। ଦେଖନ୍ତୁ ସେମାନେ କ’ଣ ମାଗୁଛନ୍ତି। ଯଦି ଆପଣଙ୍କ ପାଖରେ ଜମି ନାହିଁ, ତା’ହେଲେ ୫,୬,୭ ବିକଳ୍ପ ବାଦ ପଡ଼ୁଛି। ବିକଳ୍ପ ୧ ଓ ୨ ମଧ୍ୟ ନାହିଁ। ଆବାସିକ ପ୍ରମାଣପତ୍ର ମଧ୍ୟ ଏଠାରେ ନାହିଁ। ପାସପୋର୍ଟ କେବଳ ଗୋଟିଏ ମରିଚିକା।”
ଏଥିରେ ଜଷ୍ଟିସ ସୂର୍ଯ୍ୟ କାନ୍ତ ହସ୍ତକ୍ଷେପ କରି କହିଥିଲେ ଯେ “ବିହାରକୁ ଏପରି ଉପସ୍ଥାପନ କରନ୍ତୁ ନାହିଁ। ସର୍ବ ଭାରତୀୟ ସେବାରେ ସର୍ବାଧିକ ଏହି ରାଜ୍ୟରୁ ପ୍ରତିନିଧିତ୍ୱ କରୁଛନ୍ତି। ସେଠାରୁ ସର୍ବାଧିକ ଆଇଏଏସ୍, ଆଇପିଏସ ଓ ଆଇଏଫଏସ୍(ଅଫିସର) ବାହାରୁଛନ୍ତି। ଯଦି ଯୁବଗୋଷ୍ଠୀ ପ୍ରେରଣା ପାଇବେ ନାହିଁ, ତା’ହେଲେ ଏହା ଆଉ ସମ୍ଭବ ହେବନି।”
ସିଙ୍ଘଭୀ ଜବାବ ଦେଇ କହିଥିଲେ, “ସେଠାରୁ ଆମ ପାଖରେ ଅନେକ ଦକ୍ଷ ବିଜ୍ଞାନକମାନେ ବି ରହିଛନ୍ତି। କିନ୍ତୁ ଏହା କେବଳ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ମଧ୍ୟରେ ସୀମିତ। ବିହାରରେ ଗ୍ରାମାଞ୍ଚଳ ଓ ବନ୍ୟା ପ୍ରାବିତ ଅଞ୍ଚଳ ରହିଛି। ସେଠାରେ ଅତି ଗରିବ ସ୍ଥାନ ଅଛି। ସେଭଳି ଲୋକଙ୍କ ପାଇଁ ୧୧ଟି ଦସ୍ତାବିଜ ବିଶିଷ୍ଟ ପଏଣ୍ଟ ପ୍ରସ୍ତୁତ କରିବାର କାରଣ କ’ଣ? ମୁଖ୍ୟ ପ୍ରସଙ୍ଗ ହେଉଛି ଯେ ଅଧିକାଂଶ ବିହାରବାସୀଙ୍କ ପାଖରେ ଏହି ସବୁ ଦସ୍ତାବିଜ ନାହିଁ। ଆମେ ପ୍ରକୃତ ଓ ପ୍ରାମାଣିକ ଯାଞ୍ଚ ସମ୍ପର୍କରେ କହୁଛୁ।”
ପାସପୋର୍ଟର ଉଦାହରଣ ଦେଇ ସିଙ୍ଘଭୀ କହିଛନ୍ତି ଯେ ବିହାରରେ ୧ରୁ ୨% ଲୋକଙ୍କ ପାଖରେ ପାସପୋର୍ଟ ରହିଛି। ଏହି ସଂଖ୍ୟା ୩୬ ଲକ୍ଷ। ଏହା ଶୁଣି ଖଣ୍ଡପୀଠ କହିଥିଲେ ଯେ ୩୬ ଲକ୍ଷ ପାସପୋର୍ଟ ଗୋଟିଏ ଭଲ ସଂଖ୍ୟା।
ଲୋକଙ୍କୁ ସେମାନଙ୍କର ନାଗରିକତାକୁ ପ୍ରମାଣ କରିବାକୁ କୁହାଯାଉଛି। ଏହା ୧୯୯୫ ଲାଲ ବାବୁ ରାୟର ବିରୋଧାଚରଣ କରୁଥିବା ସିଙ୍ଘଭୀ ଯୁକ୍ତି କରିଛନ୍ତି। ଲାଲ ବାବୁ ରାୟରେ ଭୋଟରଙ୍କ ଅଧିକାରୀକୁ ନିଶ୍ଚିତ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଜଣଙ୍କ ନାଁ ଭୋଟର ତାଲିକାରୁ ସେତେବେଳେ ବାଦ ଦିଆଯିବ ଯେତେବେଳେ ଉପଯୁକ୍ତି ଓ ଦୃଢ଼ ପ୍ରମାଣ ମିଳିବ। ସେହିପରି ଭୋଟରଙ୍କୁ ନିଜର ପକ୍ଷ ରଖିବା ପାଇଁ ମଧ୍ୟ ସୁଯୋଗ ଦିଆଯିବା ଜରୁରୀ। ବିନା ସୁଯୋଗରେ ଭୋଟର ତାଲିକାରୁ ନାଁକୁ ହଟା ଯାଇପାରିବ ନାହିଁ ବୋଲି ଏହି ରାୟରେ କୁହାଯାଇଥିଲା।
ସିଙ୍ଘଭୀ ଏହାପରେ କହିଥିଲେ ଯେ ସେମାନେ ଭୋଟର ଲିଷ୍ଟରୁ ନାଁ ହଟାଇବା ପାଇଁ ନିର୍ବାଚନ କମିଶନଙ୍କ ନିୟମକୁ ଚ୍ୟାଲେଞ୍ଜ କରୁ ନାହାନ୍ତି। ନାଁକୁ ହଟାଇବାର ସଂପୂର୍ଣ୍ଣ ପ୍ରକ୍ରିୟା ରହିଛି। ଏବେ ପ୍ରକୃତ ନ୍ୟାୟ ନୀତିର ବିରୋଧାଚରଣ କରାଯାଉଥିବା ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
