Advertisment

ସଂସଦରେ ଧୂଆଁ ମାଡ଼: ମାଷ୍ଟରମାଇଣ୍ଡ ଲଳିତ ଏବେ ବି ଫେରାର, ଆସିଲା ନୂଆ ତଥ୍ୟ

ଅଭିଯୁକ୍ତମାନେ ପରସ୍ପରକୁ ପ୍ରାୟ ଦେଢ଼ ବର୍ଷ ହେଲା ଜାଣିଥିଲେ। ସେମାନେ ନିକଟରେ ପରସ୍ପରକୁ ମହୀଶୂରରେ ପ୍ରଥମଥର ଭେଟିଥିଲେ। ଡିସେମ୍ବର ୧୦ରେ ଏମାନେ ଦିଲ୍ଲୀରେ ଏକାଠି ହୋଇଥିଲେ।

LS

LS

Advertisment

ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ସାଂଘାତିକ ତ୍ରୁଟିକୁ ଗୁରୁତର ଭାବେ ନେଇଛନ୍ତି ସରକାର। ଦୁଇ ଜଣ ଯୁବକ ସଂସଦ ଭିତରେ ସ୍ମୋକ ଆଟାକ କରିଥିବା ବେଳେ ଆଉ ଜଣେ ମହିଳା ଓ ଯୁବକ ସଂସଦ ବାହାରେ ବିକ୍ଷୋଭ କରିଥିଲେ।

Advertisment

ବେକାରୀ, ସମ୍ବିଧାନ ସୁରକ୍ଷା ଓ ଯୁବ ଗୋଷ୍ଠୀ ପ୍ରତି ହେଉଥିବା ଅନ୍ୟାୟ ଆଦି ପ୍ରସଙ୍ଗରେ ସେମାନେ ନାରାବାଜୀ କରି ସ୍ମୋକ ଆଟାକ କରିଛନ୍ତି। ସମସ୍ତ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ ବି କରିଛି।

୧- ପୁଲିସ୍‌ ଘଟଣାରେ ସାମିଲ ଥିବା ୫ମ ଅଭିଯୁକ୍ତ ବିକ୍ରମଙ୍କୁ ମଧ୍ୟ ଗରିଫ କରିଛି। କିନ୍ତୁ ଘଟଣାର ମାଷ୍ଟର ମାଇଣ୍ଡ ଲଳିତ ଝା ଏବେ ବି ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଛନ୍ତି।

Advertisment

୨- ଅଭିଯୁକ୍ତମାନେ ପରସ୍ପରକୁ ପ୍ରାୟ ଦେଢ଼ ବର୍ଷ ହେଲା ଜାଣିଥିଲେ। ସେମାନେ ନିକଟରେ ପରସ୍ପରକୁ ମହୀଶୂରରେ ପ୍ରଥମଥର ଭେଟିଥିଲେ। ଡିସେମ୍ବର ୧୦ରେ ଏମାନେ ଦିଲ୍ଲୀରେ ଏକାଠି ହୋଇଥିଲେ।

୩- ସାଗର ଶର୍ମାଙ୍କୁ ବିଜେପିର ମହୀଶୂର ସାଂଦଦ ପ୍ରତାପ ସିହ୍ମା ସଂସଦରେ ପ୍ରବେଶ ପାଇଁ ପାସ୍‌ ଯୋଗାଇ ଦେଇଥିଲେ। ବୁଧବାର ସାଗର ପାସ୍‌ ସଂଗ୍ରହ କରିବା ପରେ ମନୋରଞ୍ଜନଙ୍କୁ ଧରି ସଂସଦ ଭିତରକୁ ଯାଇଥିଲେ। 

୪- ସମସ୍ତ ଅଭିଯୁକ୍ତ ଭିନ୍ନଭିନ୍ନ ଦିନରେ ଦିଲ୍ଲୀ ପହଞ୍ଚିଥିଲେ। ଗୁରୁଗ୍ରାମରେ ଥିବା ଲଳିତ ଝାଙ୍କ ଘରେ ସେମାନେ କେମିତି ବିକ୍ଷୋଭ କରିବେ, ତା’ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

୪- ସମସ୍ତେ ମିଳିତ ଭାବେ ଯୋଜନା କରିଥିଲେ ଯେ ୨ ଜଣ ସଂସଦ ବିଲଡିଂ ଭିତରକୁ ଯିବେ ଓ ଅନ୍ୟମାନେ ସଂସଦ ବାହାରେ ବିକ୍ଷୋଭ କରିବେ। ସେହି ଅନୁସାରେ ଲଳିତ ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ। ଯୋଜନା ପ୍ରସ୍ତୁତ କରି ୨ ‌ଅଭିଯୁକ୍ତ ସଂସଦର ସୁରକ୍ଷାବଳୟ ଭେଦ କରି ସିଧା ଲୋକସଭା କକ୍ଷରେ ଡିଆଁ ମାରିଥିଲେ। ଏହାକୁ ନେଇ ପୂରା ଦେଶରେ ହଇଚଇ ଦେଖିବାକୁ ମିଳିଛି।

୫- ଲୋକସଭାରେ ପ୍ରବେଶ କରିଥିବା ମନୋରଞ୍ଜନ ଡି’ଙ୍କ ବୟସ ୩୪ ବର୍ଷ। ମହୀଶୂରରୂ ସେ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିଛନ୍ତି।

୬- ୨୭ ବର୍ଷୀୟ ସାଗର ଶର୍ମା ଲକ୍ଷ୍ନୌର ଜଣେ ଇ-କ୍ସା ଡ୍ରାଇଭର। ସେ ହିଁ ବିଜେପି ସାଂସଦ ପ୍ରତାପଙ୍କ ଅଫିସରୁ ଇସ୍ୟୁ ହୋଇଥିବା ପାସ୍‌ ନେଇ ସଂସଦ ଭିତରକୁ ପ୍ରବେଶ କରିଥିଲେ। ସାଗର ଲୋକସଭା ଚାଲିଥିବା ବେଳେ ଡିଆଁ ମାରି ସିଧା ସାଂସଦମାଦନଙ୍କ ସିଟରେ ପହଞ୍ଚି ଯାଇଥିଲେ। ମନୋରଞ୍ଜନଙ୍କ ସହ ମିଶି ହଳଦିଆ ସ୍ପ୍ରେ ମାଡ଼ କରିଥିଲେ। ଅନୁପ୍ରବେଶ ବେଳେ ଲୋକସଭାରେ ୧୦୦ରୁ ଅଧିକ ସାଂସ ଉପସ୍ଥିତ ରହିଥିଲେ।

୭- ସଂସଦ ବାହାରେ ହଳଦିଆ ଧୂଆଁ ମାଡ଼ କରିଥିବା ୩୭ ବର୍ଷୀୟ ନୀଲମ ବର୍ମା ଆଜାଦଙ୍କ ଘର ହରିୟାଣାର ହିର୍ସା ଠାରେ। ସେହିପରି ଅନ୍ୟ ଯୁବକ ଜଣଙ୍କ ହେଲେ ୨୫ ବର୍ଷୀୟ ଅମୋଲ ସିନ୍ଦେ। ତାଙ୍କ ଘର ମହାରାଷ୍ଟ୍ରର ଲାଠୁର ଠାରେ। ସେ ସେନାରେ ଭର୍ତ୍ତି ହେବାକୁ ଅଭ୍ୟାସ କରୁଛନ୍ତି। 

୮- ଏହି ୪ ଜଣଙ୍କ ବ୍ୟତୀତ ପୁଲିସ୍‌ ଗୁରୁଗ୍ରାମରୁ ବିକ୍ରମ ଓରଫ ଭିକ୍କିକୁ ଧରିଛି। କିନ୍ତୁ ଘଟଣାର ମୁଖ୍ୟ କାର୍ପଟଦାର ଲଳିତ ଝା ଏବେ ବି ଫେରାର ଅଛନ୍ତି। ତାଙ୍କ ଘର ବିହାରରେ। ସେ ହିଁ ଅନୁପ୍ରବେଶ କେମିତି କରାଯିବ, ତା’ର ଗୋଟିଏ ନକ୍ସା ପ୍ରସ୍ତୁତ କରିଥିଲେ। ତାଙ୍କୁ ଧରିବା ପାଇଁ ପୁଲିସ୍‌ ଗୁରୁଗ୍ରାମ ସ୍ଥିତ ଘରେ ରେଡ କରିଥିଲା। ହେଲେ ସେ ଫେରାରର ହୋଇଯାଇଛନ୍ତି।

୯- ଅନୁପ୍ରବେଶ ପୂର୍ବରୁ ଅଭିଯୁକ୍ତମାନେ ସଂସଦର ସୁରକ୍ଷା ବ୍ୟବସ୍ଥାକୁ ଭଲ ଭାବେ ଯାଞ୍ଚ କରିଥିଲେ। ସୁରକ୍ଷା ଯାଞ୍ଚ ବେଳେ ପାସ୍‌ଧାରୀଙ୍କୁ ପୁଲିସ୍‌ ଜୋତା ଖୋଲିବାକୁ କୁହେ ନାହିଁ ବୋଲି ସେମାନେ ଭଲ ଭାବେ ଜାଣିଥିଲେ। ଏଥିପାଇଁ ଗ୍ୟାସ୍‌ କାନିଷ୍ଟର୍ସକୁ ସାଗର ଓ ମନୋରଞ୍ଜ ଜୋତା ଭିତରେ ଲୁରାଇ ରଖି ସଂସଦର ଦର୍ଶକ ଗ୍ୟାଲେରୀରେ ପହଞ୍ଚି ଯାଇଥିଲେ।

୧୦- କଲ ଡିଟେଲ୍ସ ଓ ପ୍ରାଥମିକ ଜେରାରରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ପ୍ରାୟ ଗୋଟିଏ ବର୍ଷ ହେଲା ପରସ୍ପରର ଯୋଗାଯୋଗରେ ଥିଲେ। ମାସକ ତଳେ ସେମାନେ ମହୀଶୂରରେ ଭେଟ କରିଥିଲେ।

୧୧- ଫେସବୁକ ଗ୍ରୁପ ଭଗତ ସିଂହ ଫ୍ୟାନ କ୍ଲବରେ ଅଭିଯୁକ୍ତମାନେ ସଦସ୍ୟ ରହିଛନ୍ତି। ଲଳିତ ଝା ହିଁ ଏମାନଙ୍କୁ ଏକାଠି କରିଥିଲେ। ବର୍ତ୍ତମାନ ଫେରାର ଥିବା ଲଳିତ ସଂସଦ ବାହାରେ ନୀଲମ ସ୍ମୋକ କାନିଷ୍ଟର୍ସ ମାଡ଼ କରିବା ବେଳର ଭିଡିଓକୁ ସୋଶାଲ ମିଡିଆରେ ମଧ୍ୟ ଗତକାଲି ପୋଷ୍ଟ କରିଥିଲେ। ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାରତ କ’ଣ ଚାହେଁ, ଗୋଟିଏ ବୋମା ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।

Parliament Parliament Security Breach Parliament Security Lapse Row
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe