Advertisment

ପହଲଗାମ ହମଲାର ବଦଲା ଆରମ୍ଭ: ପ୍ରଥମ ମୁଣ୍ଡ ଗଡ଼ିଲା

ପହଲଗାମ ନରସଂହାର ପଛରେ ଲସ୍କରର ହାତ ରହିଥିଲା। ଏବେ ତା’ର ଟପ କମାଣ୍ଡର ଅଲତା‍ଫ ବାନ୍ଦିପୋରାରେ ହୋଇଥିବା ଏନକାଉଣ୍ଟରରେ ପ୍ରାଣ ହରାଇଛି।

author-image
Hemant Lenka
Terror

Terror

ପହଲଗାମ ନରସଂହାର ପରେ ଆତଙ୍କବାଦ ନିରୋଧ ଅପରେସନକୁ ଜୋରଦାର କରିଥିବା ଭାରତୀୟ ସେନାକୁ ପ୍ରଥମ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବାର ଟପ କମାଣ୍ଡର ଅଲତାଫ ଲାଲି ନିହତ ହୋଇଛି। ପହଲଗାମ ନରସଂହାର ପଛରେ ଲସ୍କରର ହାତ ରହିଥିଲା। ଏବେ ତା’ର ଟପ କମାଣ୍ଡର ଅଲତା‍ଫ ବାନ୍ଦିପୋରାରେ ହୋଇଥିବା ଏନକାଉଣ୍ଟରରେ ପ୍ରାଣ ହରାଇଛି। ଏବେ କେବଳ ଗୋଟିଏ ମୁଣ୍ଡ ଗଡ଼ି ଥିବା ବେଳେ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ସୁରକ୍ଷାକର୍ମୀଙ୍କ ଉଦ୍ୟମ ଜାରି ରହିଛି।

Advertisment

ଶୁକ୍ରବାର ସକାଳେ ବାନ୍ଦିପୋରାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା। ପହଲଗାମ ହମଲାକାରୀଙ୍କୁ ଖୋଜୁ ଥିବା ସୁରକ୍ଷାକର୍ମୀ ଏହି ଖବର ମିଳିବା ମାତ୍ରେ ଅପରେସନ ଆରମ୍ଭ କରି ଦେଇଥିଲେ। ଭାରତୀୟ ସ୍ଥଳ ସେନା ଓ ଜମ୍ମୁ-କଶ୍ମୀର ପୁଲିସ୍‌ ମିଳିତ ଭାବେ ବାନ୍ଦିପୋରାରେ ପହଞ୍ଚିଥିଲା। ସେଠାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଜଣାପଡ଼ିବା କ୍ଷଣୀ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ଏଥିରେ ଅଲତାଫ ପ୍ରାଣ ହରାଇଛି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ସେହିପରି ଅଲତାଫ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା ଯେ ବାନ୍ଦିପୋରା ଏନକାଉଣ୍ଟରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆହତ ସୁରକ୍ଷାକର୍ମୀଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଅନ୍ୟପକ୍ଷରେ ଆଜି ସକାଳୁ ପାକିସ୍ତାନ ସେନା ପକ୍ଷରୁ ଏଲଓସିର ବିଭିନ୍ନ ସ୍ଥାନରେ ଭାରତୀୟ ଆଉଟ ପୋଷ୍ଟକୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଥିଲା। ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଛି। ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ସମ୍ପର୍କ ଚରମସୀମାରେ ପହଞ୍ଚି ଯାଇଛି। ଏସବୁ ଭିତରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶ୍ରୀନଗରରେ ପହଞ୍ଚିଛନ୍ତି। ସେମାନେ ଆତଙ୍କବାଦ ନିରୋଧ ଅପରେସନର ସମୀକ୍ଷା କରିବେ।

ଏହାବାଦ ଆଜି ସୁରକ୍ଷାକର୍ମୀ ପହଲଗାମ ଆକ୍ରମଣର ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଆଦିଲ ହୁସେନ ଓ ଆସିଫ ଶେଖର ଘରକୁ ଉଡ଼ାଇ ଦିଆଯାଇଛି। ବିଜବେହାରାରେ ଥିବା ଲସ୍କର ଆତଙ୍କୀ ଆଦିଲର ଘରକୁ ଆଇଇଡିରେ ବିସ୍ଫୋରଣ କରି ଉଡ଼ାଇ ଦିଆଯାଇଥିବା ବେଳେ ତ୍ରାଲରେ ଥିବା ଆସିଫର ଘର ଉପରେ ବୁଲଡୋଜର ଚାଲିଛି। ପାକିସ୍ତାନୀ ଆତଙ୍କବାଦୀ ପହଲଗାମ ନରସଂହାର ପାଇଁ କରିଥିବା ଯୋଜନାରେ ଆଦିଲ ସହାୟତା କରିଥିଲା। ଏପ୍ରିଲ ୨୨ରେ ହୋଇଥିବା ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି।

Terror Attack Pahalgam