Advertisment

Naxal Surrender: ଭୁଶୁଡ଼ୁଛି ଲାଲ ଗଡ଼: ଟପ ମାଓବାଦୀ ନେତା ଦେବଜିଙ୍କ ଆତ୍ମସମର୍ପଣ

୬୨ ବର୍ଷୀୟ ଦେବଜି ଆଉ ୨୦ ଜଣ କ୍ୟାଡରଙ୍କ ସହ ତେଲଙ୍ଗାର ମୁଲୁଗୁ ଜିଲ୍ଲା ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ବରିଷ୍ଠ କେନ୍ଦ୍ରୀୟ କମିଟି ସଦସ୍ୟ ମଲ୍ଲା ରାଜି ରେଡ୍ଡୀ ଓରଫ ସଂଗ୍ରାମ ମଧ୍ୟ ରହିଛନ୍ତି।

devji

ଦେବଜି (ଫାଇଲ ଫଟୋ)

Advertisment

ମାର୍ଚ୍ଚ ୩୧ ସୁଦ୍ଧ ଦେଶକୁ ମାଓବାଦୀ ମୁକ୍ତ କରିବା ପାଇଁ ସୁରକ୍ଷାକର୍ମୀଙ୍କ ଘନଘନ ଅପରେସନ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଅପରେସନ ଯୋଗୁ ଭୁଶୁଡ଼ିବାରେ ଲାଗିଛି ଲାଲଗଡ଼। ଜଣଙ୍କ ପରେ ଜଣେ ମାଓବାଦୀ ନିହତ ହେଉଛନ୍ତି ବା ଭୟରେ ଆତ୍ମସମର୍ପଣ(Naxal Surrender) କରୁଛନ୍ତି। ଏହିକ୍ରମରେ ନିଷିଦ୍ଧ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ମାଓବାଦୀ)ର ଅନ୍ୟତମ ବରିଷ୍ଠ ନେତା ଥିପ୍ପିରି ତରୁପତି ଓରଫ ଦେବଜିଚ ତେଲଙ୍ଗାନା ପୁଲିସ ନିକଟରେ ଆତ୍ମସର୍ପଣ କରିଛନ୍ତି। 

Advertisment

ଦେଶରେ ଚାଲିଥିବା ଲାଲ ବାହିନୀ ସଂଗ୍ରାମର ଇତିହାସରେ ଏପରି ଆତ୍ମସମର୍ପଣ ଗୋଟିଏ ବିରଳ ଘଟଣା। ୬୨ ବର୍ଷୀୟ ଦେବଜି ଆଉ ୨୦ ଜଣ କ୍ୟାଡରଙ୍କ ସହ ତେଲଙ୍ଗାର ମୁଲୁଗୁ ଜିଲ୍ଲା ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ବରିଷ୍ଠ କେନ୍ଦ୍ରୀୟ କମିଟି ସଦସ୍ୟ ମଲ୍ଲା ରାଜି ରେଡ୍ଡୀ ଓରଫ ସଂଗ୍ରାମ ମଧ୍ୟ ରହିଛନ୍ତି।

ଦେବଜି ଓ ଅନ୍ୟ କମାଣ୍ଡରଙ୍କ ଅସ୍ତ୍ର ତ୍ୟାଗ ଓ ଦସ୍ତାବିଜ କାମ ଶେଷ ହେବା ପରେ ସମସ୍ତଙ୍କୁ ହାଇଦ୍ରାବାଦ ଅଣାଯାଇଛି। ସମସ୍ତଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ତେଲଙ୍ଗାନା ସରକାର ଓ ପୁଲିସ୍‌ ସବୁ ପ୍ରକାରର ବ୍ୟବସ୍ଥା କରିବେ। 

Advertisment

ମାଓବାଦୀ ସଂଗଠନରେ ଦେବଜି ଅନ୍ୟତ୍ୟମ ଭୟଙ୍କର ରଣନୀତିଜ୍ଞ। ସେ କେନ୍ଦ୍ରୀୟ ସାମରିକ କମିଶନର ମୁଖ୍ୟ ଭାବେ କାମ କରିବା ସହ ସାମରିକ ଯୋଜନା ଓ ଗରିଲା ଅପରେସନରେ ଦୀର୍ଘ ଦଶନ୍ଧି ଧରି ପ୍ରମୁଖ ଭୂମିକା ଗ୍ରହଣ କରି ଚାଲିଥିଲେ। ଛତିଶଗଡ଼, ଓଡ଼ିଶା ଓ ମହାରାଷ୍ଟ୍ରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହୋଇଥିବା ଅନେକ ବଡ଼ ଆମ୍ବୁସରେ ଦେବଜି ରହିଥିଲେ। ୨୫୦ରୁ ଅଧିକ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ପଛରେ ଦେବଜିଙ୍କ ହାତ ରହିଥିବା ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ କହିବା କଥା ଯେ ମାଓବାଦୀ ସଂଗଠନର ଇତିହାସରେ କେବେ ହେଲେ ବି ଏତେ ବଡ଼ ପାହ୍ୟାର ନେତା ଆତ୍ମସମର୍ପଣ କରି ନଥିଲେ। ଏବେ ଦେବଜି ଆତ୍ମସମର୍ପଣ କରିବା ଗୋଟିଏ ବଡ଼ ଘଟଣା ବୋଲି ସେ କହିଛନ୍ତି। 

ଦେବଜିଙ୍କ ଆତ୍ମସରତପଣ ପରେ ସିପିଆଇ(ମାଓବାଦୀ) ପଲ୍ଟିବ୍ୟୁରୋରେ କେବଳ ଜଣେ ସକ୍ରିୟ ସଦସ୍ୟ ମିସି ବେସରା ଓ କେନ୍ଦ୍ରୀୟ କମିଟି(ସିସି)ରେ କେବଳ ୫ ଜଣ ସକ୍ରିୟ ସଦସ୍ୟ ରହିଛନ୍ତି। ପୂର୍ବରୁ ସିସିରେ ୫୦ ଜଣ ସଦସ୍ୟ ସକ୍ରିୟ ରହିଥିଲେ।

ଦୀର୍ଘ ୪ ଦଶନ୍ଧି ଧରି ଦେବଜି ପରିବାର ଠାରୁ ଦୂରରେ ରହି ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଥିଲେ। ଏବେ ସେ ଆତ୍ମସର୍ପଣ କରିଥିବାରୁ ତାଙ୍କ ହୋମଟାଉନ କୌରଟଲାରେ ଖୁସିର ପରିବେଶ ଦେଖିବାକୁ ମିଳିଛି। 

Naxal Surrender
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe