Advertisment

Naxal: ଗଡ଼ିଲା ୧୫ ନକ୍ସଲଙ୍କ ମୁଣ୍ଡ, ନିହତଙ୍କ ମଧ୍ୟରେ କୋଟିଏ ଟଙ୍କିଆ ମାଓବାଦୀ ପତିରାମ ମାଝୀ

ସରଣ୍ଡା ଜଙ୍ଗଲର କୁମଡି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଖବର ମିଳିବା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ଏଥିରେ ସିଆରପିଏଫର କୋବ୍ରା ୟୁନିଟର ପ୍ରାୟ ୧୫୦୦ ଯବାନ ସାମିଲ ହୋଇଥିଲେ।

author-image
Hemant Lenka
Naxal

ସୁରକ୍ଷାକର୍ମୀ

ନକ୍ସଲ(Naxal) ମୁକ୍ତ ଭାରତ ଅଭିଯାନକୁ ଆଉ ଏକ ବଡ଼ ସଫଳତା। ଝାରଖଣ୍ଡର ପଶ୍ଚିମ ସିଂହଭୂମିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୫ ଜଣ ମାଓବାଦୀ। ନିହତ ମାଓବାଦୀଙ୍କ ମଧ୍ୟରେ ରହିଛି କୁଖ୍ୟାତ ପତିରାମ ମାଝୀ ଓରଫ ଆନାଲ ଦା। ତା’ ମୁଣ୍ଡରେ ୧ କୋଟି ଟଙ୍କାର ପୁରସ୍କାର ରହିଥିଲା। ଦୀର୍ଘ ଦିନ ବର୍ଷ ଧରି ସେ ସମସ୍ତଙ୍କୁ ଚକମା ଦେଉଥିବା ବେଳେ ଏବେ ତା’ର ଖେଳ ଖତମ ହୋଇଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ସରଣ୍ଡା ଜଙ୍ଗଲର କୁମଡି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଖବର ମିଳିବା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ଏଥିରେ ସିଆରପିଏଫର କୋବ୍ରା ୟୁନିଟର ପ୍ରାୟ ୧୫୦୦ ଯବାନ ସାମିଲ ହୋଇଥିଲେ। ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୧୫ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। 

ପୁଲିସ୍‌ ଅଧିକାରୀ କହିଛନ୍ତି, “ଆମେ ଏନକାଉଣ୍ଟର ସ୍ଥଳରୁ ୧୫ ଜଣ ମାଓବାଦୀଙ୍କ ମୃତଦେହ ଜବତ କରିଛୁ। ମୃତକଙ୍କ ମଧ୍ୟରେ ପତିରାମ ମାଝୀ ଓରଫ ଆନାଲ ଦା ରହିଛି। ସେହିପରି ଘଟଣା ସ୍ଥଳରୁ ବିପୁଳ ପରିମାଣର ଗୁଳିଗୋଳା ମଧ୍ୟ ମିଳିଛି। ସକାଳ ୬ଟାରୁ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ଏବେ ବି ଏହା ଜାରି ରହିଛି।” 

Advertisment

ପୁଲିସ୍‌ର କହିବା କଥା ଯେ ସରଣ୍ଡା ଜଙ୍ଗଲରେ ନକ୍ସଲ ଦମନ ଅଭିଯାନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିଲା। କିନ୍ତୁ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆଜି ସକାଳ ୬ଟାରୁ ହିଁ ଆରମ୍ଭ ହୋଇଛି। 

ଆଇଜି(ଅପରେସନ) ମାଇକେଲ ରାଜ ଏସ୍‌ ପିଟିଆଇକୁ କହିଛନ୍ତି ଯେ ଆନାଲ ଦା ଓ ଅନ୍ୟ ମାଓବାଦୀମାନେ ସରଣ୍ଡା ଜଙ୍ଗଲରେ ଥିବା ଗୁଇନ୍ଦା ବିଭାଗ ପ୍ରଥମେ ସୂଚନା ଦେଇଥିଲା। ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। 

ଗିରିଧ ଜିଲ୍ଲାର ପିର୍ଟାଣ୍ଡରେ ବାସିନ୍ଦା ଆନାଲ ଦା ୧୯୮୭ରୁ ନକ୍ସଲ କାର୍ଯ୍ୟରେ ସକ୍ରିୟ ରହିଥିଲେ। ତା’କୁ ଧରିବା ପାଇଁ ବିଭିନ୍ନ ରାଜ୍ୟର ପୁଲିସ୍‌ ଦୀର୍ଘ ବର୍ଷ ହେଲା ପ୍ରୟାସ କରୁଥିଲା। 

Naxal