Advertisment

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ, ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ

ଆଗାମୀ ଦିନରେ ମଧ୍ୟ ଅନ୍ୟ ବିରୋଧୀ ଦଳର ନେତାଙ୍କ ନିକଟକୁ ନିମନ୍ତ୍ରଣ ପଠାଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଅଦ୍ୟତନ ହୋଇଛି
Shri Ram Mandir 3D Image

Shri Ram Mandir 3D Image

Advertisment

ନୂଆବର୍ଷରେ ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟାରେ ହେବ ପ୍ରଭୁଙ୍କର ପ୍ରାଣପ୍ରତିଷ୍ଠା। ଜାନୁଆରୀ 22ରେ ମନ୍ଦିର ପ୍ରତିଷ୍ଠା ସହ ଘଟ ସ୍ଥାପନ ପାଇଁ ବିଶାଳ ସମାରୋହର ଆୟୋଜନ କରାଯାଇଛି। ଏହି ଐତିହାସିକ ମୁହୂର୍ତ୍ତର ମୁକ ସାଖି ହେବାକୁ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ରର ବିଜେପି ସରକାର। ରିପୋର୍ଟ ଅନୁସାରେ ସମାରୋହକୁ କଂଗ୍ରେସର ଏକାଧିକ ବରିଷ୍ଠ ନେତା ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି। 

Advertisment

ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କାର୍ଯ୍ୟରତ ସଭାପତି ଆଲୋକ କୁମାରଙ୍କ କହିବା ଅନୁସାରେ, ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଉଦଘାଟନୀ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧି, ମନମୋହନ ସିଂହ, ମଲ୍ଲିକାର୍ଜୁନ ଖଡଗେ, ଅଧୀର ରଞ୍ଜନ ଚୌଧୁରୀ ଏବଂ ଜେଡି (ଏସ) ସୁପ୍ରିମୋ ଦେବେଗୌଡାଙ୍କୁ ନିମନ୍ତ୍ରଣ କରାଯାଇଛି। 

କିନ୍ତୁ କଂଗ୍ରେସ ନେତାମାନେ କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ନାହିଁ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଆଗାମୀ ଦିନରେ ମଧ୍ୟ ଅନ୍ୟ ବିରୋଧୀ ଦଳର ନେତାଙ୍କ ନିକଟକୁ ନିମନ୍ତ୍ରଣ ପଠାଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Advertisment

ସେପଟେ ଏହି ବିଶାଳ ସମାରୋହ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁଆରୀ 15 ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ। ଏହାପରେ 17 ତାରିଖ ପରଠାରୁ ବିଭିନ୍ନ ପୂଜାପାଠ ସହ ହୋମଯଜ୍ଞ କରାଯିବ। ଉଦଘାଟନୀ ସମାରୋହ ସପ୍ତାହବ୍ୟାପୀ ଆୟୋଜିତ ହେବ। ଏହି ସମୟରେ ପ୍ରଭୁ ରାମଙ୍କର ଜନ୍ମରୁ ନିର୍ବାସନ ପର୍ଯ୍ୟନ୍ତ ଜୀବନ, ଲଙ୍କା ଉପରେ ବିଜୟ ଏବଂ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତିନ କରୁଥିବାର ଚିତ୍ର ପ୍ରଦର୍ଶିତ ହେବ। 

Ram Mandir Ram Temple Inauguration Ayodhya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe