Advertisment

ତନୁରଠାରେ ଡଙ୍ଗା ଓଲଟିବା ଘଟଣା; ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

ତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଓ ମହିଳା ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମେତ କେରଳ ମୁଖ୍ୟମନ୍ତ୍ରୀ ବି ଏହି ଘଟଣାରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
boat

boat

କେରଳର ମଲପୁରମ ଜିଲ୍ଲାର ତନୁରଠାରେ ଗତ ରାତିରେ ଏକ ପର୍ଯ୍ୟଟକ ଡଙ୍ଗା ଓଲଟିଥିବା ବେଳେ ମୃତକଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଓ ମହିଳା ଅଛନ୍ତି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସମେତ କେରଳ ମୁଖ୍ୟମନ୍ତ୍ରୀ ବି ଏହି ଘଟଣାରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି।

Advertisment

ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ନୌକା ବିହାର କରୁଥିବା ଏକ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଡଙ୍ଗାରେ ଅଧିକାଂଶ ପିଲାଥିବା ବେଳେ ଖରା ଛୁଟିରେ ସେମାନେ ନୌକା ବିହାରର ମଜା ନେବାକୁ ଆସିଥିଲେ। ଅତ୍ୟଧିକ ଯାତ୍ରୀଙ୍କ ହେତୁ ଡଙ୍ଗାଟି ଓଲଟି ପଡ଼ିଥିବା ବେଳେ ତା’ ତଳେ ବହୁ ଜଣ ଚାପି ହୋଇଯାଇଥିଲେ।

ଖବର ପାଇ ତୁରନ୍ତ ଏନଡିଆରଏଫ ଟିମ୍‌, ଅଗ୍ନିଶମ ବାହିନୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏ ଯାବତ ୨୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଛୋଟ ଛୁଆ ଓ ମହିଳା ଅଛନ୍ତି। ଗୁରୁତର ଅବସ୍ଥାରେ ଉଦ୍ଧାର ଯାତ୍ରୀଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ବି ଖୋଜାଖୋଜି ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। 

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତନୁରଠାରେ ଡଙ୍ଗା ବୁଡ଼ି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି।

କେରଳ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୁଃଖ ବ୍ୟକ୍ତ କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗୁରୁତରଙ୍କୁ ତୁରନ୍ତ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

କଂଗ୍ରେସ ନେତା ରାହୁଳ ଗାନ୍ଧୀ, କେରଳ କ୍ରୀଡ଼ା ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରମୁଖ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।  ଏହି ଘଟଣାର ତଦନ୍ତ ପାଇଁ କେରଳ ସରକାରଙ୍କ ପକ୍ଷରୁ ଏକ କମିଟି ଗଠିତ ହୋଇଛି।

Kerala Drowning