Advertisment

ଖୋଲିଗଲା ସେଫ୍ଟି ବେଲ୍ଟ: ପର୍ଯ୍ୟଟକ ମୃତ, ପାଇଲଟ ଗିରଫ

ଘଟଣା ପରେ ପାରାଗ୍ଲାଇଡିଂ ସାଇଟ୍‌ ଉପରେ ଆଗାମୀ ନିର୍ଦ୍ଦଶ ଯାଏଁ ପ୍ରତିବନ୍ଧକ ଲଗାଯାଇଛି।

Paragliding Accident

Paragliding Accident

Advertisment

ପାରାଗ୍ଲାଇଡିଂ ବେଳେ ଖୋଲିଗଲା ସେଫ୍ଟି ବେଲ୍ଟ। ୨୫୦ ମିଟର ଉଚ୍ଚତାରୁ ତଳେ ପଡି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ। ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଘଟିଛି ଏଭଳି କିଛି ଦୁର୍ଘଟଣା। ଏହି ଘଟଣାରେ ପାରାଗ୍ଲାଇଡିଂ ପାଇଲଟକୁ ଗିରଫ କରାଯାଇଛି।

Advertisment

ତେଲଙ୍ଗାନାର ଜଣେ ଯୁବତୀ ନିଜ ସ୍ୱାମୀଙ୍କ ସହ ହିମାଚଳପ୍ରଦେଶ ବୁଲିବାକୁ ଆସିଥିଲେ। ରବିବାର ସେ କୁଲ୍ଲୁ ବୁଲିବା ବେଳେ ଡୋଭି ପାରାଗ୍ଲାଇଡିଂ ସାଇଟ୍‌କୁ ପାରାଗ୍ଲାଇଡିଂ କରିବାକୁ ଯାଇଥିଲେ। ତେବେ ପାରାଗ୍ଲାଇଡିଂ କରିବା ବେଳେ ହଠାତ୍‌ ତାଙ୍କ ସେଫ୍ଟି ବେଲ୍ଟ ଖୋଲି ଯାଇଥିଲା। ସେ ପ୍ରାୟ ୨୫୦ ମିଟର ଉଚ୍ଚତାରୁ ତଳକୁ ଖସି ପଡିଥିଲେ। ଏହାପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ଡୋଭି ପାରାଗ୍ଲାଇଡିଂ ସାଇଟ୍‌ ଉପରେ ଆଗାମୀ ନିର୍ଦ୍ଦଶ ଯାଏଁ ପ୍ରତିବନ୍ଧକ ଲଗାଯାଇଛି। ଏଥିପହ ପୁଲିସ ପାରାଗ୍ଲାଇଡର ପାଇଲଟକୁ ଗିରଫ କରିଛି।

କୁଲ୍ଲୁର ପର୍ଯ୍ୟଟନ ଅଧିକାରୀ ସୁନୈନା ଶର୍ମା କହିଛନ୍ତି, ତଦନ୍ତରୁ ଜଣାପଡିଛି ଯେ, ପାରାଗ୍ଲାଇଡିଂ ପାଇଁ ସ୍ଥାନ ଓ ଉପକରଣ ଠିକ ଥିଲା। ପାଇଲଟ ମଧ୍ୟ ପଞ୍ଜିକୃତ ଥିଲେ। ଏଥିପାଇଁ ପାଗ ମଧ୍ୟ ଅନୁକୂଳ ଥିଲା। ତେବେ ପାଇଲଟ ଯୁବତୀଙ୍କ ସୁରକ୍ଷା ବେଲ୍ଟଟିକୁ ଠିକ୍‌ ଭାବେ ଲଗାଇ ନଥିଲେ। ମାନବୀୟ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଇପିସି ଧାରା ଅନୁଯାୟୀ ପାଇଲଟକୁ ଗିରଫ କରାଯାଇଛି। ପୂରା ଘଟଣାର ତଦନ୍ତ ମାଜିଷ୍ଟ୍ରେଟ୍‌ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ମୃତ ଯୁବତୀ ଜଣକ ହେଉଛନ୍ତି ୨୬ ବର୍ଷୀୟ ନବ୍ୟା। ସେ ନିଜ ସ୍ୱାମୀଙ୍କ ସହ କୁଲ୍ଲୁ ବୁଲିବା ପାଇଁ ଆସିଥିଲେ। ସେ ହାଇଦ୍ରାବାର ବାସିନ୍ଦା।

Himachal Pradesh Paragliding Accident Paragliding Accident In Kullu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe