Advertisment

ନୂଆବର୍ଷରୁ ନୂଆ ନିୟମ, ମନ୍ଦିର ଭିତରକୁ ମନା ଜିନ୍ସ ଟପ୍‌

ଏହି ନିୟମ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଲାଗୁ ହେବ।

Mangeshi temple

Mangeshi temple

Advertisment

ଏଣିକି ମନ୍ଦିର ଭିତରକୁ ମନା ଜିନ୍ସ ଟପ୍‌। କେବଳ ଜିନ୍ସ ଟପ୍‌ ନୁହେଁ ସର୍ଟସ୍‌, ମିନି ସ୍କର୍ଟ, ମିଡି, ସ୍ଲିଭ୍‌ଲେସ୍‌ ଟପ୍‌ ଆଦି ପିନ୍ଧି ମନ୍ଦିରକୁ ଯାଇପାରିବେନି ପର୍ଯ୍ୟଟକ। ନୂଆ ବର୍ଷରୁ ଲାଗୁ ହେବ ଏଭଳି କିଛି ନୂଆ ନିୟମ। ୨୦୨୪ ଜାନୁଆରୀ ପହିଲାରୁ ଗୋଆର ସମସ୍ତ ମନ୍ଦିରରେ ପବିତ୍ର ସ୍ଥାନଗୁଡ଼ିକର ପବିତ୍ରତା ଓ ସମ୍ମାନ ବଜାୟ ରଖିବା ପାଇଁ କଡ଼ା ଡ୍ରେସ୍ କୋଡ୍ ଲାଗୁ କରାଯାଇଛି।

Advertisment

ମନ୍ଦିର ପରିଦର୍ଶନ ପାଇଁ ଅନୁପଯୁକ୍ତ ବୋଲି ବିବେଚନା କରାଯାଉଥିବା ଆଧୁନିକ ଏବଂ ଅଙ୍ଗ ପ୍ରଦର୍ଶନ ହେଉଥିବା ପୋଷାକ ପିନ୍ଧିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମନ୍ଦିର ପରିଚାଳନା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ନୂଆ ଡ୍ରେସ୍ କୋଡ୍ ଅନୁଯାୟୀ ସର୍ଟସ, ମିନି ସ୍କର୍ଟ, ମିଡି, ସ୍ଲିଭ୍‌ଲେସ୍ ଟପ୍, ଲୋ-ରେଜ୍‌ ଜିନ୍ସ କିମ୍ବା ସର୍ଟ ଟି-ସାର୍ଟ ପିନ୍ଧିଥିବା ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। ଏହି ନିୟମ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଲାଗୁ ହେବ।

ଏହାକୁ ସୁନିଶ୍ଚିତ କରିବା ପାଇଁ ମନ୍ଦିର କମିଟି ଅନୁପଯୁକ୍ତ ପୋଷାକ ପିନ୍ଧିଥିବା ପର୍ଯ୍ୟଟକମାନଙ୍କୁ ଲୁଙ୍ଗି କିମ୍ବା ଶାଲ ଯୋଗାଇ ଦେବେ। ଏହି ପୋଷାକ ଛାତି, ପେଟ ଏବଂ ଗୋଡକୁ ଘୋଡ଼ାଇ ରଖିବା ପାଇଁ ବ୍ୟବହାର କରାଯାଇପାରିବ, ଯାହା ଦ୍ୱାରା ବ୍ୟକ୍ତିମାନେ ସମ୍ମାନର ସହ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ।

Advertisment

୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଡ୍ରେସ୍ କୋଡ୍‌ରୁ ମୁକ୍ତ କରାଯାଇଥିବା ବେଳେ ୧୦ ବର୍ଷରୁ ଅଧିକ ପିଲା ଓ ବୟସ୍କମାନେ ଏହାକୁ ପାଳନ କରିବାକୁ ପଡ଼ିବ। ମନ୍ଦିର ଗୁଡ଼ିକ ଫ୍ୟାସନ୍ ଶୋ'ର ସ୍ଥାନ ନୁହେଁ, ବରଂ ପୂଜା ଓ ଧ୍ୟାନ ପାଇଁ ପବିତ୍ର ସ୍ଥାନ ବୋଲି ମନ୍ଦିର ପରିଚାଳନା ପକ୍ଷରୁ କୁହାଯାଇଛି। ମନ୍ଦିରକୁ ଯିବା ସମୟରେ ପାରମ୍ପରିକ ଭାରତୀୟ ପୋଷାକ ପରିଧାନ କରିବାକୁ ସେମାନେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି।

Goa Temple Dress Code
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe