Advertisment

ଅଚାନକ ହେଲା ବ୍ରେକ୍‌ ଫେଲ୍‌, ଟ୍ରାକ୍‌ରେ ଗଡ଼ିବାକୁ ଲାଗିଲା ଟାୱାର ୱାଗନ

ମାତ୍ର ହଠାତ୍‌ ବ୍ରେକ୍‌ ଫେଲ୍‌ ହୋଇଯିବାରୁ ତାହା ଟ୍ରାକ୍‌ରେ ଗଡ଼ିବାକୁ ଲାଗିଲା। ଏହାଦେଖି ରେଳ କର୍ମଚାରୀଙ୍କ ବୁଦ୍ଧି ହଜି ଯାଇଥିଲା।

author-image
Niharika Rout
tower-wagon

tower-wagon

ଅଚାନକ ହୋଇଗଲା ବ୍ରେକ୍‌ ଫେଲ୍‌ । ଆଉ ତା’ ପରେ ଟ୍ରାକ୍‌ରେ ଦୌଡ଼ିଲା ସ୍ୱୟଂ ଚାଳିତ ଟାୱାର ୱାଗନ । ଏପର ଏକ ଅଭାବନୀୟ ଘଟଣେ ଆଗ୍ରା କିଲ୍ଲା ଷ୍ଟେଶନ ପାଖରେ ଘଟିଛି।

Advertisment

ଟାୱାର ୱାଗନ ସାଧାରଣତଃ ରେଲୱେ ବଗି ପରି ଦେଖାଯାଇଥାଏ। ମାତ୍ର ତା’ ଦ୍ୱାରା ଟ୍ରେନ୍‌ ଲାଇନ୍‌ରେ ହୋଇଥିବା ତ୍ରୁଟିକୁ ସୁଧାରିଥାନ୍ତି କର୍ମଚାରୀ ।

ଏହି ଘଟଣା ସମ୍ପର୍କରେ ଆଗ୍ରା ରେଲୱେ ମଣ୍ଡଳର ଜନସମ୍ପର୍କ ଅଧିକାରୀ କହିଛନ୍ତି, କୁବେରପୁର ରେଲୱେ ୟାର୍ଡକୁ ବ୍ଲକ କରାଯାଇ ମରାମତି କାମ ଚାଲୁ ରହିଥିଲା। ଏଥିରେ ଉକ୍ତ ସ୍ୱୟଂ ଚାଳିତ ଟାୱାର ୱାଗନ ବି ନିୟୋଜିତ ଥିଲା।

Advertisment

ମାତ୍ର ହଠାତ୍‌ ବ୍ରେକ୍‌ ଫେଲ୍‌ ହୋଇଯିବାରୁ ତାହା ଟ୍ରାକ୍‌ରେ ଗଡ଼ିବାକୁ ଲାଗିଲା। ଏହାଦେଖି ରେଳ କର୍ମଚାରୀଙ୍କ ବୁଦ୍ଧି ହଜି ଯାଇଥିଲା। ତେବେ ତୁରନ୍ତ ଉପସ୍ଥିତ ବୁଦ୍ଧି ଖଟାଇ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମ ୱାଗନ୍‌ଟିକୁ ଲୁପ୍‌ ଲାଇନ୍‌କୁ ନିଆଯାଇଥିଲା। ଏହାପରେ ତାହା ପ୍ରାୟ ୪ କିମି ଗଡ଼ିବା ପରେ ଲୋକୋ ପାଇଲଟଙ୍କ ଦ୍ୱାରା ତାହାକୁ ନିୟନ୍ତ୍ରଣ କରାଯାଇ ଅଟକା ଯାଇଥିଲା। ବ୍ରେକ୍‌ ପାୱାର କମି ଯାଇଥିବାରୁ  ୱାଗନଟି ଆପେଆପେ ଗଡ଼ି ଯାଇଥିବା କହିଛନ୍ତି ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି।

ଅଧିକାରୀଙ୍କ କହିବା ମୁତାବକ ୱାଗନଟିକୁ ଟ୍ରାକ୍‌ରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲୁ। ତେଣୁ ତୁରନ୍ତ ତାହାକୁ ଲୁପ୍‌ ଲାଇନ୍‌କୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଲୋକ ପାଇଲଟ ତାହାକୁ ସ୍ଥିର କରିଥିଲେ। ଏହା ଏକ ଗଭୀର ସମସ୍ୟା। ଉକ୍ତ ସମୟରେ ସେହି ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ କରୁଥିଲେ ଦୁର୍ଘଟଣା ଘଟିବା ଆଶଙ୍କାକୁ ଏଡ଼ାଇ ଯାଇ ହୋଇ ନ ଥାନ୍ତା ବୋଲି କହିଛନ୍ତି ଅଧିକାରୀ।

Uttar Pradesh Train