Advertisment

ଆଲୁମିନିୟମ କମ୍ପାନୀରୁ ବିଷାକ୍ତ ଗ୍ୟାସ ଲିକ, ୫୦ ଶ୍ରମିକ ଗୁରୁତର

ବିଷାକ୍ତ ଗ୍ୟାସ୍‌ ଯୋଗୁ କମ୍ପାନୀରେ କାର୍ଯ୍ୟରତ ୫୦ରୁ ଅଧିକ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୪୦ ଜଣ ମହିଳା ରହିଛନ୍ତି।

AP

AP

Advertisment

ଆନ୍ଧ୍ରପ୍ରଦେଶ ତିରୁପତି ନିକଟ ଏରପାଡୁ ମଣ୍ଡଳର ଚିନ୍ତାଲାପାଲେମ ଠାରେ ଥିବା ସିଏମଆର ଇକୋ ଆଲୁମିନିୟମ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ ହୋଇଛି।

Advertisment

ଏହି ଘଟଣା ପ୍ରାୟ ଦିନ ୧.୩୦ ମିନିଟ ସମୟରେ ଘଟିଛି। ବିଷାକ୍ତ ଗ୍ୟାସ୍‌ ଯୋଗୁ କମ୍ପାନୀରେ କାର୍ଯ୍ୟରତ ୫୦ରୁ ଅଧିକ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୪୦ ଜଣ ମହିଳା ରହିଛନ୍ତି।

ଗ୍ୟାସ ଲିକରେ ଅସୁସ୍ଥ ହୋଇପଡ଼ିଥିବା ଶ୍ରମିକମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ରେନିଗୁଣ୍ଟା ବାଲାଜୀ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଗୁରୁତର ଅସୁସ୍ଥ ଶ୍ରମିକମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

Advertisment

ଏହି ବିଷାକ୍ତ ଗ୍ୟାସ ଲୋକ ପରେ ସ୍ଥାନୀୟ ବାସିନ୍ଧା ଆତଙ୍କିତ ହେବା ସହ ନିଜ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପ୍ରଚଣ୍ଡ ଖରା ଯୋଗୁ ଏହି ଗ୍ୟାସ ଲିକ ହୋଇଥିବା ଅନୁମାନ କରିଛି। ତଥାପି ଘଟଣା ପଛର କାରଣ ଜାଣିବା ପାଇଁ ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ: ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ

Andhra Pradesh Toxic Gas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe