Advertisment

ବିଷାକ୍ତ ମଦ ପିଇ ୨୧ ମୃତ

ଇଥାନଲ ମିଶ୍ରିତ ବିଷାକ୍ତ ମଦ ପିଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା ୪୦ ଜଣ।

ଅଦ୍ୟତନ ହୋଇଛି
Seized Ethanol

Seized Ethanol

Advertisment

ବିଷାକ୍ତ ମଦ ପିଇ ଯାଉଛି ଜଣକ ପରେ ଜଣଙ୍କ ଜୀବନ। ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଥିବା ସୂଚନା ମିଳିଛି। ପଞ୍ଜାବ ସାଙ୍ଗରୁର ଜିଲ୍ଲାରୁ ଆସିଛି ଏପରି ଖବର। 

Advertisment

ସାଙ୍ଗରୁରର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ)ଙ୍କ କହିବା ଅନୁଯାୟୀ, ଇଥାନଲ ମିଶ୍ରିତ ବିଷାକ୍ତ ମଦ ପିଇବା ପରେ ଅତି କମରେ ୪୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ମାର୍ଚ୍ଚ ୨୦, ବୁଧବାର ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପରଦିନ ପଟିଆଲାର ରଜିନ୍ଦ୍ର ଡାକ୍ତରଖାନାରେ ଚିକିତ୍ସା ସମୟରେ ଆଉ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା।

ଏଥିସହ ମାର୍ଚ୍ଚ ୨୨ ଶୁକ୍ରବାର ଆଠ ଜଣ ଏବଂ ପରଦିନ ପାଞ୍ଚ ଜଣଙ୍କର ଜୀବନ ଯିବା ପରେ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଛି। ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏଥିସହ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ପୁଲିସ କହିଛି ଯେ, ପଚରାଉଚରା ସମୟରେ ବିଷାକ୍ତ ମଦ କାରବର ନେଇ ସୂଚନା ମିଳିଛ। ଏକ ଘରେ ବିଷାକ୍ତ ମଦ ପ୍ରସ୍ତୁତ ହେଉଥିବା ଅଭିଯୁକ୍ତମାନେ କହିଛନ୍ତି।

ସୂଚନା ପାଇବା ପରେ ସମ୍ପୃକ୍ତ ଘରେ ଚଢାଉ କରି ୨୦୦ ଲିଟର ବିଷାକ୍ତ ମଦ ଜବତ କରାଯାଇଛି। ଏହି ମଦରେ ଇଥାନଲ(ଏକ ପ୍ରକାର ବିଷାକ୍ତ ରାସାୟନିକ ପଦାର୍ଥ) ମିଶ୍ରଣ ହୋଇଛି। ଏହି ରସାୟନକୁ ମଧ୍ୟ ଜବତ କରାଯାଇଛି ବୋଲି ପୁଲିସ କହିଛି। 

Toxic Liquor Death Punjab Liquor Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe