କେମିତି ଆତଙ୍କୀ ହମଲା ବେଳେ ୪ ପର୍ଯ୍ୟଟକ ପରିବାରକୁ ବଞ୍ଚାଇଲେ ନଜାକତ ଅଲୀ?

ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ପ୍ରାଣ ହରାଇଥିବେ ବେଳେ କଶ୍ମୀରର ଜଣେ କପଡ଼ା ବ୍ୟବସାୟୀ ନଜାକତ ଅଲୀଙ୍କ ପାଇଁ ୪ ପର୍ଯ୍ୟଟକ ପରିବାରର ୧୧ ଜଣଙ୍କ ଜୀବନ ବଞ୍ଚି ଯାଇଛି।

ALI

ଶିବାଂଶ, ଅରବିନ୍ଦ, ହାପି ଓ କୁଲଦୀପ ପରିବାର ଲୋକଙ୍କୁ ଧରି ପହଲଗାମରେ ଯାଇଥିଲେ

Hemant Lenka
  • Published: Wednesday, 23 April 2025
  • Updated: 23 April 2025, 04:47 PM IST

Sports

Latest News

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ୨୫ ଜଣ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ଘୋଡ଼ା ବାଲା ସୟିଦ ଆଦିଲ ହୁସେନ ଶାହ ରହିଛନ୍ତି। ହୁସେନ ଆତଙ୍କବାଦୀଙ୍କ କବଳରୁ ପର୍ଯ୍ୟଟକଙ୍କୁ ରକ୍ଷା କରିବା ପାଇଁ ଲଢ଼େଇ କରିବା ବେଳେ ଜୀବନ ହରାଇଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ପ୍ରାଣ ହରାଇଥିବେ ବେଳେ କଶ୍ମୀରର ଜଣେ କପଡ଼ା ବ୍ୟବସାୟୀ ନଜାକତ ଅଲୀଙ୍କ ପାଇଁ ୪ ପର୍ଯ୍ୟଟକ ପରିବାରର ୧୧ ଜଣଙ୍କ ଜୀବନ ବଞ୍ଚି ଯାଇଛି।

ଛତିଶଗଡ଼ରୁ ପହଲଗାମ ବୁଲିବା ପାଇଁ ଯାଇଥିବା ୪ ପରିବାରର ସଦସ୍ୟ ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ ମଧ୍ୟରେ ଫସି ଯାଇଥିଲେ। ହେଲେ ନଜାକତ ଅଲୀ ବେଶ ସାହାସର ସହ ଉପସ୍ଥିତି ବୁଦ୍ଧି ବଳରେ ସେମାନଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରିଥିଲେ। ନଜାକତ ପ୍ରତିବର୍ଷ ଶୀତ ଦିନେ ଛତିଶଗଡ଼ର ଚିରମିର ସହରକୁ ଯାଆନ୍ତି। ଏବେ ସେ ସେହି ଛତିଶଗଡ଼ର ୪ ପରିବାରର ଜୀବନକୁ ପହଲଗାମ ହମଲା ବେଳେ ରକ୍ଷା କରିବାକୁ ସକ୍ଷମ ହୋଇଛନ୍ତି।

ଖରା ଦିନିଆ ଛୁଟି କାଟିବାକୁ ୪ ପରିବାରର ୧୧ ଜଣ ସଦସ୍ୟ ଛତିଶଗଡ଼ରୁ ପହଲଗାମ ଯାଇଥିଲେ। ୧୧ ଜଣଙ୍କ ମଧ୍ୟରେ ୩ ଜଣ ଛୋଟ ପିଲା ବି ରହିଥିଲେ। ଏପ୍ରିଲ ୧୮ରେ ଶିବାଂଶ ଜୈନ, ଅରବିନ୍ଦ ଅଗ୍ରୱାଲ, ହାପି ୱାଧାୱନ ଓ କୁଲଦୀପ ଶତପକ ପରିବାର ଲୋକଙ୍କୁ ଧରି ଚିରମିରରୁ ବାହାରିଥିଲେ। ୨୧ ଏପ୍ରିଲରେ ସେମାନେ ପହଲଗାମରେ ପହଞ୍ଚିଥିଲେ। ସେମାନେ ଉପତ୍ୟକାରେ ଥିବା ଗୋଟିଏ ପର୍ଯ୍ୟଟନସ୍ଥଳ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକ ଗ୍ରୁପ ଉପରେ ଗୁଳି ବର୍ଷା କରି ଦେଇଥିଲେ।

Also Read

ଶିବାଂଶ ଜୈନ କହିଛନ୍ତି, “ସମ୍ଭାବ୍ୟ ଭୂସ୍ଖଳନ ଯୋଗୁ ରାସ୍ତାରେ ଟ୍ରାଫିକ ଜାମ ରହିଥିଲା। ପର୍ଯ୍ୟଟକମାନେ ରାସ୍ତାର ଉଭୟ ପାର୍ଶ୍ୱରେ ଭିଡ଼ ଜମାଇଥିଲେ। ଏହି ସମୟରେ ହଠାତ ଗୁଳିମାଡ଼ ଆରମ୍ଭ ହୋଇଯାଇଥିଲା। ବୈସରାନ ଘାଷ ଗାଲିଚାରୁ ଗୁଳି ମାଡ଼ର ଶବ୍ଦ ଆସୁଥିବାରୁ ପର୍ଯ୍ୟଟକମାନେ କ’ଣ କରିବେ କିଛି ବୁଝି ପାରି ନଥିଲେ। କେହି କିଛି ବୁଝିବା ଆଗରୁ ଆତଙ୍କ ଖେଳି ଯାଇଥିଲା। ସମସ୍ତେ ଜୀବନ ବିକଳରେ ଚିତ୍କାର କରି ଦୌଡ଼ିବାରେ ଲାଗିଥିଲେ। ସହାୟତା ପାଇଁ ଚିତ୍କାର କରିଥିଲେ।”

ଆତଙ୍କୀ ହମଲା ଯୋଗୁ ଭୟରେ ଥରୁଥିବା ଜୈନ ଓ ତାଙ୍କ ସହ ଥିବା ୧୧ ସଦସ୍ୟଙ୍କୁ ଏହି ସମୟରେ ସହାୟତାର ହାତ ବଢ଼ାଇଥିଲେ ନଜାକତ ଅଲୀ। ସେ ପ୍ରତିବର୍ଷ ଚିରମିର ଯାଉଥିବାରୁ ୪ ପରିବାର ସଦସ୍ୟମାନଙ୍କୁ ପୂର୍ବରୁ ଜାଣିଥିଲେ। ସେ ଘଟଣା ସ୍ଥଳରୁ ସମସ୍ତଙ୍କୁ ନିଜର ଉପସ୍ଥିତ ବୁଦ୍ଧି ବଳରେ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ।

ହାପି କହିଛନ୍ତି, “ଆମେ ଛତିଶଗଡ଼ରୁ ଯାଇ ପହଲଗାମରେ ପହଞ୍ଚିବା ପରେ ନଜାକତ ଅଲୀଙ୍କୁ ଯୋଗାଯୋଗ କରିଥିଲୁ। ସେ ଆମକୁ ପୂର୍ବରୁ ଜାଣିଥିଲେ। ତାଙ୍କୁ ସାଙ୍ଗରେ ଧରି ଆମେ ସମସ୍ତେ ପହଲଗାମ ଓ ଏହାର ଆଖପାଖରେ ଥିବା ପର୍ଯ୍ୟଟନସ୍ଥଳଗୁଡ଼ିକୁ ବୁଲିବା ପାଇଁ ଯାଇଥିଲୁ। ଯେତେବେଳେ ଅତିର୍କିତ ଗୁଳିମାଡ଼ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା ସେତେବେଳେ ନଜାକତ ଅଲୀ ଘଟଣା ସ୍ଥଳରୁ ଆମକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ।”

ଛତିଶଗଡ଼ରୁ ଯାଇଥିବା ୪ ପରିବାରର ସଦସ୍ୟ ସଂପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ଏଯାଏ କଶ୍ମୀରରୁ ଫେରି ନାହାନ୍ତି। ଏହାକୁ ନେଇ ଛତିଶଗଡ଼ରେ ଥିବା ତାଙ୍କ ପ୍ରିୟଜନମାନେ ସମାନ୍ୟ ଚିନ୍ତାରେ ରହିଛନ୍ତି। ତଥାପି ନଜାକତ ଅଲୀଙ୍କ ଯୋଗୁ ୧୧ ଜଣଙ୍କ ଜୀବନ ବଞ୍ଚି ଯାଇଥିବାରୁ ସେମାନେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ନଜାକତ ଅଲୀ ଛତିଶଗଡ଼ର ୪ ପରିବାରର ସଦସ୍ୟଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛନ୍ତି। ହେଲେ ରାୟପୁରର ସାମତା କଲୋନୀର ବ୍ୟବସାୟୀ ଦୀନେଶ ମିରାନିୟା ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ସେ କଶ୍ମୀରରେ ନିଜର ୨୦ ତମ ବିବାହ ବାର୍ଷିକ ପାଳନ କରିବାକୁ ଯାଇଥିଲେ।

ତାଙ୍କ ସହ ପତ୍ନୀ ନେହା ଓ ଦୁଇ ପିଲା ମଧ୍ୟ ଯାଇଥିଲେ। ଏପ୍ରିଲ ୨୪ରେ ଦୀନେଶଙ୍କ ବାହାଘରକୁ ୨୦ ବର୍ଷ ପୂରିବାକୁ ଯାଉଥିଲା। ହେଲେ ଏହାର ୨ ଦିନ ପୂର୍ବରୁ ଆତଙ୍କବାଦୀଙ୍କ ଗୁଳିରେ ସେ ପ୍ରାଣ ହରାଇଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story