Advertisment

କୃଷକଙ୍କ 'ଦିଲ୍ଲୀ ଚଲୋ' ଯାତ୍ରା ସ୍ଥଗିତ

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ହଜାର ହଜାର କୃୃଷକ।

Security Forces

Security Forces

Advertisment

'ଦିଲ୍ଲୀ ଚଲୋ' ଯାତ୍ରା ସ୍ଥଗିତ ରଖିଛନ୍ତି କୃଷକ। ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା କୃଷକମାନେ 'ଦିଲ୍ଲୀ ଚଲୋ' ଯାତ୍ରା ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି। ଆଜି ଦିଲ୍ଲୀ-ନୋଏଡା ସୀମା ଏବଂ ଯମୁନା ଏକ୍ସପ୍ରେସୱେରେ ନୋଏଡା ପ୍ରଶାସନ ଏବଂ କୃଷକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

Advertisment

ଆଲୋଚନା ପରେ କୃଷକମାନେ ସଂସଦ କମ୍ପ୍ଲେକ୍ସ ଅଭିମୁଖେ ଆରମ୍ଭ କରିଥିବା 'ଦିଲ୍ଲୀ ଚଲୋ' ପଦଯାତ୍ରାକୁ ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି। ଏହାପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲାଗିଥିବା ବ୍ୟାରିକେଡ ହଟିଛି ଏବଂ ଯାତାୟାତ ଆରମ୍ଭ ହୋଇଛି। 

ଉତ୍ତରପ୍ରଦେଶର ୨୦ଟି ଜିଲ୍ଲାର କୃଷକମାନେ ବିଭିନ୍ନ ଦାବି ନେଇ 'ଦିଲ୍ଲୀ ଚଲୋ' ଡାକରା ଦେଇ ସଂସଦ କମ୍ପ୍ଲେକ୍ସ ଅଭିମୁଖେ ବାହାରିଥିଲେ। ଲୋକସଭାର ଶୀତ ଅଧିବେଶନ ବସିଥିବା ସମୟରେ ସରକାର ନିକଟରେ ଦାବି ଉପସ୍ଥାପନ କରିବାକୁ ଯୋଜନା କରିଥିଲେ। କୃଷକଙ୍କ ଏହି ଯୋଜନା ପରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଦିଲ୍ଲୀ-ନୋଏଡା ସୀମାରେ ବ୍ୟାରିକେଡ ଲଗାଇଥିଲା।

Advertisment

ଫଳରେ ଆଜି ଦିନ ତମାମ ଜାତୀୟ ରାଜଧାନୀରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଏହାରି ମଧ୍ୟରେ ନୋଏଡା ପ୍ରଶାସନ ଏବଂ କୃଷକଙ୍କ ଆଲୋଚନା ଚାଲିଥିଲା। ଦୀର୍ଘ ସମୟର ଆଲୋଚନା ପରେ ଶେଷରେ 'ଦିଲ୍ଲୀ ଚଲୋ' ଯାତ୍ରାକୁ ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି କୃଷକ ସଂଗଠନ।  

ପ୍ରକାଶ ଥାଉକି, କୃଷକମାନେ ପୁରୁଣା ଜମି ଅଧିଗ୍ରହଣ ଆଇନ ଅନୁସାରେ ଜମି ଅଧିଗ୍ରହଣ ପାଇଁ ହରାଇଥିବା ଜମିର ୧୦% ଜମି ଏବଂ ୬୪.୭% ବର୍ଦ୍ଧିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଏହା ସହିତ ଜାନୁଆରୀ ୧, ୨୦୧୪ ପରେ ଅଧିଗ୍ରହଣ ହୋଇଥିବା ଜମି ଉପରେ ବଜାର ଦର କ୍ଷତିପୂରଣ ଏବଂ ୨୦% ଜମି, ଭୂମିହୀନ ଚାଷୀଙ୍କ ପିଲାଙ୍କୁ ଚାକିରି ଏବଂ ପୁନର୍ବାସର ସୁବିଧା, ହାଇ ପାଓ୍ୱାର କମିଟି ଦ୍ୱାରା ପାସ୍ ହୋଇଥିବା ପ୍ରସଙ୍ଗଗୁଡିକ ଉପରେ ସରକାରୀ ନିର୍ଦ୍ଦେଶ ଜାରି ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। 

Farmer Protest Delhi Chalo Farmers Demand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe