Advertisment

ଆମ୍ବେଦକର ଜୟନ୍ତୀ ବେଳେ ଅଘଟଣ; ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ମୃତ, ୫ ଗୁରୁତର

ଏକ ଟ୍ରଲିରେ ୬ ଜଣ ବସି ଫେରୁଥିଲେ। ଉକ୍ତ ଟ୍ରଲିରେ ଲାଗିଥିବା ଲୁହା ରଡ଼ ରାସ୍ତା ପାର୍ଶ୍ୱରେ ଥିବା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଥିଲା। ଫଳରେ ଟ୍ରଲିରେ ବିଦ୍ୟୁତ୍‌ ସଂଯୋଗ ହୋଇ ଯାଇଥିଲା।

author-image
Niharika Rout
Police

Police

ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରାରୁ ଘରକୁ ଫେରିବା ବେଳେ ଘଟିଲା ଅଘଟଣ। ଏକ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଗତ ରାତିରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଘଟିଛି।

Advertisment

ଗତକାଲି ରାତିରେ ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ବୌଧାନନ ପଞ୍ଚାୟତ ସମିତି ଦ୍ୱାରା ବିରାରରୁ ଏକ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ରାତି ୯ ଟାରୁ ଆରମ୍ଭ ହୋଇ ରାତି ସାଢେ ୧୦ଟା ରେ କାର୍ଗିଲ ଛକଠାରେ ଶେଷ ହୋଇଥିଲା । ସେଠାରୁ କର୍ମୀମାନେ ନିଜ ନିଜ ଘରକୁ ଫେରୁଥିଲେ।

ଏହି ସମୟରେ ଏକ ଟ୍ରଲିରେ ୬ ଜଣ ବସି ଫେରୁଥିଲେ। ଉକ୍ତ ଟ୍ରଲିରେ ଲାଗିଥିବା ଲୁହା ରଡ଼ ରାସ୍ତା ପାର୍ଶ୍ୱରେ ଥିବା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଥିଲା। ଫଳରେ ଟ୍ରଲିରେ ବିଦ୍ୟୁତ୍‌ ସଂଯୋଗ ହୋଇ ଯାଇଥିଲା।

Advertisment

ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଟ୍ରଲିରେ ବସିଥିବା ୪ ଜଣ ଓ ଟ୍ରଲି ଚାଳକଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Odisha Police Maharashtra Tension Situation