Advertisment

ଭୋଟର ଆଇଡି, କ୍ୟାଣ୍ଡିଲାଣ୍ଡ ଚକୋଲେଟ ଓ ଚିପ୍‌: ପହଲଗାମ ଆତଙ୍କବାଦୀଙ୍କ ପାକିସ୍ତାନ ଲିଙ୍କ୍‌

ନିହତ ୩ ଆତଙ୍କବାଦୀଙ୍କ ପାଖରୁ ମିଳିଥିବା ପାକିସ୍ତାନୀ ଭୋଟ ପରିଚୟପତ୍ର, କରାଚି ନିର୍ମିତ ଚକୋଲେଟ ଓ ବାୟୋମେଟ୍ରିକ ରେକର୍ଡ ସଂରକ୍ଷିତ ଗୋଟିଏ ମାଇକ୍ରୋ ଏସ୍‌ଡି ଚିପ୍‌ ସେମାନଙ୍କ ପାକିସ୍ତାନ ଲିଙ୍କର ସବୁ ଗୁମର ଉପରୁ ପରଦା ହଟାଇ ଦେଇଛି।

Pahalgam terrorists

Pahalgam terrorists

Advertisment

ଜୁଲାଇ ୨୮ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥିଲେ ୩ ଲସ୍କର ଆତଙ୍କବାଦୀ। ଅପରେସନ ମହାଦେବ ଜରିଆରେ ଏହି ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଥିଲେ ସୁରକ୍ଷାକର୍ମୀ। ଏହି ୩ ଜଣ ପହଲଗାମ ନରସଂହାରରେ ସାମିଲ ଥିଲେ ଓ ସମସ୍ତେ ପାକିସ୍ତାନ ନାଗରିକ। ଏକଥା ପୂର୍ବରୁ ସରକାର ସ୍ପଷ୍ଟ କରି ସାରିଛନ୍ତି। ଏମାନଙ୍କ ପାକିସ୍ତାନ ଲିଙ୍କର ପ୍ରମାଣ ସେମାନଙ୍କ ପାଖରୁ ମିଳିଥିବା ଜିନିଷରୁ ସ୍ପଷ୍ଟ ହୋଇଛି।

Advertisment

ନିହତ ୩ ଆତଙ୍କବାଦୀଙ୍କ ପାଖରୁ ମିଳିଥିବା ପାକିସ୍ତାନୀ ଭୋଟ ପରିଚୟପତ୍ର, କରାଚି ନିର୍ମିତ ଚକୋଲେଟ ଓ ବାୟୋମେଟ୍ରିକ ରେକର୍ଡ ସଂରକ୍ଷିତ ଗୋଟିଏ ମାଇକ୍ରୋ ଏସ୍‌ଡି ଚିପ୍‌ ସେମାନଙ୍କ ପାକିସ୍ତାନ ଲିଙ୍କର ସବୁ ଗୁମର ଉପରୁ ପରଦା ହଟାଇ ଦେଇଛି।

ଏହା ବ୍ୟତୀତ ଆତଙ୍କବାଦୀଙ୍କ ପାଖରୁ ମିଳିଥିବା ବନ୍ଧୁକର ଖୋକା ସହ ପହଲଗାମ ହମଲା ସ୍ଥଳରୁ ମିଳିଥିବା ଖୋକା ମେଳ ଖାଇଛି। ତେଣୁ ଏପ୍ରିଲ ୨୨ରେ ୨୬ ଜଣ ନିରୀହ ଲୋକଙ୍କୁ ହତ୍ୟା କରିବା ଘଟଣାରେ ଏହି ୩ ଆତଙ୍କବାଦୀ ସାମିଲ ଥିବା ଶତପ୍ରତିଶତ ପ୍ରମାଣ ହୋଇଛି। ନିହତ ଅପରେସନ ମହାଦେବ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ନିହତ ଆତଙ୍କବାଦୀଙ୍କ ଠାରୁ ଜବତ ହୋଇଥିବା ଜନିଷପତ୍ର ଆଧାରରେ ସେମାନଙ୍କ ପାକିସ୍ତାନ ଲିଙ୍କ ସମ୍ପର୍କରେ ସୂଚନା ମିଳିଛି।

Advertisment

ଭୋଟର ଆଇଡି ଓ ମାଇକ୍ରୋ ଏସଡି

ପହଲଗାମ ନରସଂହାରର ପ୍ରାୟ ୩ ମାସ ପରେ ସୁରକ୍ଷାକର୍ମୀମାନେ ଜୁଲାଇ ୨୮ରେ ଶ୍ରୀନଗରର ଡାଚିଗାମ ଅଞ୍ଚଳରେ ଅପରେସନ ମହାଦେବ କରିଥିଲେ। ଏଥିରେ ପହଲଗାମ ନରସଂହାରରେ ସାମିଲ ୩ ଆତଙ୍କବାଦୀ ମୁଣ୍ଡ ଗଡ଼ିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ନିହତ ଆଙ୍କବାଦୀଙ୍କ ମଧ୍ୟରେ ପହଲଗାମ ନରସଂହାରର ମାଷ୍ଟରମାଇଣ୍ଡ ସୁଲେମାନ ଶାହ ରହିଛି। ଅବୁ ହମଜା ‘ଆଫଗାନି’ ଦ୍ୱିତୀୟ ବନ୍ଧୁକଧାରୀ ଓ ତୃତୀୟ ଶୁଟର ଜଣକ ହେଲା ୟାସିର ଓରଫ ଜିବ୍ରାନ।

ସୁଲେମାନ ଶାହ ଓ ଅବୁ ହମଜା ପାଖରୁ ୨ଟି ଭୋଟର ଆଇଡି ସ୍ଲିପ୍ସ ମିଳିଛି। ଏହାକୁ ପାକିସ୍ତାନ ନିର୍ବାଚନ କମିଶନ ପକ୍ଷରୁ ଜାରି କରାଯାଇଥିଲା। ଭୋଟର କ୍ରମିକ ସଂଖ୍ୟାକୁ ଯାଞ୍ଚ କରାଯିବାରୁ ଏହା ଲାହୋର(ଏନ-୧୨୫) ଓ ଗୁଜରନୱାଲା (ଏନ ୭୯) ଭୋଟର ତାଲିକାରେ ଥିବା ସ୍ପଷ୍ଟ ହୋଇଛି।

ନିହତ ଆତଙ୍କବାଦୀମାନଙ୍କ ପକ୍ଷରୁ ଗୋଟିଏ କ୍ଷତିଗ୍ରସ୍ତ ସ୍ୟାଟେଲାଇଟ ଫୋନ ମିଳିଥିଲା। ସେଥିରୁ ଗୋଟିଏ ମାଇକ୍ରୋ ଏସ୍‌ଡି କାର୍ଡ ମିଳିଛି। ଏହି ଚିପ୍‌ରେ ଏନଏଡିଆରିଏ(ପାକିସ୍ତାନର ଜାତୀୟ ନାଗରିକ ପଞ୍ଜିକରଣ) ବାୟୋମେଟ୍ରିକ ରେକର୍ଡ ରହିଛି। ସମସ୍ତ ୩ ନିହତ ଆତଙ୍କବାଦୀ ପାକିସ୍ତାନର ନାଗରିକ ବୋଲି ଏହି ଚିପରେ ଥିବା ବାୟୋମେଟ୍ରିକ ରେକର୍ଡରୁ ସ୍ପଷ୍ଟ ହୋଇଛି।

ମିଳିଥିବା ତଥ୍ୟରେ ଆଙ୍ଗୁଳି ଚିହ୍ନ, ମୁହଁର ଆକୃତି ଓ ପରିବାରର ରେକର୍ଡ ରହିଛି। ସେମାନଙ୍କ ପଞ୍ଜିକୃତ ଠିକଣାଗୁଡ଼ିକ ହେଲା- ଚାଙ୍ଗା ମାଙ୍ଗା(କସୁର ଜିଲ୍ଲା) ଓ ରାୱାଲାକୋଟର କୋଇୟାନା ଗାଁ। ଆତଙ୍କବାଦୀଙ୍କ ବ୍ୟାଗରୁ କ୍ୟାଣ୍ଡିଲ୍ୟାଣ୍ଡ ଓ ଚୋକୋମାକ୍ସ ଚକୋଲେଟର ଜରି ମିଳିଛି। ଏହି ଦୁଇ ବ୍ରାଣ୍ଡର ଚକୋଲେଟ କରାଚିରେ ହିଁ ତିଆରି ହୋଇଥାଏ। ଏଥିରୁ ସେମାନଙ୍କ ପାକିସ୍ତାନ ଲିଙ୍କ ଆହୁରି ମଜବୁତ ହୋଇଛି।

ପହଲଗାମ ହମଲା ସହ ଲିଙ୍କ

ଫରେନ୍ସିକ ଓ ବାଲାଷ୍ଟିକ ବିଶ୍ଲେଷଣରୁ ନିଶ୍ଚିତ ହୋଇଛି ଯେ ଏହି ୩ ଆତଙ୍କବାଦୀ ଏପ୍ରିଲ ୨୨ରେ ପହଲଗାମର ବୈସାରନ ଭ୍ୟାଲିରେ ୨୬ ଜଣ ନିରୀହ ଲୋକଙ୍କୁ ହତ୍ୟା କରିଥିଲେ। ବୈସାରନ ଭ୍ୟାଲିରୁ 7.62x39 ଏମଏମ ଶେଲ କାସିଙ୍ଗ୍ସ ମିଳିଥିଲା। ଏବେ ନିହତ ଆତଙ୍କବାଦୀଙ୍କ ପାଖରୁ ମିଳିଥିବା ଏକେ-୪୭ ରାଇଫଲର ଶେଲ କାସିଙ୍ଗ୍ସ ସହ ଏହା ମେଳ ଖାଇଛି। ଏହାବାଦ ପହଲଗାମରୁ ମିଳିଥିବା ଗୋଟିଏ ଚିରା ଶାର୍ଟରୁ କିଛି ରକ୍ତ ଛିଟା ମିଳିଥିଲା। ଏହାର ଡିଏନଏ ଡାଚିଗାମରୁ ମିଳିଥିବା ଆତଙ୍କବାଦୀଙ୍କ ସହ ମଧ୍ୟ ମେଳ ଖାଇଥିଲା।

ଅନୁପ୍ରବେଶ ଟାଇମ ଲାଇନ୍‌

ଗୁଇନ୍ଦା ଏଜେନ୍ସି ମଧ୍ୟ ଆତଙ୍କବାଦୀମାନଙ୍କ ଗତିବିଧିକୁ ଟ୍ରାକ କରିଥିଲା। ଏହି ୩ ଜଣ ଯାକ ୨୦୨୨ ମେ’ ମାସରେ ଗୁରେଜ ସେକ୍ଟର ସ୍ଥିତ ଏଲଓସି ଡେଇଁ ଭାରତରେ ଅନୁପ୍ରବେଶ କରିଥିଲେ। ଗୁଇନ୍ଦା ଏଜେନ୍ସି ପାକିସ୍ତାନ ପକ୍ଷରୁ ଆତଙ୍କବାଦୀମାନଙ୍କ ହୋଇଥିବା ପ୍ରଥମ ରେଡିଓ ଚେକ ଇନକୁ ଆଧାର କରି ଏପରି ତଥ୍ୟ ଦେଇଛି।

୨୦୨୫ ଏପ୍ରିଲ ୨୧ରେ ଆତଙ୍କବାଦୀମାନେ ବୈସାରନ ଭ୍ୟାଲି ଠାରୁ ୨ କିମି ଦୂର ହିଲ୍ଲ ପାର୍କରେ ଥିବା ଗୋଟିଏ କୁଡ଼ିଆକୁ ଯାଇଥିଲେ। ଏଥିରେ ସେମାନଙ୍କୁ ୨ ସ୍ଥାନୀୟ କଶ୍ମିରୀ ପ୍ରଭେଜ ଓ ବଶିର ଅହମଦ ସହଯୋଗ କରିଥିଲେ। ଉଭୟ ୩ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ସହ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲେ।

ଏପ୍ରିଲ ୨୨ ତାରିଖ ଦିନ ୨.୩୦ରେ ସେମାନେ ବୈସାରନ ଭ୍ୟାଲିରେ ନରସଂହାର କରି ଉତ୍ତରପୂର୍ବ ଦିଗ ଆଡ଼କୁ ଚାଲିଯାଇଥିଲେ। ଡାଚିଗାମ ଘଞ୍ଚ ଜଙ୍ଗଲ ମଧ୍ୟରେ ସେମାନେ ନିଜକୁ ଲୁଚେଇ ଦେଇଥିଲେ।

Terror Attack Jammu Kashmir Terrorist Pahalgam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe