Advertisment

ରାସ୍ତା ମଝିରେ ଟ୍ରେନ୍‌ ବଗି, ୮ ଘଣ୍ଟା ଟ୍ରାଫିକ୍‌ ଜାମ୍‌

ରାସ୍ତାରେ ପ୍ରଥମ ଥର ଏକ ଏସି ଟ୍ରେନ୍‌ ବଗି ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଟ୍ରେନ୍‌, ବଗି କିପରି ରାସ୍ତାକୁ ଆସିଲା ଯାହା ଲୋକଙ୍କୁ ଚକିତ କଲା।

Train ac-coach

Train ac-coach

Advertisment

ରାସ୍ତାରେ ଲମ୍ବିଛି ଲମ୍ବା ଭିଡ଼ । ଏହି ଭିଡ଼ କୌଣସି ବସ୍‌, ଟ୍ରକ୍‌ ପାଇଁ ନୁହେଁ ବରଂ ଏକ ଟ୍ରେନ୍‌ ବଗି ପାଇଁ ହୋଇଥିଲା। ରାସ୍ତାରେ ପ୍ରଥମ ଥର ଏକ ଏସି ଟ୍ରେନ୍‌ ବଗି ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଟ୍ରେନ୍‌, ବଗି କିପରି ରାସ୍ତାକୁ ଆସିଲା ଯାହା ଲୋକଙ୍କୁ ଚକିତ କଲା। ଏଥିପାଇଁ ପ୍ରବଳ ରାସ୍ତା ଜାମ ହୋଇଥିବା ବେଳେ ଏହାକୁ କ୍ଲିୟର କରିବାକୁ ଲାଗିଗଲା ୮ ଘଣ୍ଟା। ଏପରି ଏକ ଅଜଣ ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି।

Advertisment

ଘଟଣା ବୁଝୁ ବୁଝୁ ବଗିଟି ଏକ ଟ୍ରେଲର ଯୋଗେ ଷ୍ଟେଶନ ଅଭିମୁଖେ ଯାଉଥିଲା। ମାତ୍ର ବଜାର ମଝିରେ ବୁଲାଣିରେ ଟ୍ରେଲରଟି ଅଟକି ଯିବାରୁ ତା’ ଉପରେ ବଗିଟି ବି ଅଟକି ଯାଇଥିଲା। ଲମ୍ବା ଅଧିକ ଥିବାରୁ ବଗିଟି ବୁଲାଣିରେ ଫସି ଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱର ବହୁ ସଂଖ୍ୟାରେ ବସ୍‌, ଟ୍ରକ୍‌ ଅଟକି ରହିଥିଲା। ସ୍ଥିତି ଏପରି ହେଲା ଯେ, ଉକ୍ତ ରାସ୍ତାଟି ପ୍ରାୟ ୮ ଘଣ୍ଟା ପାଇଁ ବ୍ଲକ୍‌ ହୋଇ ଯାଇଥିଲା।

ପୁଲିସ୍‌ ଓ ଟ୍ରାଫିକ୍‌ ପୁଲିସ୍‌କୁ ସ୍ଥିତି ସମ୍ଭାଳିବା ସହ ଗାଡ଼ିଗୁଡ଼ିକ ସୁରୁଖୁରରେ ଯାତାୟତ ବ୍ୟବସ୍ଥା କରାଇବା ନିମନ୍ତେ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ଏପରିକି ବଗିଟିକୁ ରାସ୍ତାରୁ ହଟାଇବା ସମ୍ଭବ ନ ହେବାରୁ ଘଟଣାସ୍ଥଳକୁ ଦୁଇଟି କ୍ରେନ ଅଣାଯାଇଥିଲା। କ୍ରେନ୍‌ ସହାୟତାରେ ବଗିକୁ ଉଠାଇ ରାସ୍ତା ଜାମକୁ କ୍ଲିୟର କରାଯାଇଥିଲା। ଏହାପରେ ଗାଡ଼ିଗୁଡ଼ିକ ସୁରୁଖୁରରେ ଯାତାୟତ କରିଥିଲା।

Advertisment

୨୦୨ସି ମସିହା ପୂର୍ବରୁ ରେଳ ବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁବିଧା ନିମନ୍ତେ ପରୀକ୍ଷାମୂଳକ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି ଯୋଜନାରେ ହିଁ ଉକ୍ତ ଏସି ଟ୍ରେନ୍‌ ବଗିଟିକୁ ସୁବେଦାରଗଞ୍ଜ ରେଲୱେ ଷ୍ଟେଶନକୁ ନିଆଯାଇଥିଲା। ଏକ ପ୍ରାଇଭେଟ ଫୁଡ କମ୍ପାନୀକୁ ଉକ୍ତ ବଗି ଲିଜ୍‌ରେ ଦିଆଯାଇଥିଲା ସୁବେଦାରଗଞ୍ଜ ରେଲୱେ ଷ୍ଟେଶନରେ ଉକ୍ତ ବଗିରେ ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ଯୋଜନା କରାଯାଇଥିଲା। ତେଣୁ ଉକ୍ତ ବଗିକୁ ରେଳ ରିପାୟରିଂ ସେଣ୍ଟରରୁ ଟ୍ରେଲର ଉପରେ ରେଳ ଷ୍ଟେଶନକୁ ନିଆଯାଉଥିଲା।

ଏକ ଟ୍ରେନ୍‌ ବଗିକୁ ରାସ୍ତାରେ ଦେଖି ଲୋକେ ହତବାକ ହୋଇ ଯାଇଥିବା ବେଳେ କିଛି ଏହ ସହ ସେଲଫି ଉଠାଇବାକୁ ଲାଗିଲେ। କାରଣ ସେମାନେ ପ୍ରଥମ ଥର ପାଇଁ ରାସ୍ତାରେ ଏକ ବଗି ଦେଖୁଥିବା ବେଳେ ନିଜ ଆଖିକୁ ବିଶ୍ୱାସ କରି ପାରୁ ନ ଥିଲେ।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe