Advertisment

ରାତି ଅଧରେ ଦୁର୍ଘଟଣା; ଟ୍ରାକ୍‌ରୁ ଖସିଲା ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍‌

ଏକ ଯାତ୍ରୀବାହୀ ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଥିବା ବଡ଼ ପଥରରେ ମାଡ଼ ହୋଇ ଲାଇନ୍‌ଚ୍ୟୁତ୍‌ ହୋଇଥିବା ବେଳେ ଆଉ ଏକ ମାଲଗାଡ଼ି ବି ଲାଇନ୍‌ଚ୍ୟୁତ ହୋଇଛି।

author-image
Niharika Rout
Train Accident

Train Accident

ଗତ ରାତିରେ ଘଟିଛି ଦୁଇଟି ଟ୍ରେନ୍‌ ଦୁର୍ଘଟଣା। ଏକ ଯାତ୍ରୀବାହୀ ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଥିବା ବଡ଼ ପଥରରେ ମାଡ଼ ହୋଇ ଲାଇନ୍‌ଚ୍ୟୁତ୍‌ ହୋଇଥିବା ବେଳେ ଆଉ ଏକ ମାଲଗାଡ଼ି ବି ଲାଇନ୍‌ଚ୍ୟୁତ ହୋଇଛି। ତେବେ ଏହି ଦୁଇଟି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। 

Advertisment

ଉତ୍ତରପ୍ରଦେଶର କାନପୁରରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। । ଟ୍ରାକରେ ପଡ଼ିଥିବା ବଡ଼ ପଥର ମାଡ଼ ହେବାରୁ ଲାଇନ୍‌ଚ୍ୟୁତ ହୋଇଛି ସାବରବମତୀ ଏକ୍ସପ୍ରେସ୍। ଏହି ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଟ୍ରେନ୍‌ର ୧୨ଟି ବଗି ଲାଇନଚ୍ୟୁତ ହୋଇଛି। ମାତ୍ର ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନି।

କାନୁପର-ଭୀମସେନ୍ ଷ୍ଟେସନ ମଝିରେ ଏହି ଦୁର୍ଘଟଣା ହୋଇଛି। ରାତି ପାଖାପାଖି ୨ଟା ୩୦ରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।

Advertisment

ରେଲୱେ ତରଫରୁ ଯାତ୍ରୀଙ୍କ ସୁବିଧାର ବନ୍ଦବୋସ୍ତ କରାଯାଇଛି। ଯାତ୍ରୀଙ୍କୁ ବସ୍‌ ଯୋଗେ କାନପୁର ପଠାଯାଇଛି। ବରିଷ୍ଠ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ଯାତ୍ରୀଙ୍କ ସୁବିଧା ନିମନ୍ତେ ରେଳବାଇ ତରଫରୁ ହେଲପ୍‌ଲାଇନ୍‌ ନମ୍ବର ଜାରି କରାଯାଇଛି।

ସେହିପରି ଆଉ ଏକ ଦୁର୍ଘଟଣା ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଘଟିଛି। ଯେଉଁଠାରେ ଇନ୍ଧନ ନେଇ ଯାଉଥିବା ଏକ ମାଲଗାଡ଼ି ଟ୍ରାକ୍‌ରୁ ଖସି ଯାଇଛି। ଏଥିଯୋଗୁ ଉକ୍ତ ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

West Bengal Uttar Pradesh Train Accident