Advertisment

ଓଡ଼ିଶା ଟ୍ରେନ ଟ୍ରାଜେଡି: ଗଦା ଗଦା ଶବ ଭିତରୁ ହଠାତ୍‌ କେହି ଉଦ୍ଧାରକାରୀ ଦଳର ଗୋଡ଼ ଟାଣିଲା

ଟ୍ରେନ ଦୁର୍ଘଟଣାକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଆସିବାରେ ଲାଗିଛି। କେହି କେହି ନିଜ ପରିବାର ଲୋକଙ୍କୁ ପାଉ ନଥିବା ବେଳେ ଆଉ କେହି ଗଦାଗଦା ମୃତଦେହ ଭିତରୁ ନିଜର ପ୍ରିୟଜନଙ୍କୁ ଖୋଜି ପାଇବାକୁ ସକ୍ଷମ ହେଉଛନ୍ତି।

ଅଦ୍ୟତନ ହୋଇଛି
undefined

Train Accident

Advertisment

ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଟ୍ରିପଲ ଟ୍ରେନ ଟ୍ରାଜେଡି ଯେତିକି ଭୟଙ୍କର ଥିଲା ସେତିକି ହୃଦୟବିଦାରକ ମଧ୍ୟ। ଦୁର୍ଘଟଣାରେ ୨୮୮ ଜଣ ପ୍ରାଣ ହରାଇଥିବା ବେଳେ ୧୧ ଶହ ଲୋକ ଆହତ ହୋଇଛନ୍ତି।

Advertisment

ତେବେ ଟ୍ରେନ ଦୁର୍ଘଟଣାକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଆସିବାରେ ଲାଗିଛି। କେହି କେହି ନିଜ ପରିବାର ଲୋକଙ୍କୁ ପାଉ ନଥିବା ବେଳେ ଆଉ କେହି ଗଦାଗଦା ମୃତଦେହ ଭିତରୁ ନିଜର ପ୍ରିୟଜନଙ୍କୁ ଖୋଜି ପାଇବାକୁ ସକ୍ଷମ ହେଉଛନ୍ତି।

ସେହିପରି ଉଦ୍ଧାରକାରୀ ଦଳ ଯାହାଙ୍କୁ ମୃତ ଭାବି ଶବାଗାରରେ ରଖି ଦେଉଛନ୍ତି, ବାସ୍ତବରେ ସେମାନଙ୍କ ପ୍ରାଣରୁ ପିଣ୍ଡ ଅଲଗା ହୋଇଛି ତ ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି। କାରଣ ବର୍ତ୍ତମାନ ସୁଦ୍ଧା ଏମିତି ଦୁଇଟି ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି।

Advertisment

ଉଦ୍ଧାରକାରୀ ଟିମ ଯାହାଙ୍କୁ ମୃତ ଭାବିଥିଲେ ସେମାନେ ଶେଷ ମୁହୂର୍ତ୍ତରେ ବଞ୍ଚିଥିବା ଜଣାପଡ଼ୁଛି। ପ୍ରଥମେ ବିଶ୍ୱଜିତ ମଲିକଙ୍କ କ୍ଷେତ୍ରରେ ଏପରି ଘଟିଥିଲା। ତାଙ୍କୁ ଶବାଗାର ମଧ୍ୟରୁ ଜୀବନ୍ତ ଅବସ୍ଥାରେ ତାଙ୍କ ବାପା ଉଦ୍ଧାର କରିଥିଲେ। ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏବେ ରବିନ ନୈୟା ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତି କେମିତି ଗଦା ଗଦା ମୃତଦେହ ଭିତରୁ ଜୀବିତ ଥିବା ଉଦ୍ଧାରକାରୀ ଦଳକୁ ଜଣାଇଛନ୍ତି, ତା’ର ତଥ୍ୟ ସାମ୍ନାକୁ ଆସିଛି। ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ରବିନ ଟ୍ରାକ ଉପା ନିସ୍ତେଜ ହୋଇ ପଡ଼ି ରହିଥିଲେ।

ଉଦ୍ଧାର ସମୟରେ ତାଙ୍କୁ ଟ୍ରାକ୍‌ରୁ ଉଠାଇ ବାହାନଗାର ଗୋଟିଏ ସ୍କୁଲକୁ ନିଆଯାଇଥିଲା। ସେ ପ୍ରାଣ ହରାଇ ସାରିଥିବା ଭାବି ଉଦ୍ଧାରକାରୀ ଟିମ୍‌ ତାଙ୍କୁ ସ୍କୁଲରେ ରହିଥିବା ଅନ୍ୟ ମୃତଦେହ ଉପରକୁ ଫିଙ୍ଗି ଦେଇଥିଲେ। 

ଶତାଧିକ ମୃତଦେହ ସହ ବେଶ କିଛି ଘଣ୍ଟା ରହିବା ପରେ ହଠାତ୍‌ ଚେତା ଫେରି ପାଇଥିଲେ ରବିନ। କିନ୍ତୁ ସେ ଗୁରୁତର ଆହତ ହୋଇଥିବାରୁ ପାଟି ଖୋଲି ପାରି ନଥିଲେ। ସେ ଆଖି ଖୋଲିବା ବେଳକୁ ଚାରିଆଡ଼େ କ୍ଷତାକ୍ତ ମୃତଦେହ ଗୁଡ଼ିକ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ଏହା ତାଙ୍କୁ ସ୍ତବ୍ଧ କରି ଦେଇଥିଲା।

କିଛି ସମୟ ପରେ ସ୍କୁଲ ରୁମ ଭିତରେ ଗଦା ହୋଇ ରହିଥିବା ମୃତଦେହ ଗୁଡ଼ିକୁ ଠିକ ଭାବେ ଧାଡ଼ିରେ ରଖିବାକୁ ଉଦ୍ଧାରକାରୀ ଟିମ ପ୍ରବେଶ କରିଥିଲେ। ଉଦ୍ଧାରକାରୀ ଟିମ୍‌ର ଜଣେ ସଦସ୍ୟ ଗଦା ହୋଇଥିବା ମୃତଦେହ ନିକଟରେ ଯାଉଥିବା ବେଳେ ହଠାତ ଗଦା ଭିତରୁ କେହି ଜଣେ ତାଙ୍କ ଗୋଡ଼କୁ ଭିଡ଼ି ଧରି ପକାଇଥିଲେ।

ହଠାତ୍ ସେ ଚମକି ପଡ଼ିଥିଲେ। ସେ ତଳକୁ ଚାହିଁଲା ବେଳକୁ ଜଣେ କେହି ତାଙ୍କୁ ପାଣି ମାଗୁଥିବା ଦେଖିଥିଲେ। ସେହି ବ୍ୟକ୍ତି ଜଣଙ୍କ ଥିଲେ ରବିନ। ଉଦ୍ଧାରକାରୀ ଟିମର ସଦସ୍ୟଙ୍କୁ ସେ କହିଥିଲେ ଯେ “ମୁଁ ବଞ୍ଚିଛି। ମରି ନାହିଁ। ମୋତେ ପାଣି ଦିଅ।”

ଉଦ୍ଧାରକାରୀ ଟିମ ଯାହାଙ୍କୁ ମୃତ ଭାବୁଥିଲେ ସେ ଜୀବିତ ଥିବା ଜଣାପଡ଼ିବା ପରେ ସମସ୍ତେ ଚମକି ପଡ଼ିଥିଲେ। ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଏବେ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 

ଉତ୍ତର ୨୪ ପ୍ରଗଣାର ଚାରନେଖାଲି ଗାଁରେ ରହୁଥିବା ରବିନ ଦୁର୍ଘଟଣାରେ ଦୁଇଟି ଯାକ ଗୋଡ଼ ହରାଇଛନ୍ତି। କିନ୍ତୁ ସେ ଜୀବିତ ଅଛନ୍ତି। ସେ ଶୁକ୍ରବାର ତାଙ୍କ ଗାଁର ଅନ୍ୟ ୭ ଜଣଙ୍କ ସହ କରମଣ୍ତଳ ଏକ୍ସପ୍ରେସରେ ହାୱାଡାରୁ ଆନ୍ଧ୍ର ପ୍ରଦେଶ ଯାଉଥିଲେ। ସେଠାକୁ କାମ ସନ୍ଧାନରେ ସମସ୍ତେ ଯାଉଥିବା ବେଳେ ବାହାନଗା ନିକଟରେ ଘଟିଥିଲା ଅଘଟଣ।

ରବିନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସେ ଏବେ ମେଦିନିପୁର ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Odisha Train Accident Train Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe