Train Engine
ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଷ୍ଟେସନକୁ ଗଡ଼ିଲା ଟ୍ରେନ୍ ଇଞ୍ଜିନ । ପ୍ରଥମ ଥର ପାଇଁ ରେଳ ଇଞ୍ଜିନ ପୁରୁଣା କଟକ ଆସୁଥିବା ଜାଣିବା ପରେ ବହୁ ସଂଖ୍ୟାର ଲୋକ ଏହାକୁ ଦେଖିବାକୁ ଏକାଠି ହୋଇଥିଲେ। ଇଞ୍ଜିନଟି ପୁରୁଣାକଟକ ଷ୍ଟେସନରେ ପହଂଚିବା ପରେ ଲୋକେ ପୂଜାର୍ଚ୍ଚନା କରିବା ସହ ହରିବୋଲ ହୁଳୁହୁଲି ଦେଇ ସ୍ୱାଗତ କରିଥିଲେ ।
ଗତକାଲି ପୂର୍ବତଟ ରେଲୱେ ପକ୍ଷରୁ ବଲାଙ୍ଗିର ପଟୁ ପୁରୁଣା କଟକ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଇଞ୍ଜିନ ରୋଲିଂ କରାଯାଇଛି । ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନରେ ଏହି ଟ୍ରାଏଲ୍ ରନ୍ କରାଯାଇଛି।
ବର୍ତ୍ତମାନ ଏହି ରେଳ ଲାଇନରେ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ଏବଂ ଓ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ ଚାଲୁଛି । ଏବେ ବୌଦ୍ଧ ଜିଲ୍ଲା ମନମୁଣ୍ଡାରୁ ପୁରୁଣାକଟକ ପର୍ଯ୍ୟନ୍ତ ପ୍ରାୟ ୮୦ କିଲୋମିଟର ବାଟ ସଫଳତା ସହ ରେଳ ଇଞ୍ଜିନ ଟ୍ରାଏଲ ରୋଲିଂ ହୋଇସାରିଛି ।
ଖୁବ ଶୀଘ୍ର ପୁରୁଣା କଟକ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ କରିବ ବୋଲି ସ୍ଥାନୀୟ ବାସିନ୍ଦା ଆଶାବାଦୀ ଅଛନ୍ତି । ଫଳରେ ସେମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ । ଟ୍ରେନ୍ ଚାଲିଲେ ଦୈନଦିନ ଜୀବନରେ ସେମାନେ ବହୁତ ଉପକୃତ ହୋଇପାରିବେ ବୋଲି ଅଞ୍ଚଳବାସୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us