Train
ଦେଶରେ ଟ୍ରେନ ବିଳମ୍ବିତ ହେବା କୌଣସି ନୂଆ କଥା ନୁହେଁ। ବିଶେଷ କରି ଶୀତ ଦିନେ ଟ୍ରେନଗୁଡ଼ିକ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ୧୨ରୁ ୧୪ ଘଣ୍ଟା ବିଳମ୍ବ କରିଥାଆନ୍ତି। ତେବେ ଗୋଟିଏ ମାଲବାହୀ ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ୩ ବର୍ଷ ୮ ମାସରୁ ଅଧିକ ସମୟ ନେଇଥିବା କିଛି ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ପଢ଼ି ଲୋକମାନେ ଚକିତ ହୋଇଥିବା ବେଳେ ଏବେ ପିଆଇବି ପକ୍ଷରୁ ଏହାର ସତ୍ୟାସତ୍ୟ ସମ୍ପର୍କରେ ଅବଗତ କରାଯାଇଛି।
ଏକାଧିକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ୨୦୧୪ରେ ଗୋଟିଏ ମାଲବାହୀ ଟ୍ରେନ ଆନ୍ଧ୍ର ପ୍ରଦେଶର ବିଶାଖାପଟନମରୁ ବାହାରି ଥିଲା। ଏହା ୪୨ ଘଣ୍ଟା ମଧ୍ୟରେ ନିଜର ଗନ୍ତବ୍ୟ ସ୍ଥଳର ଉତ୍ତର ପ୍ରଦେଶର ବସତିରେ ପହଞ୍ଚିବା କଥା। ହେଲେ ୪୨ ଘଣ୍ଟା ବଦଳରେ ଟ୍ରେନଟି ୩ ବର୍ଷ ୮ ମାସ ଓ ୭ ଦିନ ପରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲା ବୋଲି ରିପୋର୍ଟରେ ଦାବି କରାଯାଇଥିଲା।
ରିପୋର୍ଟରେ ଆହୁରି କୁହାଯାଇଥିଲା ଯେ ୨୦୧୪ରେ ରାମଚନ୍ଦ୍ର ଗୁପ୍ତା ନାମକ ଜଣେ ବ୍ୟବସାୟୀ ୧୪ ଲକ୍ଷ ଟଙ୍କାର ଡାଇମୋନିଅମ ଫସଫେଟ(ଡିଏପି) ପାଇଁ ଅର୍ଡର ଦେଇଥିଲେ। ବିଶାଖାପଟନମରେ ଥିବା ଇଣ୍ଡିଆନ ପୋଟାଶ ଲିଃରୁ ଏହା ଟ୍ରେନରେ ବସତି ଆସିବାର ଥିଲା।
୨୦୧୪ ମସିହା ନଭେମ୍ବର ୧୦ରେ ୧୩୬୧ ବସ୍ତା ଡିଏପି ମାଲବାହୀ ଟ୍ରେନରେ ଲୋଡ କରାଯାଇଥିଲା। ଟ୍ରେନ ମଧ୍ୟ ଠିକ ସମୟରେ ପ୍ଲାଟଫର୍ମ ଛାଡ଼ିଥିଲା। କିନ୍ତୁ ଧାର୍ଯ୍ୟ ସମୟରେ ଏହା ବସତିରେ ପହଞ୍ଚି ନଥିଲା।
ଟ୍ରେନ ନ ପହଞ୍ଚିବାରୁ ଶ୍ରୀ ଗୁପ୍ତା ବାରମ୍ବାର ଅଭିଯୋଗ କରିଥିଲେ। ହେଲେ ଯାତ୍ରା ସମୟରେ ଟ୍ରେନ ଅନ୍ତର୍ଧ୍ୟାନ ହୋଇଯାଇଥିବା ତାଙ୍କୁ କୁହାଯାଥିଲା।
ରିପୋର୍ଟରେ ଆହୁରି ଦାବି କରାଯାଇଥିଲା ଯେ ଟ୍ରେନଟି ଭୁଲ ସିଗ୍ନାଲ ପାଇ ବାଟ ବାଉଳା ହୋଇଯାଇଥିଲା। ସେହିପରି ଏହାର ଗୋଟିଏ ବଗିରେ ତ୍ରୁଟି ଦେଖାଯିବାରୁ ଏହା ଗୋଟିଏ ୟାର୍ଡରେ ମରାମତି ପାଇଁ ପଡ଼ି ରହିଥିଲା। ଶେଷରେ ୨୦୧୮ ମସିହା ଜୁଲାଇ ୨୫ରେ ଟ୍ରେନଟି ବସତିରେ ପହଞ୍ଚିଥିବା ରିପୋର୍ଟ ପ୍ରକାଶ ପାଇଥିଲା।
ତେବେ ଏହାକୁ କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକ ସଂସ୍ଥା ପିଆଇବି ଖଣ୍ଡନ କରିଛି। ୩ ଘଣ୍ଟା ୮ ମାସ ୭ ଦିନ ପରେ ଗୋଟିଏ ମାଲବାହୀ ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିବା ରିପୋର୍ଟରେ କୌଣସି ପ୍ରକାରର ସତ୍ୟତା ନାହିଁ।
ଭାରତୀୟ ରେଳ ବାଇର କୌଣସି ମାଲବାହୀ ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଏତେ ସମୟ ନେଇ ନଥିବା ପିଆଇବି ସ୍ପଷ୍ଟ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Train_1733842059.jpg)