Puja Khedkar
ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ସହ ନିଜ କ୍ଷମତାର ଅପବ୍ୟବହାର କରି ବିବାଦରେ ଥିବା ପୁଣେର ଟ୍ରେନି ଆଇଏଏସ୍ ପୂଜା ଖେଡକର ଆଜି ବଡ଼ ବୟାନ ଦେଇଛନ୍ତି। ସେ ପୂରା ବିବାଦ ପାଇଁ ଗଣମାଧ୍ୟମକୁ ଦୋଷ ଦେଇଛନ୍ତି। ମିଡିଆ ଟ୍ରାଏଲ ମାଧ୍ୟମରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ହେଉଥିବା ଚେଷ୍ଟାକୁ ସେ ଭୁଲ ବୋଲି କହିଛନ୍ତି।
ସେ କହିଛନ୍ତି, “ଆମ ଭାରତୀୟ ସମ୍ବିଧାନରେ କୁହାଯାଇଛି ଯେ ଦୋଷୀ ସାବ୍ୟସ୍ତ ନ ହେବା ଯାଏ ଜଣେ ଅଭିଯୁକ୍ତ ନିର୍ଦ୍ଦୋଷ। ତେଣୁ ମିଡିଆ ଟ୍ରାଏଲ ମାଧ୍ୟମରେ ମୋତେ ଦୋଷୀ ସାବ୍ୟସ୍ତ କରିବାକୁ ହେଉଥିବା ଚେଷ୍ଟେ ଭୁଲ। ଏହା ସମସ୍ତଙ୍କର ମୌଳିକ ଅଧିକାର। ଆପଣମାନେ ଅଭିଯୋଗ କହିପାରିବେ। କିନ୍ତୁ ଏପରି ଭାବେ ମୋତେ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରିବା ଭୁଲ।”
ପୂଜା ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ବିସ୍ତୃତ ତଥୃ ବିଶେଷଜ୍ଞ କମିଟି ନିକଟରେ ରଖିବେ। ଏହାପରେ କମିଟି ଯାହା ବି ନିଷ୍ପତ୍ତି ନେବେ, ସେତାକୁ ମାନିବେ। ସେ କହିଛନ୍ତି, “ମୋର ଯାହା ବି ପକ୍ଷ ରଖିବାର ଅଛି, ସେସବୁ କମିଟି ନିକଟରେ ରଖିବି। ସତ୍ୟ ସାମ୍ନାକୁ ଆସିବ।”
ପୁଣେର ଜଣେ ଆରଟିଆଇ କର୍ମୀ ଦାବି କରିଛନ୍ତି ଯେ ପୂଜାଙ୍କ ବାପାଙ୍କ ପାଖରେ ୪୦ କୋଟି ଟଙ୍କା ରହିଛି। ତେଣୁ ସେ ଓବିସିର ଆର୍ଥିକ ପଛୁଆ ବର୍ଗରେ ଆସୁନାହାନ୍ତି। ସେହିପରି ସେ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଦିବ୍ୟାଙ୍ଗ ଓ ଜାତିକୁ ନେଇ ମଧ୍ୟ ନକଲି ପ୍ରମାଣପତ୍ର ଦେଇଥିବା ଅଭିଯୋଗ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1721052158.jpg)