Advertisment

କ୍ରାଶ ହେଲା ବିମାନ: ୨ ଟ୍ରେନି ପାଇଲଟ ନିଖୋଜ

କ୍ରାଶ ସ୍ଥଳରୁ ଏପରି ଶବ ମିଳିଥିଲେ ମଧ୍ୟ ମୃତକଙ୍କ ପରିଚୟ ମିଳିନାହିଁ। ତେଣୁ ଏହା ଦୁଇ ପାଇଲଟଙ୍କ ମଧ୍ୟରୁ ଜଣଙ୍କର ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଇଛି।

Crash

Crash

Advertisment

ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ୨ ଜଣ ଟ୍ରେନି ପାଇଲଟଙ୍କୁ ନେଇ ଉଡ଼ାଣ କରୁଥିବା ଗୋଟିଏ ବିମାନ କ୍ରାଶ କରି ଯାଇଛି। କ୍ରାଶ ପରେ ବିମାନଟି ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ୨ ପାଇଳଟ ନିଖୋଜ ହୋଯାଇଛନ୍ତି। ତେବେ ଲାଞ୍ଜି ଓ କିରନାପୁର ପାହାଡ଼ିଆ ଅଞ୍ଚଳରୁ ଜଣେ ବ୍ୟକ୍ତି ପୋଡ଼ା ଶବ ମିଳିଛି।

Advertisment

କ୍ରାଶ ସ୍ଥଳରୁ ଏପରି ଶବ ମିଳିଥିଲେ ମଧ୍ୟ ମୃତକଙ୍କ ପରିଚୟ ମିଳିନାହିଁ। ତେଣୁ ଏହା ଦୁଇ ପାଇଲଟଙ୍କ ମଧ୍ୟରୁ ଜଣଙ୍କର ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଇଛି। ପୁଲିସ୍‌ କହିଛି ଯେ ବିମାନରେ ଜଣେ ପୁରୁଷ ଓ ଜଣେ ମହିଳା ଟ୍ରେନି ପାଇଲଟ ରହିଥିଲେ। ଘଟଣାସ୍ଥଳରୁ ମିଳିଥିବା ପୋଡ଼ା ମୃତଦେହଟି ପୁରୁଷ ପାଇଲଟଙ୍କ ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଇଛି।

ଏବେ ମହିଳା ଟ୍ରେନି ପାଇଲଟଙ୍କୁ ଠାବ କରିବାକୁ ଉଦ୍ୟମ ଚାଲିଛି। ଟ୍ରେନର ବିମାନଟି ମହାରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲା ବିର୍ସି ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା। ଏହି ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ହେଉଛି ବାଲାଘାଟ। ଉଡ଼ାଣ କିଛି ସମୟ ପରେ ବିମାନଟି କ୍ରାଶ କରିଯାଇଥିଲା। ଏବେ ସର୍ଚ୍ଚ ଅପରେସନ ଚାଲିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ।

Advertisment

ପୁଲିସ କହିଛି ଯେ ବିମାନଟି ଭାକୁଟୋଲା ଗାଁର ଘଞ୍ଚ ଜଙ୍ଗଲ ମଧ୍ୟରେ ହୋଇଛି। ତେବେ କ୍ରାଶର କାରଣ ଜଣାପଡ଼ି ନାହିଁ। ଖବର ପାଇ ତୁରନ୍ତ ପୁଲିସ୍‌ ଟିମ ସହ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ଲୋକମାନେ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। 

Madhya Pradesh Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe