Advertisment

୭ ବର୍ଷ ପରେ ମିଳିଲା ନ୍ୟାୟ, ନାବାଳକଙ୍କୁ ରେପ୍‌ କରିଥିବା ଟ୍ରାନ୍ସଜେଣ୍ଡରଙ୍କୁ ୭ ବର୍ଷ ଜେଲ୍‌

ଧରା ପକାଇଦେଲା ଫେସ୍‌ବୁକ୍‌ ମେସେଞ୍ଜର। ଜଣେ ନାବାଳକକୁ ଯୌନ ଶୋଷଣ କରିଥିବା ଜଣେ ଟ୍ରାନ୍ସଜେଣ୍ଡର ମହିଳାଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Judgement

Judgement

ଧରା ପକାଇଦେଲା ଫେସ୍‌ବୁକ୍‌ ମେସେଞ୍ଜର। ଜଣେ ନାବାଳକକୁ ଯୌନ ଶୋଷଣ କରିଥିବା ଜଣେ ଟ୍ରାନ୍ସଜେଣ୍ଡର ମହିଳା ତାଙ୍କ ପାଖକୁ ମେସେଜ ପଠାଇ ବାରମ୍ବାର ଡାକୁଥିଲେ। ଏହାକୁ ପୀଡ଼ିତଙ୍କ ମା’ ଦେଖି ପୁଲିସ୍‌ ସହାୟତାରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ପ୍ରାୟ ୭ ବର୍ଷ ତଳର ଏହି ଘଟଣାରେ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

Advertisment

ଏହାବାଦ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ଅତିରିକ୍ତ ଅଉ ଏକ ବର୍ଷ ଜେଲ୍‌ ଦଣ୍ଡର ନିର୍ଦ୍ଦେଶ ଦିଆଯାଇଛି। ୭ ବର୍ଷ ପୂର୍ବେ ଘଟିଥିବା ଏହି ମାମଲାର ଶୁଣାଣି କରି କେରଳ ତିରିଅନନ୍ତପୁରମ୍‌ର ଏକ ଫାଷ୍ଟ ଟ୍ରାକ୍‌ କୋର୍ଟ ଏହି ରାୟ ଶୁଣାଇଛନ୍ତି।

ଏହି ଘଟଣା ୨୦୧୬ ମସିହା ଫେବୃୟାରୀ ୨୩ରେ ହୋଇଥିଲା। ଅଭିଯୁକ୍ତ ଟ୍ରାନ୍ସଜେଣ୍ଡର ମହିଳାଜଣକ ଟ୍ରେନ୍‌ରେ ଯାଉଥିବା ବେଳେ ସେଠାରେ ପୀଡ଼ିତ ନାବାଳକଙ୍କ ସହ ତାଙ୍କର ସାକ୍ଷାତ କରିଥିଲେ। ସେ ନାବାଳକଙ୍କୁ ପ୍ରଲୋଭିତ କରି ନିଜ ସହ ଏକ ନିକାଞ୍ଚନ ଜାଗାକୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କୁ ଧମକାଇ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ।

Advertisment

ଭୟଭୀତ ହୋଇଯାଇଥିବା ନାବାଳକ ଲୋକଲଜ୍ଜା ଭୟରେ ଘଟଣା ସମ୍ପର୍କରେ ଘରେ କିଛି କହି ନ ଥିଲେ। ଏହାପରେ ଅଭିଯୁକ୍ତ ବହୁଥର ପୀଡ଼ିତଙ୍କୁ ଫୋନ୍‌ କରି ବିଭିନ୍ନ ସ୍ଥାନକୁ ଡାକୁଥିବା ବେଳେ ସେ ଯାଉ ନ ଥିଲେ। ଏପରିକି ନାବାଳକଜଣକ ତାଙ୍କ ଫୋନ୍‌ ନମ୍ବର ବ୍ଲକ କରିଦେବାରୁ ଅଭିଯୁକ୍ତ ଫେସବୁକ୍‌ ମେସେଞ୍ଜରରେ ପୀଡ଼ିତଙ୍କ ପାଖକୁ ମେସେଜ ପଠାଇଥିଲେ।

ଏହା ନାବାଳକଙ୍କ ମା’ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏନେଇ ସେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ନିର୍ଦ୍ଦେଶାନୁସାରେ ସେ ମେସେଜ ଦେଇ ଟ୍ରାସଜେଣ୍ଡରଙ୍କୁ ଏକ ସ୍ଥାନକୁ ଡାକିଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା ପୁଲିସ୍‌ ତାଙ୍କୁ ମାଡ଼ି ବସି ଗିରଫ କରିଥିଲ। ପ୍ରାୟ ୭ ବର୍ଷ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଶେଷରେ ପୀଡ଼ିତ ନ୍ୟାୟ ପାଇଥିବାରୁ ତାଙ୍କ ପରିବାର ଆଶ୍ୱସ୍ତ ହୋଇଛନ୍ତି।

Rape Judgement