Advertisment

ଦିଲ୍ଲୀ-ଏନସିଆର୍‌ରେ ଭୂକମ୍ପ ଝଟକା

ପ୍ରାଥମିକ ଭାବେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି। ତେବେ କ୍ଷୟକ୍ଷତି ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନି।

author-image
Hemant Lenka
undefined

earthquake

ଭୂକମ୍ପ ଝଟକାରେ ଥରିଛି ରାଜଧାନୀ ଦିଲ୍ଲୀ। ଉପକଣ୍ଠ ଏନସିଆର୍‌ରେ ମଧ୍ୟ ଝଟକା ଅନୁଭବ ହୋଇଛି। ଏହାବାଦ ଜମ୍ମୁ-କଶ୍ମୀର, ପଞ୍ଜାବ, ଆଫଗାନିସ୍ତାନ ଓ ପାକିସ୍ତାନର ସୀମା ବର୍ତ୍ତୀ ଅଞ୍ଚଳର ଲୋକମାନେ ମଧ୍ୟ ଭୂକମ୍ପ ଅନୁଭବ କରିଛନ୍ତି।

Advertisment

ପ୍ରାଥମିକ ଭାବେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି। ତେବେ କ୍ଷୟକ୍ଷତି ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନି।

ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜିର ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ର ସ୍ଥଳ ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ। ଜମ୍ମୁ-କଶ୍ମୀରର ଗୁଲମାର୍ଗ ଠାରୁ ଏହା ୪୧୮ କିମି ଦୂର। ରାତି ୯.୩୧ରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହାର ଗଭୀରତା ୧୮୧ କିମି ରହିଛି।

Advertisment

ଝଟକା ଅନୁଭୂତ ହେବା ପରେ ଲୋକମାନେ ଘର ଛାଡ଼ି ବାହାରକୁ ଦୌଡ଼ି ଚାଲି ଆସିଥିଲେ। ସେମାନେ ବେଶ କିଛି ସମୟ ଖୋଲା ସ୍ଥାନରେ ଛିଡ଼ା ହୋଇଥିଲେ।

Delhi Earthquake