Advertisment

ଭାରତର ବଡ଼ କୂଟନୀତିକ ବିଜୟ! ଜାତିସଂଘ ରିପୋର୍ଟରେ ଟିଆରଏଫର ନାଁ

ମିଳିତ ଜାତିସଂଘ ସୁରକ୍ଷା ପରିଷଦ ୧୨୬୭ କଟକଣା କମିଟି ଅଧୀନରେ ପ୍ରସ୍ତୁତ ମନିଟରିଂ ଟିମର ରିପୋର୍ଟରେ ଟିଆରଏଫର ନାଁ ରହିଛି।

TRF

TRF

Advertisment

ମିଳିତ ଜାତିସଂଘ ରିପୋର୍ଟରେ ଜମ୍ମୁ-କଶ୍ମୀରର ପହଲଗାମର ବୈସାରନ ଭ୍ୟାଲିରେ ନରସଂହାର କରିଥିବା ଲସ୍କରର ଚ୍ଛାୟା ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫର ନାଁ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ୧୨୬୭ କଟକଣା କମିଟି ଅଧୀନରେ ପ୍ରସ୍ତୁତ ମନିଟରିଂ ଟିମର ରିପୋର୍ଟରେ ଟିଆରଏଫର ନାଁ ରହିଛି। ରିପୋର୍ଟରେ ସ୍ପଷ୍ଟ ଭାବେ ଟିଆରଏଫ ଏପ୍ରିଲ ୨୨ ପହଲଗାମ ହମଲାରେ ସାମିଲ ଥିବା କଥା ଉଲ୍ଲେଖ ରହିଛି।

Advertisment

ଦକ୍ଷିଣ ଏସିଆ ସେକ୍ସନ ଅଧୀନର ପ୍ରଥମ ଭାଗରେ ଟିଆରଏଫ ଓ ପହଲଗାମ ଆତଙ୍କୀ ହମଲା କଥା କୁହାଯାଇଛି। ସରକାରୀ ସୂତ୍ରରେ କୁହାଯାଇଛି ଯେ ଟିଆରଏଫ ଓ ଲସ୍କର ଏବଂ ପାକିସ୍ତାନ ସମର୍ଥନ ନେଇ ଭାରତ ଯାହା କହି ଆସୁଥିଲା, ଉକ୍ତ ରିପୋର୍ଟରେ ଏହାର ପ୍ରତିଫଳନ। ୨୦୧୯ ପରେ ମିଳିତ ଜାତିସଂଘର କୌଣସି ରିପୋର୍ଟରେ ଲସ୍କର-ଇ-ତାଏବା ସମ୍ପର୍କରେ ବି ଉଲ୍ଲେଖ କରାଯାଇଛି।

ରିପୋର୍ଟରେ କ’ଣ କୁହାଯାଇଛି?

ଜାତିସଂଘର ରିପୋର୍ଟ ଅନୁସାରେ, ଟିଆରଏଫ ୨ଥର ପହଲଗାମ ହମଲା ପାଇଁ ନିଜକୁ ଦାୟୀ କରିଥିଲା। ପହଲଗାମ ଆକ୍ରମଣ ସ୍ଥଳର ଗୋଟିଏ ଫଟୋକୁ ମଧ୍ୟ ପବ୍ଲିଶ କରାଯାଇଥିଲା। ଲସ୍କରର ବିନା ସହାୟତାରେ ଆକ୍ରମଣ ସମ୍ଭବ ନଥିବା ଟିମର ସଦସ୍ୟମାନେ ଗୋଟିଏ ରିପୋର୍ଟରେ କହିଛନ୍ତି।

Advertisment

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଆଇଏସଆଇଏଲ ଓ ଅଲ କ୍ୱେଡା କଟକଣା କମିଟି ନିକଟରେ ଦାଖଲ ହୋଇଥିବା ରିପୋର୍ଟ କୁହାଯାଇଛି ଯେ “ଆକ୍ରମଣ ପାଇଁ ସମାନ ଦିନ ଟିଆରଏଫ ନିଜକୁ ଦାୟୀ କରିଥିଲା। ସମାନ୍ତରଳ ଭାବେ ଆକ୍ରମଣସ୍ଥଳର ଫଟୋ ଜାରି କରିଥିଲା। ଟିଆରଏଫ ଆକ୍ରମଣ ପାଇଁ ପରଦିନ ପୁଣିଥରେ ନିଜକୁ ଦାୟୀ କରିଥିଲା। କିନ୍ତୁ ଏପ୍ରିଲ ୨୬ରେ ଟିଆରଏଫ ନିଜ ଦାବିରୁ ଓହରି ଯାଇଥିଲା। ଏହାପରେ ଟିଆରଏଫ ଆଉ କୌଣସି ପ୍ରତିକ୍ରିୟା ଦେଇ ନଥିଲା। ସେହିପରି ପହଲଗାମ ଆକ୍ରମଣ ପାଇଁ ଆଉ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି।”

ରିପୋର୍ଟରେ କୁହାଯାଇଛି ଯେ ଜଣେ ସଦସ୍ୟ ରାଷ୍ଟ୍ରଙ୍କ କହିବା କଥା ଯେ ଲସ୍କର-ଇ-ତାଏବାର ବିନା ସହାୟତାରେ ଆକ୍ରମଣ ସମ୍ଭବ ନଥିଲା। ଟିଆରଏଫ ଓ ଲସ୍କର ମଧ୍ୟରେ ଲିଙ୍କ ରହିଛି। ଟିଆରଏଫ ଆକ୍ରମଣ କରିଥିଲେ ହେଁ ଏହା ପଛରେ ଲସ୍କର ରହିଥିବା ଆଉ ଜଣେ ସଦସ୍ୟ ରାଷ୍ଟ୍ର କହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ?

ଏପରି ରିପୋର୍ଟକୁ ଭାରତର ବଡ଼ କୂଟନୀତିକ ବିଜୟ ଭାବେ ବିବେଚନା କରାଯାଉଛି। କାରଣ ୧୨୬୭ କଟକଣା କମିଟିର ସମସ୍ତ ନିଷ୍ପତ୍ତି ତଥା ମନିଟରିଂ ରିପୋର୍ଟକୁ ସୁରକ୍ଷା ପରିଷଦର ସଦସ୍ୟମାନେ ସର୍ବସମ୍ମତିକ୍ରମେ ଗ୍ରହଣ କରନ୍ତି। ଏହାକୁ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦ ଗ୍ରହଣ କରିବାର ଆଶା ରହିଛି। ଏପରି ହେଲେ ଭାରତର ଟିଆରଏଫ ଓ ଲସ୍କରକୁ ନେଇ ରଖିଥିବା ଆଭିମୁଖ୍ୟ ବିଶ୍ୱ ଦରବାରରେ ମଧ୍ୟ ଆଦୃତ ହେବ।

ସରକାରୀ ସୂତ୍ରରେ କୁହାଯାଇଛି ଯେ “ମନିଟରିଂ ରିପୋର୍ଟରେ ଟିଆରଏଫର ନାଁରୁ ପୂରା ବିଶ୍ୱ ପାକିସ୍ତାନର ମିଛ ଓ ଅପ୍ରଚାରକୁ କେମିତି ଦେଖୁଛି, ତା’ହା ସ୍ପଷ୍ଟ ହୋଇଛି। ପାକିସ୍ତାନ ଟିଆରଏଫରୁ ଓକିଲତାତି କରୁଥିଲା। ଏବେ ରିପୋର୍ଟରେ ଟିଆରଏଫକୁ ଲସ୍କରର ଚ୍ଛାୟା ସଂଗଠନ ଭାବେ ବିଶ୍ୱ ବିବେଚନା କରିବା ଆରମ୍ଭ କରିଛି।”

Jammu Kashmir UNSC TRF Pahalgam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe