Advertisment

ବିଶ୍ବର ସର୍ବୋଚ୍ଚ ରେଳ ବ୍ରିଜ୍ ଉପରେ ଟ୍ରେନର ଟ୍ରାଏଲ୍ ରନ୍

ଜମ୍ମୁ କାଶ୍ମୀରରେ ନବନିର୍ମିତ ଚେନାବ ରେଲୱେ ବ୍ରିଜ୍ ଉପରେ ଆଜି ପରୀକ୍ଷାମୂଳକ ଭାବରେ ଟ୍ରେନ୍ ଚଳାଚଳ କରିଛି।

train

train

Advertisment

ବିଶ୍ବର ସର୍ବୋଚ୍ଚ ରେଳ ବ୍ରିଜ୍ ଉପରେ ଟ୍ରେନର ଟ୍ରାଏଲ୍ ରନ୍। ଜମ୍ମୁ କାଶ୍ମୀରରେ ନବନିର୍ମିତ ଚେନାବ ରେଲୱେ ବ୍ରିଜ୍ ଉପରେ ଆଜି ପରୀକ୍ଷାମୂଳକ ଭାବରେ ଟ୍ରେନ୍ ଚଳାଚଳ କରିଛି। ଇଞ୍ଜିନ ଓ ବଗି ସହ ରେଲୱେ ପକ୍ଷରୁ ନିର୍ମିତ ଏହି ବ୍ରିଜ ଦେଇ ଗଡ଼ିଛି ଟ୍ରେନ୍। ଖୁବଶୀଘ୍ର ନିୟମିତ ଭାବରେ ଟ୍ରେନ୍ ଚଳାଚଳ କରିବ।

Advertisment

ପୂର୍ବରୁ ପରୀକ୍ଷାମୂଳକ ଭାବେ ଚେନାବ ବ୍ରିଜ୍ ଉପରେ ଭାରତୀୟ ରେଲୱେ ପକ୍ଷରୁ ଇନ୍ସପେକ୍ସନ କାର୍ ଛଡ଼ାଯାଇଥିଲା। ସଫଳତାର ସହ ଏହା ଜାମ୍ମୁ କାଶ୍ମୀରର ସଙ୍ଗଲଦାନରୁ ରିଆସି ଯାଏଁ ଚଳାଚଳ କରିଥିଲା। କେବଳ ଟନେଲ୍-୧ର ଅଳ୍ପ କିଛି କାମକୁ ବାଦ୍ ଦେଲେ ଉଦ୍ଧମପୁର-ଶ୍ରୀନଗର-ବାରମୁଲା ରେଲ୍ ଲିଙ୍କର ବଳକା ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଚେନାବ ରେଲ ବ୍ରିଜ୍ ନିର୍ମାଣରେ ମୋଟ ୩୦,୦୦୦ ମେଟ୍ରିକ୍ ଟନ୍ ଷ୍ଟିଲ୍ ବ୍ୟବହୃତ ହୋଇଛି। ୧୪୮୬ କୋଟି ଟଙ୍କା ମୂଲ୍ୟରେ ଏହି ପୋଲକୁ ନିର୍ମାଣ କରାଯାଇଛି। ଏହା ଘଣ୍ଟା ପ୍ରତି ୨୬୦ କିଲୋମିଟର ପର୍ଯ୍ୟନ୍ତ ପବନର ବେଗକୁ ସହ୍ୟ କରିପାରିବ। ଟ୍ରେନ୍ ୭ଟି ଷ୍ଟେସନ ଦେଇ ବାରାମୁଲାରେ ପହଞ୍ଚିବ। ଉପତ୍ୟକାର ଲୋକଙ୍କୁ ସହଜ ଯାତାୟତ ସୁବିଧା ଯୋଗାଇବା ଏହାର ଉଦ୍ଦେଶ୍ୟ ରହିଛି।

Advertisment
Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe