Advertisment

ପୁଲିସ୍‌ ହେପାଜତରେ ଆଦିବାସୀ ଯୁବକଙ୍କ ମୃତ୍ୟୁ, ବିକ୍ଷୋଭ ବେଳେ ଡ୍ରେସ ଖୋଲିଲେ ଏକାଧିକ ମହିଳା

ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ମଧ୍ୟପ୍ରଦେଶର ଗୁନାରେ ତୀବ୍ର ଉତ୍ତେଜନା ବିକ୍ଷୋଭ ଦେଖିବାକୁ ମିଳିଛି। ମୃତ୍ୟୁ ପ୍ରତିବାଦରେ ଯୁବକଙ୍କ ସମ୍ପର୍କୀୟ ମହିଳାମାନେ ଡ୍ରେସ ଖୋଲି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

Tribal

Tribal

Advertisment

ବାହାଘର ଶୋଭାଯାତ୍ରା ବାହାରୁଥିବା ବେଳେ ପୁଲିସ୍‌ ଉଠାଇ ଆଣିଥିଲା। ଗୋଟିଏ ଚୋରି ମାମଲାରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ବିରୋଧରେ ପୁଲିସ୍‌ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କିନ୍ତୁ ଥାନାରେ ଯୁବକଙ୍କ ମୃତ୍ୟୁ ହୋଇଯିବାରୁ ଲଙ୍କାକାଣ୍ଡ ଘଟିଛି।

Advertisment

ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ମଧ୍ୟପ୍ରଦେଶର ଗୁନାରେ ତୀବ୍ର ଉତ୍ତେଜନା ବିକ୍ଷୋଭ ଦେଖିବାକୁ ମିଳିଛି। ମୃତ୍ୟୁ ପ୍ରତିବାଦରେ ଯୁବକଙ୍କ ସମ୍ପର୍କୀୟ ମହିଳାମାନେ ଡ୍ରେସ ଖୋଲି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆଜି ମୃତ୍ୟୁର ପ୍ରତିବାଦରେ ଦେବ ପାର୍‌ଧିଙ୍କ ସମ୍ପର୍କୀୟମାନେ ଜିଲ୍ଲାପାଳଙ୍କ ଅଫିସଆଗରେ ପହଞ୍ଚିଥିଲେ। ସେମାନେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ନ୍ୟାୟ ମାଗିଥିଲେ। ତେବେ ସେମାନଙ୍କ ବିକ୍ଷୋଭ ତୁରନ୍ତ ଉତ୍ତେଜନାର ରୂପ ନେଇଥିଲେ।

Advertisment

ଦେବ ପାର୍‌ଧିଙ୍କ ସମ୍ପର୍କୀୟ ମହିଳାମାନେ ହଠାତ୍‌ ନିଜ ନିଜର ପୋଷାକ ଖୋଲି ପ୍ରତିବାଦ କରିଥିଲେ। କିଛି ମହିଳା ଜିଲ୍ଲାପାଳଙ୍କ ଅଫିସ ଚଟାଣରେ ଗଡ଼ିବା ସହ ଭୋଭୋ ହୋଇ କାନ୍ଧିବାକୁ ଲାଗିଥିଲେ। ଏହା ଦେଖି ସେଠାରେ ଉପସ୍ଥିତି ପୁଲିସ୍‌ ସେମାନଙ୍କୁ ବାହାରକୁ ବିଦା କରିବାକୁ ଚେଷ୍ଟା କରିଥିଲେ।

ଏଥିଯୋଗୁ ଉଭୟ ପକ୍ଷଙ୍କ ମଧ୍ୟରେ ବେଶ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଆଉ କିଛି ମହିଳାଙ୍କ କାଚ ଭାଙ୍ଗି ଯାଇଛି। ସେହିପରି ଜଣେ ପୁଲିସ୍‌ କର୍ମଚାରୀ ଦିଲୀପ ରାଜୌରିଆ ମଧ୍ୟ ଆହତ ହୋଇଛନ୍ତି।

ବିକ୍ଷୋଭ କରୁଥିବା ମହିଳାମାନେ କହିଛନ୍ତି ଯେ ଦେବ ପାର୍‌ଧି ହୃଦଘାତରେ ପ୍ରାଣ ହରାଇଥିବା ଅଧିକାରୀମାନେ କହୁଛନ୍ତି। ହେଲେ ଏତେ କମ ବୟସରେ ଜଣେ କେମିତି ହୃଦଘାତରେ ପ୍ରାଣ ହରାବେ? ପୁଲିସ୍‌ ତାଙ୍କୁ ପ୍ରବଳ ପିଟିଛି।

ତାଙ୍କ ଦାଦାଙ୍କୁ ମଧ୍ୟ ମାଡ଼ ମରାଯାଇଛି। ଦାନା ଗଙ୍ଗାରାମ ଆହତ ହୋଇଥିଲେ ମଧ୍ୟ ପୁଲିସ୍‌ ତାଙ୍କୁ ଛାଡ଼ି ନାହିଁ କିମ୍ବା ହସ୍ପିଟାଲ ନେଇ ନାହିଁ। ତେଣୁ ସେମାନେ ଗଙ୍ଗାରାମଙ୍କ ଚିକିତ୍ସା ମଧ୍ୟ ଦାବି କରିଛନ୍ତି।

ରବିବାର ଦେବ ପାର୍‌ଧି ନିଜର ବାହାଘର ପାଇଁ ପ୍ରସ୍ତୁତ ହେଉଥିଲେ। ଆଉ କିଛି ସମୟ ପରେ ଶୋଭାଯାତ୍ରା ବାହାରିବାର ଥିଲା। ଏହି ସମୟରେ ପୁଲିସ୍‌ ସେଠାରେ ପହଞ୍ଚି ଦେବ ଓ ଗଙ୍ଗାରାମଙ୍କୁ ଗୋଟିଏ ଚୋରି ମାମଲାରେ ଗିରଫ କରି ଥାନାକୁ ନେଇ ଆସିଥିଲା। ସେ ଅପରାହ୍ନ ୪.୩୦ରେ ନିଜ ଶେରୱାନି ସହ ଶେଷ ଫଟୋ ଉଠାଇଥିଲେ।

ପରିବାର ଲୋକ ଗିରଫଦାରୀକୁ ନେଇ ଚିନ୍ତାରେ ଥିବା ବେଳେ ରାତିରେ ସେମାନଙ୍କ ପାଖକୁ ଦେବଙ୍କ ମୃତ୍ୟୁ ଖବର ଆସିଥିଲା। ଏହି ଖବର ପାଇବା ପରେ ଦେବଙ୍କ ଭାବୀ ସ୍ତ୍ରୀ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଦେବଙ୍କ ମାଉସୀ ନିଜ ଦେହରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ।

ଘଟଣା ସମ୍ପର୍କରେ ଏଏସ୍‌ପି ମନନ ସିଂହ ଠାକୁର କହିଛନ୍ତି, “ଦେବ ଓ ଗଙ୍ଗାରାମଙ୍କୁ ଗାଁରେ ହୋଇଥିବା ଗୋଟିଏ ଚୋରି ମାମଲାରେ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ଚୋରି ସାମଗ୍ରୀ ଉଦ୍ଧାର ସମୟରେ ଦେବ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ପ୍ରଥମେ ମୟନା ହସ୍ପିଟାଲ ଓ ପରେ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା।

ସେଠାରେ ଡାକ୍ତରମାନେ ୪୫ ମିନିଟ ଧରି ତାଙ୍କର ସିପିଆର କରିଥିଲେ। କିନ୍ତୁ ଦେବଙ୍କୁ ରକ୍ଷା କରି ପାରି ନଥିଲେ। ତାଙ୍କ ନାଁରେ ୭ଟି ଅପରାଧିକ ମାମଲା ବିଭିନ୍ନ ଥାନାରେ ରହିଥିଲା।”

ପ୍ରାଥମିକ ଭାବେ ପରିବାର ଲୋକ ଭୋପାଲରେ ଶବବ୍ୟବଚ୍ଛେଦ ପାଇଁ ଦାବି କରିଥିଲେ। କିନ୍ତୁ ସେମାନେ ପରବର୍ତ୍ତୀ ସମୟରେ ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତରେ ରାଜି ହୋଇଛନ୍ତି।

Police Madhya Pradesh Tribal Killing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe