Advertisment

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ରାଜନୀତି, ବିଜେପି ବିରୋଧରେ ଟିଏମ୍‌ସି ଆଣିଲା ଏହି ଅଭିଯୋଗ

ସାଂସଦ ସାକେତ ଗୋଖଲେ ‘ଏକ୍ସ’ରେ ଏକ ଲମ୍ବା ପୋଷ୍ଟ କରି ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ବିଜେପିର ଆଇଟି ସେଲ ଏକ ସଂଗଠିତ ଅଭିଯାନ ଚଲାଇଛି।

author-image
Jitendra Garnayak
Protest

Protest

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ହେଉଥିବା ବିକ୍ଷୋଭକୁ ବିଜେପି ହାଇଜାକ୍ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରକୁ ଭାଙ୍ଗିବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛି ତୃଣମୂଳ କଂଗ୍ରେସ। 

Advertisment

ଦଳର ସାଂସଦ ସାକେତ ଗୋଖଲେ ‘ଏକ୍ସ’ରେ ଏକ ଲମ୍ବା ପୋଷ୍ଟ କରି ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ବିଜେପିର ଆଇଟି ସେଲ ଏକ ସଂଗଠିତ ଅଭିଯାନ ଚଲାଇଛି। ଅଗଷ୍ଟ ୧୫ ତାରିଖରେ ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ଗ୍ରହଣ କରିବା ପରେ ବିଜେପି ପକ୍ଷରୁ #MamataMustResign ହାସଟ୍ୟାଗକୁ ସୋଶାଲ ମିଡିଆରେ ଟ୍ରେଣ୍ଡ କରାଉଛି। ଗତ ୪ ଦିନରେ #MamataMustResign ହାସଟ୍ୟାଗରେ ୨ ଲକ୍ଷରୁ ଅଧିକ ସୋଶାଲ ମିଡିଆ ପୋଷ୍ଟ ହୋଇଛି। ଏହା ଅର୍ଗାନିକ୍ ନୁହେଁ। ଆଉ ଏହି ପୋଷ୍ଟଗୁଡ଼ିକର ରିଚ୍ ସଂଖ୍ୟା ହେଉଛି ୯୧ ମିଲିୟନ। ସାଧାରଣ ଏକାଉଣ୍ଟଗୁଡ଼ିକ ପାଇଁ ଏହା ଅସମ୍ଭବ। ଯେଉଁମାନେ ପ୍ରକୃତରେ ଏହି ମାମଲାରେ ବିକ୍ଷୋଭ କରୁଛନ୍ତି, ସେମାନେ ଏହି ହାସଟ୍ୟାଗ ବ୍ୟବହାର କରୁ ନାହାନ୍ତି। #MamataMustResign ହାସଟ୍ୟାଗରେ ଯେତେ ପୋଷ୍ଟ ହୋଇଛି ସେଥିରୁ ୪୫% ଆମେରିକାରୁ ହୋଇଛି। ଅନ୍ୟଗୁଡ଼ିକ ରୁଷିଆ, ନାଇଜେରିଆ, କଲୋମ୍ବିଆ ଆଦି ଦେଶରୁ ହୋଇଛି। 

ସେ ଆହୁରି କହିଛନ୍ତି ଯେ ତଦନ୍ତ ଭାର ନେବା ପରଠାରୁ ସିବିଆଇ ନିରବ ରହିଛି। ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କୌଣସି ଅପ୍‌ଡେଟ୍ ଦେଉ ନାହିଁ। କିନ୍ତୁ ଏଯାବତ୍ ସିବିଆଇ ବିରୋଧରେ ଗୋଟିଏ ଥର ବି ବିକ୍ଷୋଭ କରାଯାଇ ନାହିଁ। ଏବେ ଏହି ମାମଲାର ପ୍ରକୃତ ବିକ୍ଷୋଭକାରୀଙ୍କ ସ୍ଥାନ ନେଇଛନ୍ତି ଭାରତୀୟ ଜନତା ଯୁବ ମୋର୍ଚ୍ଚା ଓ ବିଜେପି କର୍ମକର୍ତ୍ତା। ସେମାନେ କୋଲକାତାରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି। ଏହି ମାମଲାରେ ଚାଲିଥିବା ବିକ୍ଷୋଭକୁ ବିଜେପି ହାଇଜାକ କରି ଏହି ମାମଲାକୁ ଏଜେଣ୍ଡା କରି ତୃଣମୂଳ କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚାହୁଁଛି। ବିଜେପିର ଏହି ଷଡ଼ଯନ୍ତ୍ରକୁ ତୃଣମୂଳ କଂଗ୍ରେସ ଠିକଣା ଜବାବ ଦେବ। 

Advertisment

ସୂଚନାଯୋଗ୍ୟ, ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ତାଙ୍କ ଦେହରେ ୧୪ରୁ ଅଧିକ ଆଘାତ ଚିହ୍ନ ରହିଥିଲା। ତେବେ କୌଣସି ସ୍ଥାନରେ ଫ୍ୟାକ୍ଚର ନଥିଲା। ମୁଣ୍ଡ, ଦୁଇ ଗାଲ, ଓଠ, ନାକ, ଡାହାଣ ହନୁ ହାଡ, ଥୋଡି, ବେକ, ବାମ ହାତ, କାନ୍ଧ, ଆଣ୍ଠୁ, ଗୋଡ ଏବଂ ପ୍ରାଇଭେଟ୍‌ ପାର୍ଟରେ ଆଘାତ ଲାଗିଥିଲା। ହତ୍ୟା ପୂର୍ବରୁ ସେ ଯୌନ ଉତ୍ପୀଡନର ଶିକାର ମଧ୍ୟ ହୋଇଥିଲେ। 

Kolkata Doctor Rape And Murder Case