Advertisment

ମାନିଲେ ମମତା, କେ.ସୁରେଶଙ୍କୁ ସମର୍ଥନ କରିବ ଟିଏମ୍‌ସି

ପୂର୍ବରୁ ଲୋଭସଭା ବାଚସ୍ପତି ପଦ ପାଇଁ ବିରୋଧୀ କେ.ସୁରେଶଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଏହାକୁ ନେଇ ମମତା ବାନାର୍ଜୀ ଅସନ୍ତୁଷ୍ଟ ଥିଲେ।

Mamata And K Suresh

Mamata And K Suresh

Advertisment

ଶେଷରେ ମାନିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ବାଚସ୍ପତି ନିର୍ବାଚନରେ ଇଣ୍ଡି ମେଣ୍ଟର ପ୍ରାର୍ଥୀ କେ.ସୁରେଶଙ୍କୁ ସମର୍ଥନ ଘୋଷଣା କଲା ଟିଏମ୍‌ସି। ପୂର୍ବରୁ ମମତା ବାନାର୍ଜୀ ରାଗି ଥିବା ନେଇ ଖବର ଆସିଥିଲା। ଏବେ କିନ୍ତୁ ସେ ରାଗରୁଷା ଭୁଳି ସମର୍ଥନ ଘୋଷଣା କରିଛନ୍ତି। ଫଳରେ ଏନ୍‌ଡିଏର ଟେନ୍‌ସନ୍‌ ବଢ଼ିଛି।

Advertisment

ପ୍ରକୃତରେ ଲୋଭସଭା ବାଚସ୍ପତି ପଦ ପାଇଁ ବିରୋଧୀ କେ.ସୁରେଶଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଏହାକୁ ନେଇ ମମତା ବାନାର୍ଜୀ ଅସନ୍ତୁଷ୍ଟ ଥିଲେ। ସେ ଏହାକୁ ଏକପାଖିଆ ନିଷ୍ପତ୍ତି ବୋଲି କହିଥିଲେ। ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ କହିଥିଲେ ଯେ ତାଙ୍କ ଦଳର ପରାମର୍ଶ ନ ନିଆଯାଇ କଂଗ୍ରେସର କେ. ସୁରେଶଙ୍କୁ ପ୍ରାର୍ଥୀ କରାଯାଇଛି।

ଏସବୁ ଭିତରେ ଦିଦିଙ୍କୁ ମନାଇବା ପାଇଁ ମଙ୍ଗଳବାର ତାଙ୍କୁ ଫୋନ୍‌ କରି ତାଙ୍କ ସହ ୨୦ ମିନିଟ୍‌ କାଳ ହୋଇଥିଲେ। ଏହାପରେ ମଙ୍ଗଳବାର ବିଳମ୍ବିତ ରାତିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଇଣ୍ଡି ମେଣ୍ଟର ବୈଠକ ହୋଇଥିଲା। ଏଥିରେ ଟିଏମ୍‌ସି ନେତା ଡେରେକ୍ ଓ ବ୍ରାଏନ୍‌ ଓ କଲ୍ୟାଣ ବାନାର୍ଜୀ ସାମିଲ ହୋଇଥିଲେ। ଏହାପରେ କେ.ସୁରେଶଙ୍କୁ ଟିଏମ୍‌ସି ସମର୍ଥନ ଜଣାଇବାକୁ ରାଜି ହୋଇଥିବା ଜଣାପଡିଛି। ବୈଠକ ପରେ ଆଜି ଟିଏମସି ତା'ର ସମସ୍ତ ଲୋକସଭା ସାଂସଦଙ୍କୁ ସକାଳ ୧୦ଟା୪୦ରେ ସଂସଦ ଭବନରେ ଏକାଠି ହେବାକୁ ହ୍ୱିପ୍‌ ଜାରି କରିଛି।

Advertisment

ରିପୋର୍ଟ ମୁତାବକ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମଙ୍ଗଳବାର ମଧ୍ୟାହ୍ନରେ ମମତା ବାନାର୍ଜୀଙ୍କ ସହ କଥା ହୋଇଥିଲେ। ବାସ୍ତବରେ କେନ୍ଦ୍ର ସରକାର ବାଚସ୍ପତି ପଦ ପାଇଁ ବିରୋଧୀଙ୍କ ସମର୍ଥନ ଲୋଡିଥିଲେ। କିନ୍ତୁ ଉପବାଚସ୍ପତି ପଦ ପାଇଁ ବିରୋଧୀ ଦାବି କରୁଥିଲେ। ଏଭଳି ପରିସ୍ଥିତିରେ ଦୁଇ ଦଳ ମଧ୍ୟରେ କୌଣସି ସହମତି ହୋଇପାରିନାହିଁ। ବାଚସ୍ପତି ପଦ ପାଇଁ ଓମ ବିର୍ଲାଙ୍କ ବିରୋଧରେ ଇଣ୍ଡି ମେଣ୍ଟ କେ. ସୁରେଶଙ୍କୁ ମଇଦାନକୁ ଓହ୍ଲାଇଛି।

Mamata Banerjee TMC Lok Sabha Speaker Election K Suresh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe