Advertisment

ଟିଏମ୍‌ସିର ୧୦ ପ୍ରତିଶ୍ରୁତି: ରଦ୍ଦ ହେବ CAA ଆଇନ୍‌, ଲାଗୁ ହେବନି UCC

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହେବାକୁ ଆଉ ଦିନ ଥିବା ବେଳେ ଆଜି ତୃଣମୂଳ କଂଗ୍ରେସ ନିଜର ନିର୍ବାଚନୀ ଘୋଷଣା ପତ୍ର ଜାରି କରିଛି।

author-image
Madhupriya Mistry
TMC Manifesto

TMC Manifesto

ଦେଶରେ ଲାଗୁ ହେବନି ୟୁନିଫର୍ମ ସିଭିଲ୍‌ କୋଡ ତଥା ୟୁସିସି। ସେହିପରି ସିଏଏ ଆଇନ୍‌ ମଧ୍ୟ ରଦ୍ଦ ହେବ। ଆଜି ନିଜ ନିର୍ବାଚନୀ ଘୋଷଣାପତ୍ର ଜାରି କରି ଏଭଳି କିଛି ପ୍ରତିଶ୍ରୁତି ଦେଇଛି ତୃଣମୂଳ କଂଗ୍ରେସ।

Advertisment

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହେବାକୁ ଆଉ ଦିନ ଥିବା ବେଳେ ଆଜି ତୃଣମୂଳ କଂଗ୍ରେସ ନିଜର ନିର୍ବାଚନୀ ଘୋଷଣା ପତ୍ର ଜାରି କରିଛି। ଏଥିରେ ଟିଏମ୍‌ସି ସୁପ୍ରିମୋ ବାନାର୍ଜୀ ଦେଶବାସୀଙ୍କୁ ୧୦ ପ୍ରତିଶ୍ରୁତି ଦେଇଛନ୍ତି। ଯଦି କେନ୍ଦ୍ରରେ ତାଙ୍କ ସରକାର ଗଠନ ହୁଏ ତେବେ ସିଏଏ ଆଇନ୍‌ ରଦ୍ଦ କରାଯିବ। କେବଳ ସେତିକି ନୁହେଁ ଏନ୍‌ଆର୍‌ସି ଓ ୟୁସିସିକୁ ମଧ୍‌ର ଲାଗୁ କରାଯିବ ନାହିଁ।

ଟିଏମ୍‌ସିର ନିର୍ବାଚନୀ ମେନିଫେଷ୍ଟୋ ଜାରି କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଡେରେକ ଓ’ବ୍ରାଇନ୍ କହିଛନ୍ତି ଯେ ଯଦି ମମତା ଦିଦିଙ୍କ ସହଯୋଗରେ କେନ୍ଦ୍ରରେ ଇଣ୍ଡିଆ ବ୍ଲକ୍ର ସରକାର ଗଠନ ହୁଏ ତେବେ MNREGA ଅଧୀନରେ ଥିବା ଦୈନିକ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି କରାଯିବ। ସମସ୍ତଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ ହେବ। ଏଥିସହ ବିପିଲ କାର୍ଡଧାରୀଙ୍କୁ ବର୍ଷକରେ ୧୦ଟି ଗ୍ୟାସ୍‌ ସିଲିଣ୍ଡର ମାଗଣାରେ ମିଳିବ।

Advertisment

ଏଥିସହ ପ୍ରତ୍ୟେକ ରାସନ କାର୍ଡଧାରୀଙ୍କୁ ୫ କିଲୋଗ୍ରାମ ମାଗଣା ରାସନ ପ୍ରଦାନ କରାଯିବ। ୬୦ ବର୍ଷରୁ ଅଧିକ ବୟସ୍କ ନାଗରିକମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ପେନସନ୍ ଦିଆଯିବ। ଜାତୀୟ ସ୍ତରରେ ଲକ୍ଷ୍ମୀ ଭଣ୍ଡାର ଯୋଜନା କାର୍ଯ୍ୟକାରୀ ହେବ ଯେଉଁଥିରେ ମହିଳାମାନଙ୍କୁ ମାସିକ ଏକ ନିର୍ଦ୍ଦିଷ୍ଟ ପରିମାଣ ଦିଆଯିବ। ସମସ୍ତ ନାଗରିକଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ ଟିଏମ୍‌ସି ନିଜ ନିର୍ବାଚନୀ ଘୋଷଣା ପତ୍ରରେ କହିଛି।

୨୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ସ୍ନାତକ ଏବଂ ଡିପ୍ଲୋମା ଧାରକ ଯୁବକଙ୍କୁ ମାସିକ ଷ୍ଟାଇପେଣ୍ଡ ସହିତ ୧ବର୍ଷ ଆପ୍ରେଣ୍ଟିସିପ୍ (ଯେକୌଣସି କ୍ଷେତ୍ରରେ ତାଲିମ) ପ୍ରଦାନ କରାଯିବ। ଉଚ୍ଚଶିକ୍ଷା ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ର କ୍ରେଡିଟ୍ କାର୍ଡ ପ୍ରଦାନ କରାଯିବ। ଏସସି, ଏସଟି ଏବଂ ଓବିସି ଛାତ୍ରମାନଙ୍କ ପାଇଁ ଛାତ୍ରବୃତ୍ତି ପରିମାଣ ତିନିଗୁଣ ହେବ।

ଯେପରି ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବେ ନାହିଁ  ସେଥିପାଇଁ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସିଲିଣ୍ଡରର ମୂଲ୍ୟରେ ଏକ ନିର୍ଦ୍ଧାରିତ ଦର ଧାର୍ଯ୍ୟ କରାଯିବ। ମୂଲ୍ୟ ପରିବର୍ତ୍ତନକୁ ରୋକିବା ପାଇଁ ଏକ 'ମୂଲ୍ୟ ସ୍ଥିରତା ପାଣ୍ଠି' ପ୍ରତିଷ୍ଠା କରାଯିବ। ସ୍ୱାମୀନାଥନ ଆୟୋଗର ସୁପାରିଶ ଅନୁଯାୟୀ ଭାରତର କୃଷକମାନଙ୍କୁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ଦିଆଯିବ, ଯାହା ସମସ୍ତ ଫସଲ ପାଇଁ ଉତ୍ପାଦନ ମୂଲ୍ୟଠାରୁ ସର୍ବନିମ୍ନ ୫୦ ପ୍ରତିଶତ ଅଧିକ ହେବ।

ଦଳର ଏହି ଘୋଷଣାପତ୍ରକୁ ତୃଣମୂଳ ସାଂସଦ ଡେରେକ ଓ’ବ୍ରାଇନ୍, ପଶ୍ଚିମବଙ୍ଗର ମନ୍ତ୍ରୀ ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଅମିତ ମିତ୍ର ପ୍ରକାଶ କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଉପସ୍ଥିତ ନଥିଲେ।

TMC Loksabha Election 2024 TMC Election Manifesto