Advertisment

'ପଶ୍ଚିମବଙ୍ଗରେ କ୍ଲିନ୍‌ ସ୍ୱିପ୍‌ କରିବ ବିଜେପି, ଅସ୍ତିତ୍ୱ ପାଇଁ ଲଢ଼ୁଛି ଟିଏମ୍‌ସି'

ଏଥର ବିଜେପିକୁ ପଶ୍ଚିମବଙ୍ଗରେ ବଡ଼ ସଫଳତା ମିଳିବ ବୋଲି ମୋଦି କହିଛନ୍ତି।

Modi and Mamata

Modi and Mamata

Advertisment

ଶେଷ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ। ଆଉ ମାତ୍ର ଦିନ କେଇଟା ପରେ ଆସିବ ଫଳାଫଳ। ତେବେ ଏହାପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗରେ ବିଜେପି କରିବ କ୍ଲିନ୍‌ ସ୍ୱିପ୍‌। ମାତ୍ର କ୍ଷମତାରେ ଥିବା ଦିଦିଙ୍କ ଦଳ ନିଜ ଅସ୍ତିତ୍ୱ ରକ୍ଷା କରିବାକୁ ସଂଘର୍ଷ କରୁଥିବା କହିଛନ୍ତି ମୋଦି।

Advertisment

ଆଜି ଖବର ସରବାରହ ସଂସ୍ଥା ଏଏନ୍‌ଆଇକୁ ଏକ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ବିଜେପି ସବୁଠାରୁ ଅଧିକ ମତଦାନ ପାଇବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ରାଜ୍ୟରେ ଲୋକସଭା ନିର୍ବାଚନ ଏକପାଖିଆ ହୋଇଛି। ତୃଣମୂଳ କଂଗ୍ରେସ ତଥା ଟିଏମ୍‌ସି ନେତାମାନେ ଏଥର ନିରାଶ ହୋଇଛନ୍ତି। ଏଥର ବିଜେପିକୁ ପଶ୍ଚିମବଙ୍ଗରେ ବଡ଼ ସଫଳତା ମିଳିବ ବୋଲି ମୋଦି କହିଛନ୍ତି।

ମୋଦି ଆହୁରି କହିଛନ୍ତି, 'ପଶ୍ଚମବଙ୍ଗ ନିର୍ବାଚନରେ ​​ଟିଏମସି ଦଳ ତା’ର ଅସ୍ତିତ୍ୱ ପାଇଁ ଲଢୁଛି। ଗତ ବିଧାନସଭା ନିର୍ବାଚନରେ ​​ ଆମର ତିନୋଟି ସିଟ୍ ଥିଲା। ପଶ୍ଚିମବଙ୍ଗ ଲୋକମାନେ ଆମକୁ ୩ ରୁ ୮୦ ପର୍ଯ୍ୟନ୍ତ ପହଞ୍ଚିଇଥିଲେ। ଗତ ନିର୍ବାଚନରେ ଆମକୁ ବିପୁଳ ସମର୍ଥନ ମିଳିଥିଲା। ଏଥର ପଶ୍ଚିମବଙ୍ଗରେ ବିଜେପି କ୍ଲିନ୍‌ ସ୍ୱିପ୍‌ କରିବ। ଏଠାରେ ଦଳ ସର୍ବାଧିକ ସଫଳତା ପାଇବାକୁ ଯାଉଛି।'

Advertisment

ପଶ୍ଚିମବଙ୍ଗରେ ଏଥର ନିର୍ବାଚନରେ ବିଜେପିକୁ ଜନତାଙ୍କର ଏକପାଖିଆ ସମର୍ଥନ ମିଳୁଥିବା ଦେଖି ଟିଏମ୍‌ସି ସରକାରରେ ଆତଙ୍କ ସୃଷ୍ଟି ହୋଇଛି। ଲଗାତର ଏଠାରେ ହତ୍ୟା ଏବଂ ଆକ୍ରମଣ ଘଟୁଛି। ନିର୍ବାଚନ ପୂର୍ବରୁ ବିଜେପି କର୍ମୀମାନେ ଜେଲରେ ବନ୍ଦୀ ଅଛନ୍ତି। ଏହି ସବୁ ଅତ୍ୟାଚାର ସତ୍ତ୍ୱେ ଜନସାଧାରଣ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଆସୁଛନ୍ତି ବୋଲି ମୋଦି କହିଛନ୍ତି।

କହିରଖୁ ଯେ, ପଶ୍ଚିମବଙ୍ଗରେ ମୋଟ ୪୨ଟି ଲୋକସଭା ଆସନ ଅଛି। ଗତ ନିର୍ବାଚନରେ ​​ବିଜେପି ୧୮ଟି ଆସନରେ ଜିତିଥିଲା। ଟିଏମସି ୨୨ଟି ସିଟ୍ ଏବଂ କଂଗ୍ରେସ କେବଳ ଦୁଇଟି ସିଟ୍‌ ଜିତି ପାରିଥିଲା।

TMC PM Modi Loksabha Election 2024 West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe